ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲେ ବିଶେଷଜ୍ଞ ଟିମ୍‌‌, ଫିଟିବ ଗୁପ୍ତ ରତ୍ନଭଣ୍ଡାର ରହସ୍ୟ
Advertisement
Article Detail0/zeeodisha/odisha2435666

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲେ ବିଶେଷଜ୍ଞ ଟିମ୍‌‌, ଫିଟିବ ଗୁପ୍ତ ରତ୍ନଭଣ୍ଡାର ରହସ୍ୟ

Ratnabhandara: ଏହାଦ୍ୱାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼ିବ ସେଥିପ୍ରତି ଧ୍ୟାନ ଦେବାକୁ ଏଏସ୍‌ଆଇକୁ ମଧ୍ୟ କୁହାଯାଇଥିଲା।

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲେ ବିଶେଷଜ୍ଞ ଟିମ୍‌‌, ଫିଟିବ ଗୁପ୍ତ ରତ୍ନଭଣ୍ଡାର ରହସ୍ୟ

ପୁରୀ: ଫିଟିବ ଗୁପ୍ତ ରତ୍ନଭଣ୍ଡାର ରହସ୍ୟ। ସୁଡ଼ଙ୍ଗ ଖୋଜିବେ ବିଶେଷଜ୍ଞ ଟିମ। ରତ୍ନଭଣ୍ଡାରରେ ଆଉ କିଛି ରହିଛି କି ନାହିଁ ତଦାରଖ କରିବ ଟିମ୍‌। ଏଏସଆଇ ଏଡିଜି ଜାନଭିଜ ଶର୍ମାଙ୍କ ନେତୃତ୍ୱରେ ହେବ ତଦାରଖ। ଏନେଇ ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ମୁଖ୍ୟ ପ୍ରଶାସକ, ତଦାରଖ କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। 

ଏଥିପାଇଁ ଭଣ୍ଡାର ଘର ଭିତରକୁ ଯାଇଛନ୍ତି ବିଶେଷଜ୍ଞ ଟିମ୍‌‌। ରତ୍ନଭଣ୍ଡଶର ଭିତରେ ଗୁପ୍ତ ରତ୍ନଭଣ୍ଡାର ଓ ଷୁଡଙ୍ଗ ଅଛି କି ନାହିଁ ଯାଞ୍ଚ କରିବେ ବିଶେଷଜ୍ଞ ଟିମ୍‌‌। ଏଏସ୍‌‌ଆଇ ଏଡିଜି ଜାନଭିଜ୍‌‌ ଶର୍ମାଙ୍କ ନେତୃତ୍ୱରେ ଏହାର ତଦାରଖ କରାଯିବ। ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌‌ ବିଶ୍ୱନାଥ ରଥ ଗଣମାଧ୍ୟମରେ କହିଛନ୍ତିି ଯେ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଉଛି। କିଛି ଅଛି କି ନାହିଁ ତାହାର ଯାଞ୍ଚ କରାଯାଇ ତଥ୍ୟ ଦିଆଯିବ।

ସେହିପରି ଖାଲି ଆଲମିରା ଓ ସିନ୍ଦୁକଗୁଡ଼ିକୁ ସ୍ଥାନ୍ତାନ୍ତର କରାଯାଇସାରିଛି। ଏହାପରେ ଏଏସ୍‌ଆଇକୁ ସଂରକ୍ଷଣ ଓ ମରାମତି କାର୍ଯ୍ୟ ହାତକୁ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲା। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହାଦ୍ୱାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼ିବ ସେଥିପ୍ରତି ଧ୍ୟାନ ଦେବାକୁ ଏଏସ୍‌ଆଇକୁ ମଧ୍ୟ କୁହାଯାଇଥିଲା। ପୂର୍ଣ୍ଣାଙ୍ଗ ଅତ୍ୟାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏଏସ୍‌ଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଅବିଳମ୍ବେ ସାରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ଅନୁରୋଧ କରିଛନ୍ତି।