Bus Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ବଡ଼ ଦୁର୍ଘଟଣାରେ ଚାଲିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜଳେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ନୂଆ ତେଲ ଦର ଜାରି, ଜାଣନ୍ତୁ ଆଜି ରାଜ୍ୟରେ କେତେ ଖସିଲା ପେଟ୍ରୋଲ୍- ଡିଜେଲ ରେଟ୍?


ALSO READ: Career Horoscope Today: ସେପ୍ଟେମ୍ବର ୨୮ରେ ଉଦୟ ହେବ ୫ ରାଶିଙ୍କ ଭାଗ୍ୟ, ଶଶ ରାଜଯୋଗ ପ୍ରଭାବରୁ କ୍ୟାରିୟରକୁ ନେଇ ମିଳିବ ଶୁଭଫଳ!


ସୂଚନା ଅନୁସାରେ, ଗତକାଲି ରାତିରେ ଏକ ତିର୍ଥଯାତ୍ରୀ ବସ୍ କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ଗୋଟାଏ ବେଳେ ଜଳେଶ୍ୱର ୬୦ ନମ୍ବର ରାଜପଥର ଚାଲନ୍ତି ବାଇପାସ୍ ଛକ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଏନେଇ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୪୩ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।  ଏନେଇ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲା। ଏବଂ ବସ୍ ଭିତରୁ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମଟମ୍ ପାଇଁ ପଠାଯାଇଛି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଓ ହେଲଫର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଆହତମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ପୁରୁଷ ଥିବା ଜଣାପଡ଼ିଛି । । ତେବେ  ଦୁର୍ଘଟଣାଗସ୍ତ ହୋଇଥିବା ବସଟି ୟୁପିର ଏବଂ ଏହା କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ଜଣାପଡ଼ିଛି ।