Odisha News: ନୂଆଖାଇ ପାଳିଲେ ୮୫ ପରିବାର, ସୃଷ୍ଟି କଲେ ନିଆରା ଉଦାହରଣ
ସମ୍ବଲପୁର: ଏକାଠି ମିଶି ୮୫ ପରିବାର ର ୪ ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ନୂଆଁ ଖାଇଲେ। ନୂଆଁଖାଇ ହେଉଛି ଅନେକତାରେ ଏକତା ସୂତ୍ରରେ ବାନ୍ଧିବାର ପର୍ବ। ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଗ୍ରାମର ସମସ୍ତେ ଏକା ସାଙ୍ଗେ ନୁଆଁ ଖାଇବା ହେଉଛି ଏକ ସୂତ୍ରରେ ବାନ୍ଧି ହୋଇ ରହିବାର ପର୍ବ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲପଙ୍ଗା ଗ୍ରାମରେ ଏକାଠି
Odisha News: ସମ୍ବଲପୁର: ଏକାଠି ମିଶି ୮୫ ପରିବାର ର ୪ ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ନୂଆଁ ଖାଇଲେ। ନୂଆଁଖାଇ ହେଉଛି ଅନେକତାରେ ଏକତା ସୂତ୍ରରେ ବାନ୍ଧିବାର ପର୍ବ। ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଗ୍ରାମର ସମସ୍ତେ ଏକା ସାଙ୍ଗେ ନୁଆଁ ଖାଇବା ହେଉଛି ଏକ ସୂତ୍ରରେ ବାନ୍ଧି ହୋଇ ରହିବାର ପର୍ବ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲପଙ୍ଗା ଗ୍ରାମରେ ଏକାଠି ହୋଇ ୮୫ ପରିବାର ପ୍ରାୟ ୪ଶହ ରୁ ଊର୍ଦ୍ଧ୍ୱ ଲୋକ ନୂଆଁ ଖାଇଛନ୍ତି। ନିଆଁରା ଢଙ୍ଗରେ ପାଳନ କରିଛନ୍ତି ଏହି କୃଷିଭିତ୍ତିକ ନୂଆଁଖାଇ।
ପ୍ରାୟତଃ ଆମେ ଦେଖିଥାଉ କି ନୂଆଁଖାଇ ଗୋଟିଏ ପରିବାର ଏକାଠି ହୋଇ ମିଶିକି ଖାଇଥାନ୍ତି। କିନ୍ତୁ ଲପଙ୍ଗା ଗ୍ରାମର କୁଲତା ସମାଜର ସମସ୍ତେ ଏକାଠି ହୋଇ ମାଁ ରାମଚଣ୍ଡିଙ୍କ ମନ୍ଦିର ସମ୍ମୁଖରେ ନିଆରା ଢଙ୍ଗରେ ନୂଆଁ ଖାଇବା ଆରମ୍ଭ କରି ଏକ ଭିନ୍ନ ଉଦାହରଣ ପ୍ରସ୍ତୁତ କରିଛନ୍ତି। ସମସ୍ତେ ଏକା ସାଙ୍ଗରେ ରୋଷେଇ କରି ପିଠା ପଣା ସମସ୍ତ ଜିନିଷ ପ୍ରସ୍ତୁତ କରିଥିଲେ। ସବୁଠୁ ବଡ଼ କଥା ହେଲା ଏମାନେ ଏକାଠି ହୋଇ ସମସ୍ତେ କିଏ ଧନୀ କିଏ ଗରିବ ସମସ୍ତେ ସମାନ ଢଙ୍ଗରେ ଲାପଙ୍ଗା ଗାଁରେ ନୂଆଁ ଖାଇଛନ୍ତି। ଏହି ଗାଁର କୁଲତା ସମାଜର ସମସ୍ତେ ତାଙ୍କର କୁଳଦେବୀ ମା ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ସହ ନୂଆଁଖାଇ ପର୍ବ ପାଳନ କରଥିଲେ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତ୍ୟେକ ସାମଗ୍ରୀ କିଣିବା ପାଇଁ ଗାଁର ପ୍ରତ୍ୟେକ ବ୍ୟକ୍ତି ଯାହାର ଯେତେ ସାମର୍ଥ୍ୟ ସେମାନେ ମୁକ୍ତ ହସ୍ତରେ ଦେଇଛନ୍ତି। କାହାକୁ ବାଧ୍ୟ କରାଯାଇନି। ସତରେ ନିଆରା ଢଙ୍ଗରେ ନୂଆଁଖାଇ ପାଳନ କରିଛନ୍ତି ରେଙ୍ଗାଲିର ଲପଙ୍ଗା ଗ୍ରାମବାସୀ। ଏକତା ଓ ଭାଇଚାରାର ଏହି ପର୍ବ ନିଦର୍ଶନ ପରସ୍ପର ଭିତରେ ସୃଷ୍ଟି ହୋଇଥିବା ଦୂରତାକୁ ଦୂର କରିବାକୁ ଏଠାକି ନୂଆଁ ଖାଇଲେ କୁଇଲତା ସମାଜ। ଗାଁରେ ଥିବା ସମସ୍ତ କୁଇଲତା ପରିବାର ଏକ ହୋଇ ନୂଆଁଖାଇ ମାନିଛନ୍ତି। ସମ୍ବଲପୁର ଜିଲ୍ଲା ଲପଙ୍ଗାରେ ଏଭଳି ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି କୁଇଲତା ସମାଜ। ପୂର୍ବାହ୍ନରେ ନିଜନିଜ ଘରେ ଯଥାବିଧି ପୂଜାର୍ଚ୍ଚନା ସାରି ଗାଁର ପ୍ରାୟ ୪ଶହ ରୁ ଊର୍ଦ୍ଧ୍ୱ ଲୋକେ ରାମଚଣ୍ଡୀ ମନ୍ଦିରରେ ଏକତ୍ରିତ ହୋଇଥିଲେ। ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରି ଭୋଜି ଭାତର ଆସରରେ ମସଗୁଲ ହୋଇଥିଲେ, କୁଇଲତା ସମାଜ ରେ କୌଣସି ଘରେ ରୋଷେଇ ହୋଇନଥିଲା। ସମସ୍ତେ ଏକାଠି ମିଶି ଗୋଟିଏ ସ୍ଥାନରେ ରୋଷେଇ କରିବା ସହ ନବାନ୍ନ ପର୍ବ କୁ ପାଳନ କରିବା ସହ ଏକାଠି ଖାଇଛନ୍ତି। ପରେ ଭାଇଚାରା ସୃଷ୍ଟି ପାଇଁ ସ୍ବତନ୍ତ୍ର ଭାବେ ନୂଆଁଖାଇରେ ଏକ ସଂଗୀତ କାର୍ଯ୍ୟକ୍ରମ ର ଆୟୋଜନ କରାଯିବା ସହ ଭଜନ କୀର୍ତ୍ତନ ର ମଧ୍ୟ ଆୟୋଜନ କରାଯାଇ ଥିଲା।
Also Read: Akhil Mishra Death: ଟେବୁଲରୁ ଖସି ବଲିଉଡ ଅଭିନେତା ଅଖିଳ ମିଶ୍ରଙ୍କ ମୃତ୍ୟୁ
Also Read: sambalpur university: ଗ୍ରେଡେସନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆସୁଛି ନାକ୍ ଟିମ