IND vs AUS: ଦିନିକିଆରେ ସୁପର୍ ଫ୍ଲପ୍ ସତ୍ତ୍ୱେ ଦଳରେ କାହିଁକି ମିଳୁଛି ସୂଯ୍ୟକୁମାରଙ୍କୁ ସ୍ଥାନ? କୋଚ୍ ଦ୍ରାବିଡ ଦେଲେ ଏହି ଜବାବ
Advertisement
Article Detail0/zeeodisha/odisha1881760

IND vs AUS: ଦିନିକିଆରେ ସୁପର୍ ଫ୍ଲପ୍ ସତ୍ତ୍ୱେ ଦଳରେ କାହିଁକି ମିଳୁଛି ସୂଯ୍ୟକୁମାରଙ୍କୁ ସ୍ଥାନ? କୋଚ୍ ଦ୍ରାବିଡ ଦେଲେ ଏହି ଜବାବ

IND vs AUS: ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ ସିରିଜ୍ ଓ ଖେଳାଳିଙ୍କ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ।

Rahul Dravid Press conference (ସୌ: ସୋସିଆଲ ମିଡିଆ)

Rahul Dravid On Suryakumar Yadav: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ସେପ୍ଟେମ୍ବର ୨୨ ରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଦିନ ୧.୩୦ ରୁ ମୋହାଲିରେ ଖେଳାଯିବ । ODI ବିଶ୍ୱକପ ପାଇଁ ପ୍ରସ୍ତୁତିକୁ ବିଚାର କରି ଉଭୟ ଦଳ ପାଇଁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ସିରିଜ୍ ପୂର୍ବରୁ ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ ସିରିଜ୍ ଓ ଖେଳାଳିଙ୍କ ସହ ଜଡିତ ଅନେକ  ପ୍ରଶ୍ନର ଉତ୍ତର ଦେଇଥିଲେ ।ODI ରେ ଫ୍ଲପ୍ ହେଉଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ସେ ସମର୍ଥନ କରିଛନ୍ତି ।

ରାହୁଲ ଦ୍ରାବିଡ, “ଆମେ ସୂର୍ଯ୍ୟକୁମାର ଯାଦବଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ । ଆମେ ନିଶ୍ଚିତ ଯେ ସେ ଦିନିକିଆରେ ନିଜର ଫର୍ମ ଫେରିପାଇବାରେ ସଫଳ ହେବେ । ସେ ପ୍ରଥମ 
ଦୁଇଟି ଦିନିକିଆରେ ସୁଯୋଗ ପାଇବେ ।” ଦ୍ରାବିଡ଼ କହିଛନ୍ତି- ସୂର୍ଯ୍ୟ ଆମର ମ୍ୟାଚ୍ ୱିନର । ୨୭ ସେପ୍ଟେମ୍ବର ବିଷୟରେ ଆମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ଆଧାରରେ ଆମେ ଦିନିକିଆ ଦଳ ଚୟନ କରିନାହୁଁ । ସୁର୍ଯ୍ୟ ନିଶ୍ଚିତ ଭାବେ ବିଶ୍ୱକପ ଦଳରେ ଅଛନ୍ତି । ଆମେ ତାଙ୍କୁ ପୂର୍ଣ୍ଣ ସମର୍ଥନ କରୁ କାରଣ ଆମେ ତାଙ୍କ ଭିତରେ ଗୁଣ ଓ ଦକ୍ଷତା ଦେଖିଛୁ । ୬ ନମ୍ବରରେ ବ୍ୟାଟିଂ କରିବାକୁ ଯାଇ ସେ ଏକ ଭଲ ପ୍ରଭାବ ପକାନ୍ତି । ସେ ଖେଳର ଗତି ବଦଳାଇ ପାରିବେ, ତେଣୁ ତାଙ୍କ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ।

ଏହି ସମୟରେ ଦ୍ରାବିଡ ପ୍ରକାଶ କରିଛନ୍ତି ଯେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିଶ୍ରାମ ନେବାକୁ ନିଷ୍ପତ୍ତି ପାରସ୍ପରିକ ଆଲୋଚନା ଏବଂ ପରାମର୍ଶ ପରେ ନିଆଯାଇଛି । ସେ କହିଛନ୍ତି- ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ପୂର୍ବରୁ ବରିଷ୍ଠ ଖେଳାଳିମାନେ ମାନସିକ ଓ ଶାରୀରିକ ଭାବେ ସତେଜ ରୁହନ୍ତୁ ବୋଲି ଦଳ ଚାହୁଁଛି ।

'ଅଶ୍ୱିନ୍ ସବୁବେଳେ ପ୍ଲାନରେ ଥିଲେ'
ପ୍ରାୟ ଦେଢ଼ ବର୍ଷ ପରେ ଅଶ୍ୱିନ ODI ଦଳକୁ ଫେରିଛନ୍ତି । ଦ୍ରାବିଡ କହିଛନ୍ତି ଯେ ଅଶ୍ୱିନଙ୍କ ଅଭିଜ୍ଞତା ଆମ ପାଇଁ ଭଲ । ସେ ୮ ନମ୍ବରରେ ବ୍ୟାଟ୍ ସହିତ ଯୋଗଦାନ କରିପାରିବେ । ଯଦି କୌଣସି ଆଘାତ ଜନିତ ସମସ୍ୟା ଥାଏ ତେବେ ସେ ସବୁବେଳେ ପ୍ଲାନରେ ଥିଲେ । ଦଳରେ ତାଙ୍କ ପରି ଜଣେ ଅଭିଜ୍ଞ ଖେଳାଳି ରହିବା ବହୁତ ଭଲ ଅଟେ ।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଭାରତୀୟ ଦଳ: କେ.ଏଲ୍ ରାହୁଲ (ଅଧିନାୟକ), ଶୁବମନ ଗିଲ, ରୁତୁରାଜ ଗାଇକୱାଡ, ଶ୍ରେୟସ ଆୟର, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା , ପ୍ରସିଦ୍ଧ କ୍ରୀଷ୍ଣା, ଆର ଅଶ୍ୱିନ୍, ୱାଶିଂଟନ୍ ସୁନ୍ଦର ।

ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶୀରଜ, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ଆର ଅଶ୍ୱିନ୍, ୱାଶିଂଟନ୍ ସୁନ୍ଦର ।