Train Accident: ଆଜି ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଛି। ମାଲବାହୀ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। କେନ୍ଦୁଝର(Keonjhar) ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ପଳସା ଗ୍ରାମ ନିକଟସ୍ଥ ଟ୍ରେନଲାଇନ ପାର ହେବା ବେଳେ ଟ୍ରେନ ଧକ୍କାରେ ଏହି ମାଈ ହାତୀଟିରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳ ୫ଟା ସମୟରେ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ଟ୍ରେନଲାଇନ ପାର୍ଶ୍ଵରେ ଏବେ ବି ଦନ୍ତା ହାତୀର(Elephant) ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଛି ।ସେପଟେ ଏନେଇ ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ତେବେ ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି। ବନ ବିଭାଗ ହାତୀର ଗତିବିଧିର କୌଣସି ସୂଚନା ରଖି ନ ଥିବାରୁ ଏପରି ଏକ ଦୁର୍ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ। ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ହାତୀର ମୃତ ଦେହକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଲାଗିରହିଛି । ମିଳିଥିବା ସୂଚନା ଅନୁଯାୟୀ ଏକ ହାତୀପଲ ଟ୍ରେନ ଲାଇନର ଅପରପାର୍ଶ୍ଵରେ ଦଳ ବାନ୍ଧି ଥିବାବେଳେ ମାଈ ହାତୀଟି ଟ୍ରେନ ଲାଇନ ପାର ହୋଇ ଆରପଟକୁ ଯାଉଥିବା ବେଳେ ଏକ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇଥିଲା। ଫଳରେ ହାତୀଟିର ମୃତ୍ୟୁ ଘଟିଛି।ସେହିପରି ଆଉ ଏକ ଦନ୍ତା ହାତୀ ଟ୍ରେନ ଲାଇନରେ ପଡ଼ି ଅଳ୍ପକେ ବଞ୍ଚି ଯାଇଥିବା ଜଣାପଡ଼ିଛି।


Also Read: Top 10 News: ନଜର ପକାନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ..