Top 10 News: ନଜର ପକାନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ..
Advertisement
Article Detail0/zeeodisha/odisha1929484

Top 10 News: ନଜର ପକାନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ..

ଏକ ଦେଶ- ଏକ ନିର୍ବାଚନ ସମ୍ପର୍କିତ ରିପୋର୍ଟ ରଖିବେ ବିଧି ଆୟୋଗ ଏବଂ ଅନ୍ୟ ପ୍ରମୁଖ ଖବର। ଆଜି ‘ଏକ ଦେଶ-ଏକ ନିର୍ବାଚନ’ ବୈଠକ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ‘ଏକଦେଶ-ଏକ ନିର୍ବାଚନ’ ସମ୍ପର୍କିତ କମିଟିର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥିର ହୋଇଛି। ବିଧି ଆୟୁକ୍ତ ଜଷ୍ଟିସ୍‍ ରିତୁ ରାଜ୍‍ ଅଓ୍ୱସ୍ତିଙ୍କ ସହ କମିଟି ଆଲୋଚନା କରିବ। ବିଧି ଆୟୋଗ ମଧ୍ୟ ଏ ନେଇ ଏକ ବିସ୍ତୃତ ରିପୋର୍ଟ ରଖିବେ।

Top 10 News: ନଜର ପକାନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ..

ଏକ ଦେଶ- ଏକ ନିର୍ବାଚନ ସମ୍ପର୍କିତ ରିପୋର୍ଟ ରଖିବେ ବିଧି ଆୟୋଗ ଏବଂ ଅନ୍ୟ ପ୍ରମୁଖ ଖବର

1. ଆଜି ‘ଏକ ଦେଶ-ଏକ ନିର୍ବାଚନ’ ବୈଠକ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ‘ଏକଦେଶ-ଏକ ନିର୍ବାଚନ’ ସମ୍ପର୍କିତ କମିଟିର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥିର ହୋଇଛି। ବିଧି ଆୟୁକ୍ତ ଜଷ୍ଟିସ୍‍ ରିତୁ ରାଜ୍‍ ଅଓ୍ୱସ୍ତିଙ୍କ ସହ କମିଟି ଆଲୋଚନା କରିବ। ବିଧି ଆୟୋଗ ମଧ୍ୟ ଏ ନେଇ ଏକ ବିସ୍ତୃତ ରିପୋର୍ଟ ରଖିବେ। କିପରି  ‘ଏକ ଦେଶ-ଏକ ନିର୍ବାଚନ’ ସମ୍ଭବ ହେବ ସେ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯିବ। ୨୦୧୮ରେ  ବିଧି ଆୟୋକ ଏପରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା କିନ୍ତୁ ତାହା ସବୁ ଦଳର ସହମତି ଅଭାବରୁ ସମାପ୍ତ ହୋଇପାରି ନଥିଲା।

2.ମାଲବାହୀ ଧକ୍କାରେ ହାତୀ ମୃତ: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବାମବାରୀ ବନ ଖଣ୍ଡର ଉଚ୍ଚବାଲି ନିକଟରେ ଟ୍ରନ୍‍ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି। ହାତୀଟି ଟ୍ରେନ ପାରି ହେଉଥିବାବେଳେ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇଥିବା ଜଣାପଡନଇଛି। ରେଳଲାଇନ୍‍ରେ ପଡ଼ିଛି ମୃତ ଦେହ।  ଘଟଣା ବାବଦରେ ବନ ବିଭାଗ ତଦନ୍ତ କରୁଛି।

 

3.ଆଜି ଭସାଣୀ: ଆଜି ରାଜ୍ୟର ବିଭିନ୍ନ ମଣ୍ଡପରେ ସ୍ଥାପନା କରାଯାଇଥିବା ମୃଣ୍ମୟୀ ପ୍ରତିମାଙ୍କୁ ମେଲାଣି ଦିଆଯିବ। କଟକ ଓ ଭୁବନେଶ୍ୱରରେ ଏଥିଲାଗି  ବ୍ୟାପକ ଆୟୋଜନ କରାଯାଇଛି। କମିଶନରେଟ୍‍ ପୁଲିସ ପକ୍ଷରୁ ଟ୍ରାଫିକ୍‍ ବ୍ୟବସ୍ଥାକୁ ସହଜ କରିବା ପାଇଁ ଜନସାଧାରଣଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯାଇଛି। ଯେଉଁ ପଟେ ମେଢ଼ ଶୋଭାଯାତ୍ରାରେ ଯିବେ ସାହି ରାସ୍ତାରେ ଯାନବାହାନ ଚଳାଚଳ କରିବ ନାହିଁ।

4.କ୍ୟାବିନେଟ୍‍ ପାହ୍ୟା ପରେ ଆଜି ପ୍ରଥମ ଦିନ: ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦରେ ଦୀର୍ଘଦିନଧରି ରହିଥିବା ଭିକେ ପାଣ୍ଡିଆନ୍‍ଙ୍କୁ ଭିଆର୍‍ଏସ୍‍ ପରଦିନ ଅର୍ଥାତ୍‍ ଗତକାଲି ରାଜ୍ୟ ସରକାର କ୍ୟାବିନେଟ୍‍ ପାହ୍ୟା ଦେଇଛନ୍ତି। ସେ ରାଜ୍ୟ ରୂପାନ୍ତରଣର ମୁଖ୍ୟ ସାରଥି ହେବେ। ଗତକାଲି ଛୁଟି ଥିବାରୁ ଆଜି ତାଙ୍କର ପ୍ରଥମ କାର୍ଯ୍ୟ ଦିବସ ହେବ। ଏଣୁ ଆଜି ପ୍ରଶାସନିକ ସ୍ତରରେ କିଛି ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ଦେଖିବାକୁ ମିଳିପାରେ।

5.ଶ୍ରୀଲଙ୍କାକୁ ମାଗଣା ଭିସା: ପର୍ଯ୍ୟଟନର ବିକାଶ ଲାଗି ଶ୍ରୀଲଙ୍କା ସରକାର ଭାରତୀୟ ପର୍ଯ୍ୟଟକଙ୍କୁ ମାଗଣାରେ ଭିସା ପ୍ରଦାନ କରିବାକୁ ନିସ୍ପତ୍ତି ନେଇଛନ୍ତି। ଭାରତ ସହ ଚୀନ, ଋଷ, ଜାପାନ ନାଗରିକଙ୍କୁ ମଧ୍ୟ ଏହିଭଳି ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରାଯିବ। ୨୦୧୯ ଇଷ୍ଟର ସମୟରେ ଯେଉଁଭଳି ଭାବେ ଦେଶରେ ପର୍ଯ୍ୟଟନ କ୍ଷତି ସହିଛି ତାହାକୁ ଭରଣା କରିବା ଲାଗି ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୩୧, ୨୦୨୪ ଯାଏ ଏହି ଯୋଜନା ବଳବତ୍ତର ରହିବ।

6.ଜାନୁୟାରୀ ୨୨ରେ ଆର୍‍ଏସ୍‍ଏସ୍‍ର ଦେଶବ୍ୟାପୀ କାର୍ଯ୍ୟକ୍ରମ: ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବେଳେ ସାରା ଦେଶରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ। ସରସଂଘ ଚାଳକ ମୋହନ ଭାଗବତ ଏନେଇ ବିଜୟଦଶମୀ ଅବସରରେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଜାନୁୟାରୀ ୨୨ ତାରିଖରେ ଶ୍ରୀ ରାମ ତାଙ୍କ ମନ୍ଦିରରେ ପୟବେଶ କରିବେ। ଏହି ଅବସରରେ ସୁରକ୍ଷା କାରଣରୁ ଆମେ ସେଠାକୁ ନ ଯାଇପାରୁ କିନ୍ତୁ ସାରା ଦେଶରେ ତାହାର ପରିବେଶ ସୃଷ୍ଟି କରିବୁ।

7.ବିଶ୍ୱକପ୍‍ କ୍ରିକେଟର ୨୪ତମ ମ୍ୟାଚରେ ଆଜି ଅଷ୍ଟ୍ରେଲିଆ ବିରୁଦ୍ଧରେ ନେଦରଲ୍ୟାଣ୍ଡ ଖେଳିବ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‍ ରେ ଏହି ଖେଳ ଖେଳାଯିବ। ଅପରାହ୍ଣ ୨ଟାରେ ମ୍ୟାଚ୍‍ ଆରମ୍ଭ କରାଯିବାକୁ ପୂର୍ବ ନିର୍ଦ୍ଧାରଣ ରହିଛି। ଗତକାଲିର ମ୍ୟାଚ୍‍ରେ ଦକ୍ଷିଣ ଆଫ୍ରିକା ୧୪୯ ରନ୍‍ରେ ବାଂଲାଦେଶକୁ ହରାଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୮୨ ରନ୍‍ ସଂଗ୍ରହ କରିଥିବାବେଳେ ବାଂଲାଦେଶ ୪୬.୪ ଓଭରରେ ୨୩୩ ରନ୍‍ ସଂଗ୍ରହ କରିପାରିଥିଲା।

8.ଏଥିକ୍ସ କମିଟିକୁ ସହାୟତା ଦେବ ଏନ୍‍ଆଇସି: ଲୋକସଭାର ଏଥିକ୍ସ କମିଟିକୁ ସମସ୍ତ ପ୍ରକାର ପ୍ରଯୁକ୍ତିଗତ ସହଯୋଗ କରିବାକୁ ଏନ୍‍ଆସି ପ୍ରସ୍ତୁତ ବୋଲି ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବେୈଷ୍ଣବ କହିଛନ୍ତି। ଲୋକସଭାରେ ପ୍ରଶ୍ନ ପଚାରିବା ଲାଗି ଲାଞ୍ଚ ମାମଲାକୁ ତଦନ୍ତ ବେଳେ ଏହି ସହଯୋଗ କରାଯିବ। ତୃଣମୂଳ ସାଂସଦ ମହୂଆ ମୈତ୍ରଙ୍କ ସଂସଦୀୟ ଆଇଡି ବିଦେଶରେ ଖୋଲାଯିବା ଏବଂସେଥିରୁ ପ୍ରଶ୍ନ ଗୁନ୍ଥା ଯାଇଥିବା ଅଭିଯୋଗ ହୋଇଛି। ଏଥିଲାଗି ମହୂଆ ଲାଞ୍ଚ ନେଇଥିବା ମଧ୍ୟ ଅଭିଯୋଗ ଆସିଛି।

9.ଗାଜାରେ ମାନବିକ ସହାୟତା ବଜାୟ ରହିବ: ଭାରତ ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ମାନବିକ ସହାୟତା ବଜାୟ ରଖିବ ବୋଲି ଜାତିସଂଘ ସୁରକ୍ଷା ପରିଷଦରେ ଘୋଷଣା କରିଛି। ଏଯାଏ ୩୮ ଟନ୍‍ ଖାଦ୍ୟ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ଯୁଦ୍ଧ କ୍ଷତିଗ୍ରସ୍ତଙ୍କୁ ଯୋଗାଇଛି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ଉପଆୟୁକ୍ତ ଆର ରବିନ୍ଦ୍ର ଆଜି ସୂଚନା ଦେଇଛନ୍ତି। ପାଲେଷ୍ଟିନୀୟଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟମହିଳା ବିକାଶ, ଟେକ୍ନାଲୋଜି ହସ୍ତାନ୍ତର ପ୍ରଭୃତି ଦିଗରେ ସହାୟକ ହେବ ବୋଲି ସେ ଜାତିସଂଘକୁ ସୂଚନା ଦେଇଛନ୍ତି।

10. ଆଜିଠୁ ଦିଲ୍ଲୀ ମେଟ୍ରୋର ଅତିରିକ୍ତ ଯାତ୍ରା: ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଦିଲ୍ଲୀ ମେଟ୍ରୋ ପକ୍ଷରୁ ଦୈନିକ ୪୦ ଅତିରିକ୍ତ ଯାତ୍ରା କରାଯିବ। ବିଭିନ୍ନ ରୁଟ୍‍ରେ ଏହି ଅତିରିକ୍ତ ଯାତ୍ରା ଆଜିଠାରୁ ଆରମ୍ଭ ହେବ। ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଉଚ୍ଚସ୍ତରୀୟ ବେୈଠକରେ ଆଲୋଚନା ପରେ ଦିଲ୍ଲୀ ମେଟ୍ରୋରେଳ କର୍ପୋରେସନ୍‍ ଏହି ନିଷ୍ପତ୍ତି ନୋଇଛନ୍ତି।

Also Read: Top 10 News: ନଜର ପକାନ୍ତୁ କ’ଣ ରହିଛି ଆଜି ଦିନର ମହତ୍ତ୍ୱ ଓ ଆଜିର ୧୦ଟି ବଡ଼ ଖବର...