Bus Accident: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ । ଅଳ୍ପକେ ବର୍ତ୍ତିଲେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ । ଶୁକ୍ରବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲା (Gajapati) ମୋହନା ଥାନା ହିକିରୁକୁପା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । RB କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ (Passenger Bus) ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲା ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବ୍ରହ୍ମପୁର ଠାରୁ ଇନ୍ଦ୍ରାବତି ଯାଉଥିବା ଆର.ବି. କୋଚ୍ ନାମକ ଏକ ଘରୋଇ ବସ ହିକିରିକୁପା ଗାଁ (Hikirikupa village) ନିକଟ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା । ତେବେ ବସରେ ଥିବା ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଖବର ପାଇ ମୋହନା ପୋଲିସ (Mohana Police Station) ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଅନ୍ୟ ବସ୍ ସହାୟତାରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲେ । ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇଥିବା ବସ୍ ଡ୍ରାଇଭର କହିଛନ୍ତି ।


Also Read-Weather Update: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି !


ପ୍ରକାଶ ଥାଉ କି, ବୁଧବାର ଦିନ ନବରଙ୍ଗପୁର (Nabarangpur) ଜିଲ୍ଲା ଚନ୍ଦାହାଣ୍ତି ଘାଟି (Chandahandi Ghati) ଏକ ସ୍କୁଲ ବସଟି (School bus) ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେବା ନେଇ ଉମରକୋଟରୁ (Umarkot) ବିଭିନ୍ନ ସ୍କୁଲ୍‌ ଛାତ୍ରଛାତ୍ରୀ ଓ ଖେଳ ଶିକ୍ଷକଙ୍କୁ ନେଇ ବସଟି ଚନ୍ଦାହାଣ୍ତି ଯାଉଥିଲା । ଠିକ୍ ଏତିକି ବେଳେ ଚନ୍ଦାହାଣ୍ତି ଘାଟିରେ (Chandahandi Ghati) ହଠାତ୍ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଖେଳ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା  । ମୃତକଙ୍କ ନାମ ପ୍ରଭାତ ଜେନା ବୋଲି ଜଣାପଡ଼ିଛି ।


Also Read- Puri News: ଆଜିଠୁ ପିତୃପକ୍ଷ ଆରମ୍ଭ , ପୁରୀର ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ