Road Accident: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା କାଉଡି଼ଆ ଗାଡି଼ । ଏହି ଦୁର୍ଘଟଣାରେ (Accident) ୧୨ ଜଣ କାଉଡି଼ଆ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁଚନା ଅନୁଯାୟୀ, ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ା ଜିଲ୍ଲାର (kendrapara) କିଛି ଯୁବକ ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ଏହି ସମୟରେ ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଗୋହିରା ନିକଟରେ ଟାଟା ମାସ୍କିମା ଗାଡ଼ିଟି ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡ଼ିଥିଲା । ଫଳରେ ଭ୍ୟାନରେ ଥିବା ୧୨ ଜଣ କାଉଡି଼ଆ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ଚଳିତ ବର୍ଷ କାଉଡି଼ଆଙ୍କୁ ନେଇ ଅନେକ ଦୁର୍ଘଟଣା ଖବର ସାମ୍ନକୁ ଆସିଛି । ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ଜଳ ଲାଗି ପାଇଁ କେତେକେଶ୍ବର ଘାଟରେ ପାଣି ଉଠାଇବା ସମୟରେ ୨ ଜଣ କାଉଡ଼ିଆ ଭାସିଯାଇଥିଲେ । ଫଳରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୧୪ ବର୍ଷିୟ କାଉଡ଼ିଆ ନିଖୋଜ ଥିଲେ ।  ସେହିପରି ଉତ୍ତରପ୍ରଦେଶ (Uttarpradesh) ମେରଟ (meerut)  ପରିକ୍ଷିତଗଡ଼ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାୟ ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିଲା । କାଉଡ଼ିଆମାନେ ଜଳଲାଗି ପାଇଁ ହରିଦ୍ବାରରୁ ଗଙ୍ଗା ନଦୀରୁ ପାଣି ନେଇ ଏକ ଗାଡ଼ି ଯୋଗେ ଆସୁଥିଲେ । ଗାଡ଼ିଟି ରାଲି ଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ସେଠାରେ ତଳକୁ ଓହଳି ରହିଥିବା ଏକ ୧୧ କେଭି ବିଦ୍ୟୁତ୍ ତାର ସହ ଘଷି ହୋଇଯାଇଥିଲା । ବିଦ୍ୟୁତ୍ ଆଘାତରେ ମନୀଷ ନାମକ ଏକ କାଉଡ଼ିଆଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ୪ ଜଣ କାଉଡ଼ିଆଙ୍କୁ ଡ଼ାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା । ଅନ୍ୟପଟେ ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପୃଥକ ପୃଥକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ। ବିଦ୍ୟୁତ ଅଧିକାରୀଙ୍କୁ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଥିଲା


Also Read-Express train stopped: ଯାନ୍ତ୍ରିକ୍ ତ୍ରୁଟି ଯୋଗୁଁ ସଇଁତଲାରେ ଅଟକିଲା ଏକ୍ସପ୍ରେସ ଟ୍ରେନ୍


Also Read- Stuart Broad Retirement: ହଠାତ୍ ଅବସର ଘୋଷଣା କଲେ ଦ୍ରୁତଗାମୀ ବୋଲର ଷ୍ଟୁଆର୍ଟ ବ୍ରଡ଼୍


ସେହିପରି, ଶ୍ରାବଣ ମାସର ପ୍ରଥମ ସୋମବାରରୁ ହିଁ ଏକ ଅଘଟଣ ଖବର ସାମ୍ନାକୁ ଆସିଥିଲା । ଦେବଗଡ଼ ଝାଡ଼େଶ୍ବର ମନ୍ଦିର ପରିସରରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ମୃତ କାଉଡ଼ିଆଙ୍କ ନାମ ବିଭୁତି ବେହେରା ଅଟେ । ବିଭୁତି ନିଜ ଅଞ୍ଚଳରୁ ପାଣି ଉଠାଇ ଝାଡ଼େଶ୍ବର ମନ୍ଦିରରେ ଜଳ ଲାଗି କରିବାକୁ ଆସିଥିଲେ । ରାତିରେ ଝାଡ଼େଶ୍ବର ମନ୍ଦିରରେ ପହଁଞ୍ଚିବା ପରେ ସେ ସେଠାରେ ଶୋଇଯାଇଥିଲେ । ସକାଳେ ତାଙ୍କ ସାଥୀମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଆଉ ଉଠି ନଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


Also Read-Road Accident: ତିର୍ଥଯାତ୍ରୀ ବସକୁ ପିଟିଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ୬ ମୃତ , ଏକାଧିକ ଆହତ


Also Read- IND vs WI 2nd ODI: ଦ୍ବିତୀୟ ଦିନିକିଆରେ ୧୮୧ ରନ୍ କରି ଅଲଆଉଟ୍ ହେଲା ଭାରତ, ବାଜି ମାରିଲା ୱେଷ୍ଟଇଣ୍ଡିଜ୍