Stuart Broad Retirement: ହଠାତ୍ ଅବସର ଘୋଷଣା କଲେ ଦ୍ରୁତଗାମୀ ବୋଲର ଷ୍ଟୁଆର୍ଟ ବ୍ରଡ଼୍
Advertisement

Stuart Broad Retirement: ହଠାତ୍ ଅବସର ଘୋଷଣା କଲେ ଦ୍ରୁତଗାମୀ ବୋଲର ଷ୍ଟୁଆର୍ଟ ବ୍ରଡ଼୍

Stuart Broad Retirement: ଇଂଲଣ୍ଡ ମ୍ୟାଚ୍ ସମୀକ୍ଷା କରିବାକୁ ଆସିଥିବା ଷ୍ଟୁଆର୍ଟ ବ୍ରଡ଼ ଏଠାରେ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦ୍ୱିତୀୟ ଇନିଂସର ଏହି ମ୍ୟାଚରେ ଇଂଲଣ୍ଡ ଦୃଢ ସ୍ଥିତିରେ ରହିଥିବା ବେଳେ ୯ ୱିକେଟ୍ ହରାଇ ୩୮୯ ରନ୍ ହାସଲ କରିଛି। ବର୍ତ୍ତମାନ ସିରିଜରେ ଇଂଲଣ୍ଡ ୧-୨ରେ ପଛୁଆ ରହିଛି, କିନ୍ତୁ ଯଦି ଏହି ଦଳ ଟେଷ୍ଟରେ ଜିତି ତାହାଲେ ସିରିଜରେ ୨-୨ରେ ବରାବର ହେବ ।

ସୌ(ସୋସିଆଲ ମିଡିଆ)

Stuart Broad Retirement: ଓଭାଲରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର (The ashes series 2023) ତୃତୀୟ ଦିନରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଇଂଲଣ୍ଡର ଦ୍ରୁତଗାମୀ ବୋଲର ଷ୍ଟୁଆର୍ଟ ବ୍ରଡ୍ (Stuart Broad) ​ । ବ୍ରଡକାଷ୍ଟର ସ୍କାଏ ସ୍ପୋର୍ଟସରେ (broadcaster sky sports) ଇଂଲଣ୍ଡ ମ୍ୟାଚ୍ ସମୀକ୍ଷା କରିବାକୁ ଆସିଥିବା ଷ୍ଟୁଆର୍ଟ ବ୍ରଡ଼ ଏଠାରେ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦ୍ୱିତୀୟ ଇନିଂସର ଏହି ମ୍ୟାଚରେ ଇଂଲଣ୍ଡ ଦୃଢ ସ୍ଥିତିରେ ରହିଥିବା ବେଳେ ୯ ୱିକେଟ୍ ହରାଇ ୩୮୯ ରନ୍ ହାସଲ କରିଛି। ବର୍ତ୍ତମାନ ସିରିଜରେ ଇଂଲଣ୍ଡ ୧-୨ରେ ପଛୁଆ ରହିଛି, କିନ୍ତୁ ଯଦି ଏହି ଦଳ ଟେଷ୍ଟରେ ଜିତି ତାହାଲେ ସିରିଜରେ ୨-୨ରେ ବରାବର ହେବ ।

ଆଶ୍ଚର୍ଯ୍ୟ କଲା ଷ୍ଟୁଆର୍ଟ ବ୍ରଡଙ୍କ ଅବସର ଘୋଷଣା

ଆଶେସ୍ ସିରିଜ୍ (The ashes series) ପରେ, ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର (David Warner) ଓ ଇଂଲଣ୍ଡର ସିନିୟର ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନଙ୍କ (James Anderson) ଅବସର ନେଇ କଳ୍ପନା କରାଯାଉଥିଲା । କାରଣ ଉଭୟଙ୍କ ପ୍ରଦର୍ଶନ ଭଲ ନଥିବା ବେଳେ ୪୧ ବର୍ଷିୟ ଆଣ୍ଡରସନ୍ ଏହି ସିରିଜରେ ମାତ୍ର ୫ ୱିକେଟ୍ ହାସଲ କରିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ୩୭ ବର୍ଷୀୟ ବ୍ରଡ (Stuart Broad) ଏପର୍ଯ୍ୟନ୍ତ ଏହି ସିରିଜରେ ୨୦ ୱିକେଟ୍ ହାସଲ କରିଛନ୍ତି । ଅବସର ଘୋଷଣା କରି ବ୍ରଡ କହିଛନ୍ତି ଯେ, ମୁଁ ସେତେବେଳେ ଏହି ଖେଳରୁ ବିଦାୟ ନେବାକୁ ଚାହିୁଁଥିଲେ, ଯେତେବେଳେ ମୁଁ ସର୍ବୋତ୍ତମ ଫର୍ମ ପ୍ରଦର୍ଶନ କରୁଥିବି । ଏଥିଲାଗି ଆଶେସ ସିରିଜ୍ ମୋ ପାଇଁ ଭଲ ସୁଯୋଗ ଅଟେ।

ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି

ଏହି ଟେଷ୍ଟ ମ୍ୟାଚ୍ (the ashes series 2023) ପରେ ଘରୋଇ କ୍ରିକେଟରେ ମଧ୍ଯ ଖେଳିବେ ନାହିଁ ବୋଲି ବ୍ରଡ ସ୍ପଷ୍ଟ କରିଛନ୍ତି। ସେ ବର୍ତ୍ତମାନ ନିଜ କ୍ୟାରିୟରର ୧୬୭ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି । ଏହା ବ୍ୟତୀତ ସେ ୧୨୧ ଟି ODI ଓ ୫୬ଟି -20 ଅନ୍ତର୍ଜାତୀୟ ଖେଳିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଟେଷ୍ଟ କ୍ରିକେଟରେ ସେ ମୋଟ ୬୦୨ଟି ୱିକେଟ୍ ହାସଲ କରିଥିବା ବେଳେ ୫ମ ସର୍ବାଧିକ ୱିକେଟ୍ ନେଇଥିବା ବିଶ୍ୱର ଦ୍ୱିତୀୟ ଦ୍ରୁତଗାମୀ ବୋଲର ଆଖ୍ୟା ଅର୍ଜନ କରିଛନ୍ତି ।

ଗୋଟିଏ ଫର୍ମାଟରେ ସକ୍ରିୟ ଥିଲେ ବ୍ରଡ଼

ଫିଟନେସ୍ ଉପରେ ଧ୍ୟାନ ଦେଉଥିବା ବ୍ରଡ଼ ଜେମ୍ସ ଆଣ୍ଡରସନଙ୍କ ପଦ ଅନୁସରଣ କରନ୍ତି। ବହୁ ଆଗରୁ ସେ ସୀମିତ ଓଭର କ୍ରିକେଟ୍ ଖେଳିବା ଛାଡି ଦେଇଥିବା ବେଳେ ୨୦୧୪ ମସିହାରୁ ଟି -20 ଫର୍ମାଟରେ ଖେଳି ନାହାଁନ୍ତି । ୨୦୧୬ ମସିହାରେ ସେ ନିଜର ଶେଷ ODI ମ୍ୟାଚ୍ ଖେଳିଥିଲେ।

ବ୍ରଡଙ୍କ ରେକର୍ଡ

ଟେଷ୍ଟ କ୍ରିକେଟରେ ଏହି ଦ୍ରୁତଗାମୀ ବୋଲର ଭାବେ ଜଣାସୁଣା ବ୍ରଡ (Stuart Broad) ୧୦ରୁ ଅଧିକ ଥର ୫ଟି ୱିକେଟ୍ ନେଇଛନ୍ତି । ରେଡ଼ ବଲର ଏହି ଫର୍ମାଟରେ ସେ ୧ ଶତକ ଓ ୧୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୧୨୧ଟି ଦିନିକିଆରେ ୧୭୮ ୱିକେଟ୍ ନେଇଥିବାବେଳେ ୫୬ଟି ଟି -20 ମ୍ୟାଚରେ ୬୫ଟି ୱିକେଟ୍ ହାସଲ କରିଛନ୍ତି।

​ଏହା ବି ପଢନ୍ତୁ- IND vs WI 2nd ODI: ଦ୍ବିତୀୟ ଦିନିକିଆରେ ୧୮୧ ରନ୍ କରି ଅଲଆଉଟ୍ ହେଲା ଭାରତ, ବାଜି ମାରିଲା ୱେଷ୍ଟଇଣ୍ଡିଜ୍