Accident News: ଆଦିତ୍ୟ ବିର୍ଲା ଅଧିକାରୀଙ୍କ ନିଜସ୍ୱ ସ୍ୱାର୍ଥ ଓ ମନମୁଖୀ କାର୍ଯ୍ୟ ପାଇଁ ସର୍ଟ ସର୍କିଟରେ ଜଣେ ଟ୍ରାକ୍ଟର ଡ୍ରାଇଭର ଜୀବନ ହାରିଥିବା ଅଭିଯୋଗ ହୋଇଛ। ଗତକାଲି ରାତିରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅନ୍ତର୍ଗତ ଲପଙ୍ଗାରେ ମକରଧ୍ଵଜ ମେହେର ଟ୍ରାକ୍ଟର ଡ୍ରାଇଭର ଜଣେ ଆଦିତ୍ୟ ବିର୍ଲା କମ୍ପାନୀ ଅଧିକାରୀଙ୍କ ବାଧ୍ୟ ବାଧକତାରେ ଟେଙ୍କର ଯୋଗେ ପାଣି ନେବା ପାଇଁ ଯାଉଥିଲେ। ଅଧ ବାଟରେ ଇଲେକଟ୍ରିକ ଲାଇନରେ ସଂଯୋଗ ହୋଇ ସର୍ଟ ସର୍କିଟ ହୋଇ ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।


COMMERCIAL BREAK
SCROLL TO CONTINUE READING

 ଘଟଣାଟିକୁ ଚପେଇ ଦେବା ପାଇଁ ପୋଲିସ ର ସହାୟତା ରେ ଆଦିତ୍ୟ ବିର୍ଲା ର ଅଧିକାରୀ ରାତାରାତି ଶବକୁ ସ୍ଥାନାନ୍ତର କରିଥିଲେ। ସକାଳୁ ଗାଁ ରେ ଖବର ପ୍ରଘାଟ ହେବା ପରେ ଉତ୍ତେଜନା ସୃଷ୍ଟି ହୋଇଛି। ତୁରନ୍ତ ମୃତକଙ୍କ ପରିବାର କୁ କ୍ଷତି ପୂରଣ ଦେବା ପାଇଁ ଦାବୀ ହୋଇଛି। ନଚେତ ରାସ୍ତା ରୋକ କରାଯିବ ବୋଲି ଧମକ ମଧ୍ୟ ଦିଆଯାଇଛି। ଗ୍ରାମବାସୀ ଆହୁରି ଅଭିଯୋଗ କରିଛନ୍ତି ଯେ ଆଦିତ୍ୟ ବିର୍ଲାର ଟ୍ୟାଙ୍କରକୁ ଅଧ ରାତିରେ ଜଣେ ଅଧିକାରୀ କିଭଳି ଭାବରେ ପାଣି ଆଣିବା ବିନିଯୋଗ କରିଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।