କେନ୍ଦ୍ରାପଡା: ଭିତରକନିକା ଏବଂ ସାତକୋଶିଆରେ କୁମ୍ଭୀର ଗଣନା ପରେ ଆସିଛି ତଥ୍ୟ । ଡିଏଫଓ (DFO) ସୁଦର୍ଶନ ଗୋପୀନାଥ ଯାଦବଙ୍କ କହିବାନୁଯାୟୀ, ଚଳିତଥର ୫୧ଟି ସେଗମେଣ୍ଟରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ କରାଯାଇଥିଲା । ୨୨ଟି ଟିମ୍ ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମରେ ସାମିଲ ଥିଲେ । ଗଣନାରୁ ଜଣାପଡିଛି ଯେ, ୨୦୨୩ ମସିହାରେ ଭିତରକନିକାରେ ୧୭୯୩ଟି କୁମ୍ଭୀର ଥିବାବେଳେ ବର୍ତ୍ତମାନ ତାହା ବୃଦ୍ଧି ହୋଇ ସଂଖ୍ୟା ୧୮୧୧ରେ ପହଞ୍ଚିଛି । ସାତକୋଶିଆରେ ଗତବର୍ଷ ୮୮ଟି କୁମ୍ଭୀର ଥିଲେ ତାହା ବର୍ତ୍ତମାନ ବୃଦ୍ଧି ହୋଇ ୧୧୧ରେ ପହଞ୍ଚିଛି ।


COMMERCIAL BREAK
SCROLL TO CONTINUE READING

Also Read- ଏମିତି କ'ଣ ଘଟିଲା ଓୟୋ ରୁମରେ? ଚାଲିଗଲା ଅଙ୍ଗନବାଡି କର୍ମୀଙ୍କ ଜୀବନ


ଡିଏଫଓ ସରୋଜ ପଣ୍ଡାଙ୍କ କହିବାନୁଯାୟୀ ୨୦୨୩ ମସିହାରେ ଯେତେବେଳେ କୁମ୍ଭୀର ଗଣନା କରାଯାଇଥିଲା ସେତେବେଳେ ସାତକୋଶିଆରେ ୮୧ଟି ମଗର ଏବଂ ୭ଟି ଘଡିଆଳ କୁମ୍ଭୀର ଥିଲେ । ବର୍ତ୍ତମାନର ଗଣନା ଆଧାରରେ ମଗର ସଂଖ୍ୟା ବୃଦ୍ଧି ହୋଇ ୯୭ ହୋଇଥିବା ସମୟରେ ଘଡିଆଳ ସଂଖ୍ୟା ୧୪ ହୋଇଛି । ଜାନୁଆରୀ ୬ରୁ ୮ ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ କରାଯାଇଥିଲା ।


Also Read- Sun Transit 2024: ଜାନୁଆରୀ ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !


Also Read- ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିବେ ୧ ଘଣ୍ଟାରୁ କମ୍ ସମୟରେ ! ପ୍ରସ୍ତୁତ ହେଲା ସୁପରସୋନିକ୍ ଜେଟ୍