Bird Flu: ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକର ବିଭିନ୍ନ ପଞ୍ଚାୟତର ବିଭିନ୍ନ ବ୍ଲକ ଆତଙ୍କ! ଫାର୍ମରେ  ଶତାଧିକ କୁକୁଡା ମରି ଯାଇଛନ୍ତି।  ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ। ବାର୍ଡ଼ ଫ୍ଲୁ ଆଶଙ୍କା କରାଯାଉଛି। ପ୍ରାଣୀଧନ ଚିକିତ୍ସକ ବାଭାଗ ଅଧିକାରୀମାନେ ଆଜି ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।  ଶୀତ ଋତୁକେ କୃଷ୍ଣ ପ୍ରସାଦ ଅଞ୍ଚଳର ଚାଲିକାକୁ  ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ  ହୋଇଛି।  ସେପଟେ, କୁକୁଡା ବ୍ୟବସାୟୀମାନେ ଏହାକୁ ଖଣ୍ତନ କରିଛନ୍ତି। ଅତ୍ୟାଧିକ ଶୀତ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ସେମାନେ କହିଛନ୍ତି।  ଅତିଥି ପକ୍ଷଙ୍କ ଠାରୁ ବାର୍ଡ଼ ଫ୍ଲୁ  ଭଳି ଲକ୍ଷଣ  ଦେଖାଯାଇ ନ-ଥିବା ଚିଲିକା  ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ତ ଅଧିକାରୀ  ଅମ୍ଲାନ୍  ନାୟକ ସୂଚନା ଦେଇଛନ୍ତି।  ପ୍ରାଣୀଧନ ଚିକିତ୍ସା ଅଧିକାରୀ ସୁଦ୍ରୀପ୍ତା ପଟ୍ଟନାୟକ କହିଛନ୍ତି ଯେ, ବାର୍ଡ଼ ଫ୍ଲୁ ନେଇ ଏପର୍ଯ୍ୟନ୍ତ କୌଣସି ଖବର ସ୍ପଷ୍ଟ ହୋଇନି।  କେବଳ କିଛି ସ୍ଥାନରେ କୁକୁଡା ମରିଥିବା କୁହାଯାଉଛି।  ଆଜି ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବେ।  ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଯିବ। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ। 


COMMERCIAL BREAK
SCROLL TO CONTINUE READING

ALSO READ: Dhanadhya Yoga: ୨୮ ଜାନୁଆରୀ ପୂର୍ବରୁ ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଧନଧ୍ୟା ଯୋଗ, ବର୍ଷା ସାରା ଟଙ୍କା ବର୍ଷା କରିବେ ଶନି-ଶୁକ୍ର!


ALSO READ: Today Horoscope: ଆଜି କନ୍ୟା-ତୁଳା ସମତେ ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର,ଏମାନଙ୍କ ବଢିବ ଅଯଥା ଖର୍ଚ୍ଚ; ଜାଣନ୍ତୁ ଆଜିର ରାଶିଫଳ


ସେପଟେ,  ଚିଡ଼ିଆଖାନାରେ ଥିବା ଜୀବଜନ୍ତୁଙ୍କୁ ଜ୍ୱର ହୋଇପାରେ। ପୁଣି ଏ ଜ୍ୱର ତାଙ୍କ ଜୀବନ ବି ନେଇପାରେ। ନାଗପୁର ଚିଡ଼ିଆଖାନାରେ ତିନି ବାଘଙ୍କ ମୃତ୍ୟୁ ପରେ ଏନେଇ ସତର୍କତା ଚେତାବନରୀ ଦେଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ।  ସାରା ଦେଶରେ ଏହି ମୃତ୍ୟୁକୁ ଆଖିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଏହି ଚେତାବନୀରେ କୁହାଯାଇଛି। ଡିସେମ୍ବର ୩୦ ତାରିଖରେ ଏହି ତିନିଜଣ ବାଘଙ୍କ ମୃତ୍ୟୁ ପରେ ଜଙ୍ଗଲ ବିଭାଗ ପକ୍ଷରୁ ସେମାନଙ୍କ କଫ ଓ ସିଙ୍ଘାଣି ନମୁନା ପରୀକ୍ଷଣ କରାଯାଇଥିଲା। 


ଆଇସିଏଆର୍‍ ଉଚ୍ଚ ସୁରକ୍ଷା ସମ୍ପନ୍ନ ଜାତୀୟ ପ୍ରାଣୀ ରୋଗ ପ୍ରତିଷ୍ଠାନରେ ଏହାକୁ ପରୀକ୍ଷା କରାଯାଇଥିଲା। ପରୀକ୍ଷଣ ପରେ ସେମାନେ ଏଚ୍୫ ଏନ୍‍୧ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଭୂତାଣୁ ସାଧାରଣଙ୍କ କୁକୁଡ଼ା ତଥା ଅନ୍ୟ ପକ୍ଷୀଙ୍କ ଶରୀରରେ ଦେଖାଯାଏ। ଶିଘ୍ର ସଂକ୍ରମିତ ହେଉଥିବା ଏହି ଭୂତାଣୁ ପ୍ରାଣୀଙ୍କ ଜୀବନ ମଧ୍ୟ ନେଇପାରେ। ଏଣୁ ଚିଡିଆଖାନାର ଜନ୍ତା ଭିତରେ ଥିବା ସୁରକ୍ଷିତ ପ୍ରାଣୀମାନଙ୍କ ପାଇଁ ଏଥିନେଇ ସତର୍କତା ରକ୍ଷା କରିବାକୁ କେନ୍ଦ୍ର ମନ୍ତ୍ରଣାଳୟ ଆଦେଶ ଜାରି କରିଛନ୍ତି। 



ସାଧାରଣତଃ ସଂକ୍ରମିତ ପକ୍ଷୀଙ୍କୁ ସଂସ୍ପର୍ଶରେ ଆସିଥିବା ପ୍ରାଣୀ ଏଥିରେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥାଏ। ଏଣୁ ଚିଡ଼ିଆଖାନା ଆଖପାଖ ଅଞ୍ଚଳରେ ଯଦି ପକ୍ଷୀଙ୍କୁ ଏହି ଭୂତାଣୁ ସଂକ୍ରମିତ କରିଛି ତେବେ ଏଥିପ୍ରତି ସତର୍କ ରହିବାକୁ ହେବ। ଏହାଛଡ଼ା ଜନ୍ତା ଭିତରେ ଥିବା ବାଘ ତଥା ଅନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ଦେବା ପୂରତ୍ବରୁ ଏ ବାବଦରେ ଅଧିକ ଯତ୍ନ ନେବା ଆବଶ୍ୟକ ବୋଲି ଏହି ଚିଡିରେ କୁହାଯାଇଛି।