Horoscope Today 7 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୭ ହେଉଛି ମଙ୍ଗଳବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ALSO READ: Weekly Special Horoscope: ଜାନୁଆରୀର ଦ୍ବିତୀୟ ସପ୍ତାହ, କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ? ଜାଣନ୍ତୁ
ବିଛା : ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ପରିସ୍ଥିତି ବଦଳିଯିବା କାରଣରୁ ମାନସିକ ସ୍ଥିତି ଏତେ ଭଲ ରହିବ । ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । ଭ୍ରମଣ ଓ କଠିନ ଶ୍ରମ ହେତୁକ ସ୍ବାସ୍ଥ୍ୟହାନି ଘଟିପାରେ । ଅର୍ଥନୈତିକ ସ୍ଥିତି ଭଲ ରହିବ।
ମକର : ଆଜି ଅଯଖା ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଚାପ ବଢ଼ିପାରେ । ପ୍ରିୟ ବ୍ୟକ୍ତିଙ୍କ ଉପରେ ଅଯଥା ବିରକ୍ତ ହେଲେ ନିଜେ କ୍ଷତିରେ ପଡ଼ିବେ । କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ଦିଗକୁ ମୁହାଁଇପାରନ୍ତି । ଋତୁ କାଳୀନ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।
କୁମ୍ଭ : କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସହଯୋଗ ପାଇ ମନ ଖୁସି ରହିବ। ସମ୍ମାନ ବୃଦ୍ଧି ପାଇବ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରି ମାନସିକ ଅସନ୍ତୋଷ ବୃଦ୍ଧିର କାରଣ ହେବ । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରିସ୍ଥିତି ପ୍ରତି ଲକ୍ଷ୍ୟ ରଖି କାମ କରି ଚାଲିଲେ କୌଣସି ଅସୁବିଧା ରହିବ ନାହିଁ ।
ମୀନ : ଆଜି ସାଧାରଣ ଘଟଣାକୁ କେନ୍ଦ୍ରକରି ଦିନସାରା ମାନସିକ ଅଶାନ୍ତି ଦେଖାଦେବ। ଅସୁସ୍ଥତା ଲାଗି ରହିଲେ ମଧ୍ୟ ଅନ୍ୟମାନଙ୍କ ସାହାଯ୍ୟରେ କାମ ସମ୍ପାଦନ କରିପାରିବେ । ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ । ବନ୍ଧୁଙ୍କ ଫେରିବାରେ ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ ।
ट्रेन्डिंग फोटोज़