Odisha News: ପୁଣି ବଦଳିଲେ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ।ଗତ ଦୁଇମାସରେ ବଦଳିଲେଣି ୩ ପୌର କାର୍ଯ୍ୟିନିର୍ବାହି ଅଧିକାରୀ। ନିର୍ବାଚନ(Election) ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବଦଳୁଛନ୍ତି ଅଧିକାରୀ। ସରୋଜ କୁମାର ସ୍ବାଇଁ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ପୁରୀରେ କାର୍ଯ୍ୟ କରିଥିବାରୁ ବଦଳି ହୋଇ ତାଙ୍କ ସ୍ଥାନରେ ମନୋଜ ବେହେରା ଦାୟିତ୍ଵ ନେଇଥିଲେ। ତେବେ ମନୋଜଙ୍କୁ ମଧ୍ୟ ବଦଳି କରାଯିବା ପରେ ବିରୋଧ ଯୋଗୁଁ ସ୍ଥଗିତ କରାଯାଇଥିଲା ମାତ୍ର ପରେ ପୁଣି ତାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ବି ଡି ଏର ଅତିରିକ୍ତ କମିଶନର ତଥା ଓ ଏ ଏସ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଥିଲା।


COMMERCIAL BREAK
SCROLL TO CONTINUE READING


ତେବେ ଆଜି ପୁଣି ଥରେ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଓ ଏମ ସି ର ଜେନେରାଲ ମ୍ୟାନେଜର ଭାବରେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଢେଙ୍କାନାଳ ଉପ ଜିଲ୍ଲାପାଳ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ଭାବରେ ନିଯୁକ୍ତି ପାଇଛନ୍ତି ଆସନ୍ତାକାଲି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଧିକାରୀ ବଦଳି ପ୍ରକ୍ରିୟା ଜାରି ରହିଛି ।