Government Holidays: ଆସନ୍ତା ବର୍ଷ ପାଇଁ ପ୍ରକାଶ ପାଇଲା ସରକାରୀ ଛୁଟି କ୍ୟାଲେଣ୍ଡର।ଏହି କ୍ୟାଲେଣ୍ଡରରେ ଆସନ୍ତା ବର୍ଷ ପଡ଼ୁଥିବା ବିଭିନ୍ନ ପୂଜା ପାର୍ବଣ ସହ ଜାତୀୟ ଦିବସଗୁଡ଼ିକୁ(Holidays)  ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଛି। ୨୦୨୪ ବର୍ଷ ପାଇଁ ଛୁଟିର ଏକ ତାଲିକା କ୍ୟାଲେଣ୍ଡ ଜରିଆରେ ଜାରି କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ।ଏହି ତାଲିକା ଅନୁସାରେ ଆସନ୍ତା ବର୍ଷ ୩୦ଟି ସରକାରୀ ଛୁଟି ଦିନ ଓ ୬ଟି ଇଚ୍ଛାଧୀନ ଛୁଟି ଦିନ ରହିଛି। କର୍ମଚାରୀମାନେ ୬ଟି ଇଚ୍ଛାଧୀନ ଛୁଟିରୁ ଗୋଟିଏ ଦିନ ନିଜ ସୁବିଧା ଅନୁସାରେ ଛୁଟି ନେଇପାରିବେ।


COMMERCIAL BREAK
SCROLL TO CONTINUE READING

ଆସନ୍ତା ବର୍ଷର ସରକାରୀ ଛୁଟି(Government Holidays) ଜାନୁଆରୀ ୧୫ ତାରିଖ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ୨୫ ଡିସେମ୍ବର ବଡ଼ ଦିନ ପଯ୍ୟନ୍ତ ରହିଛି। ଏହି ଦିନମାନଙ୍କରେ ସରକାରୀ କାର୍ଯ୍ୟାଳୟ ସମେତ ରାଜସ୍ୱ ଓ ମାଜିଷ୍ଟ୍ରେଟ୍‌‌ କୋର୍ଟ(Magistrate Court) ମଧ୍ୟ ବନ୍ଦ ରହିବା ନେଇ କ୍ୟାଲେଣ୍ଡରରେ ଉଲ୍ଲେଖ କରାଯାଇଛି।ସେପଟେ ଜାନୁଆରୀ ୧୭ ତାରିଖରେ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ (Guru gobind singh jayanti), ଜାନୁୟାରୀ ୨୫ରେ ବ୍ରାହ୍ମ ସମାଜ(Brahmo Samaj) ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୩୦ରେ ଇଷ୍ଟର ଶନିବାର, ମେ’ ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୧୫ରେ ବାହୁଡ଼ା ଯାତ୍ରା ଓ ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରାଯାଇଛି। ରାଜ୍ୟରେ ସରକାର ଜାରି କରିଥିବା ତାଲିକା ଅନୁଯାୟୀ ୬ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଯେ କୌଣସି ଗୋଟିଏରେ ସରକାରୀ କର୍ମଚାରୀମାନେ ଇଚ୍ଛାଧୀନ ଭାବେ ଛୁଟି ନେଇପାରିବେ। ବିଭାଗୀୟ ମୁଖ୍ୟଙ୍କଠାରୁ ଆବଶ୍ୟକୀୟ ଅନୁମତି ନେଇ ଏହି ଛୁଟି ନେଇପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି


ଅନ୍ୟପଟେ ୫ଟି ପ୍ରମୁଖ ପର୍ବ-ପର୍ବାଣୀ ଦ୍ୱିତୀୟ ଶନିବାର ଓ ରବିବାର ପଡ଼ୁଥିବାରୁ  ସରକାରୀ କର୍ମଚାରୀଙ୍କ(Government Employees) ଘୋଷିତ ଛୁଟି ଭିତରୁ ୫ ଦିନ ମାଡ଼ ଖାଇବ।  ଏହି ୫ ଦିନ ଭିତରୁ ରଥଯାତ୍ରା(Rathayatra), ଦଶହରା, ନୂଆଖାଇ ଓ ବିଷୁବସଂକ୍ରାନ୍ତି ରବିବାର ପଡ଼ୁଥିବାବେଳେ, ମହାନବମୀ ଦ୍ୱିତୀୟ ଶନିବାର ପଡ଼ୁଛି।