ଛତିଶା ନିଯୋଗ ବୈଠକରେ ପ୍ରଭୁଙ୍କ ବିଶେଷ ନୀତିକୁ ଅନୁମୋଦନ
ଆଜିର ବୈଠକରେ ରାଜେନ୍ଦ୍ରଭିଷେକ, ରୁକ୍ମଣୀ ହରଣ, ଚମ୍ପକଦ୍ୱାଦସୀ, ଦଇତାପତି ପ୍ରବେଶ, ସେନାପଟା ଲାଗି ତଥା ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ସ୍ତିରୀକୃତ କରାଯାଇଥିଲା ।
ପୁରୀ: ଶେଷ ହେଲା ଛତିଶା ନିଯୋଗ ବୈଠକ । ବୈଠକରେ ରାଜେନ୍ଦ୍ରଭିଷେକ ନୀତି ଠାରୁ ଦେବସ୍ନାନ ପୂର୍ଣ୍ଣିମା ନୀତି ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ କରାଯାଇଛି ସବିଶେଷ ଆଲୋଚନା । ସେହିପରି ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ୟବସ୍ତା ଭଳି ସମ୍ପର୍କରେ ଆଲୋଚନା ହୋଇଥିବାବେଳେ ମହାପ୍ରଭୁଙ୍କ ପହଣ୍ଡି ବିଜେ, ଜଳ ବିଜେ, ସ୍ନାନ ନୀତି, ବେଶ ଆଦି ଉପରେ ନୀତିକୁ ଅନୁମୋଦିତ କରାଯାଇଛି ।
ଆଜିର ବୈଠକରେ ରାଜେନ୍ଦ୍ରଭିଷେକ, ରୁକ୍ମଣୀ ହରଣ, ଚମ୍ପକଦ୍ୱାଦସୀ, ଦଇତାପତି ପ୍ରବେଶ, ସେନାପଟା ଲାଗି ତଥା ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ସ୍ତିରୀକୃତ କରାଯାଇଥିଲା । ତେବେ ଛତିଶା ନିଯୋଗରେ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଥିବାବେଳେ ଶୃଙ୍ଖଳିତ ଭାବେ ଅନୁମୋଦିତ ନୀତି ଅନୁସାରେ କାର୍ଯ୍ୟ କରାଯିବ ବୋଲି ସେବାୟତ ମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ନୂତନ ରାଜ୍ୟ ସରକାର ଶ୍ରୀ ମନ୍ଦିର ପାଇଁ ୫୦୦ କୋଟିର କର୍ପସଫଣ୍ଡ ବ୍ୟବସ୍ତା ଗ୍ରହଣ କରିଥିବା ନେଇ ଆଜି ଛତିଶା ନିଯୋଗ ବୈଠକରେ ସ୍ୱାଗତ କରାଯାଇଥିବାବେଳେ ସରକାରଙ୍କ ଏହିପରି ପଦକ୍ଷେପକୁ ସାଧୁବାଦ ଜ୍ଞାପନ କରାଯାଇଥିଲା ।
Also Read- ଜମ୍ମୁ-କଶ୍ମୀର ସୁରକ୍ଷା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ, ଜୁନ ୧୬ରେ ଜରୁରୀ ବୈଠକ
Also Read- ମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କଲେ ମୁଖ୍ୟଶାସନ ସଚିବ