ମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କଲେ ମୁଖ୍ୟଶାସନ ସଚିବ
Advertisement
Article Detail0/zeeodisha/odisha2293111

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କଲେ ମୁଖ୍ୟଶାସନ ସଚିବ

ଆଜିର ବୈଠକରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ନୂଆ ସରକାରଙ୍କ ସାମ୍ନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି । ଏଥିସହ ଉନ୍ନୟନ କମିଶନର ଅନୁ ଗର୍ଗ,  କୃଷୀ ସଚିବ ଅରବନ୍ଦି ପାଢ଼ୀ, ଅର୍ଥ ସଚିବ ବିଶାଳ ଦେବ, ମତ୍ସ୍ୟ ଓ ପଶୁପାଳ ବିଭାଗ ସଚିବ ସୁରେଶ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କଲେ ମୁଖ୍ୟଶାସନ ସଚିବ

ଭୁବନେଶ୍ୱର: ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି । ଉକ୍ତ ବୈଠକରେ ରାଜ୍ୟର ସାମଗ୍ରୀକ ବିକାଶ, ସ୍ଥିତି ଓ ଆହ୍ୱାନ ସମ୍ପର୍କରେ ଆଲୋଚନା ହୋଇଛି ।

ଆଜିର ବୈଠକରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ନୂଆ ସରକାରଙ୍କ ସାମ୍ନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି । ଏଥିସହ ଉନ୍ନୟନ କମିଶନର ଅନୁ ଗର୍ଗ,  କୃଷୀ ସଚିବ ଅରବନ୍ଦି ପାଢ଼ୀ, ଅର୍ଥ ସଚିବ ବିଶାଳ ଦେବ, ମତ୍ସ୍ୟ ଓ ପଶୁପାଳ ବିଭାଗ ସଚିବ ସୁରେଶ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ । ମିଳିଥିବା ସୂଚନା ମୁତାବକ, ରାଜ୍ୟର ଅର୍ଥନୀତି, ଜନସଂଖ୍ୟା, ଭୌଗଳିକ ସ୍ଥିତି ସମେତ ରାଜ୍ୟର ବିକାଶ ନେଇ ଆଲୋଚନା ହୋଇଛି । ଆଗକୁ ପୁଣିଥରେ ଏ ସମ୍ପର୍କରେ ଆଲୋଚନା ହେବାସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗକୁ ସାମିଲ କରାଯିବ ବୋଲି ଜଣାପଡିଛି ।

Also Read- ଭାରତୀୟ ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’

Also Read- କୋଲକାତା ଆକ୍ରୋପଲିସ ମଲରେ ଅଗ୍ନିକାଣ୍ଡ