Advertisement
Article Detail0/zeeodisha/odisha2293111
Zee OdishaOdisha Trendingମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କଲେ ମୁଖ୍ୟଶାସନ ସଚିବ

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କଲେ ମୁଖ୍ୟଶାସନ ସଚିବ

ଆଜିର ବୈଠକରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ନୂଆ ସରକାରଙ୍କ ସାମ୍ନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି । ଏଥିସହ ଉନ୍ନୟନ କମିଶନର ଅନୁ ଗର୍ଗ,  କୃଷୀ ସଚିବ ଅରବନ୍ଦି ପାଢ଼ୀ, ଅର୍ଥ ସଚିବ ବିଶାଳ ଦେବ, ମତ୍ସ୍ୟ ଓ ପଶୁପାଳ ବିଭାଗ ସଚିବ ସୁରେଶ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କଲେ ମୁଖ୍ୟଶାସନ ସଚିବ

ଭୁବନେଶ୍ୱର: ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି । ଉକ୍ତ ବୈଠକରେ ରାଜ୍ୟର ସାମଗ୍ରୀକ ବିକାଶ, ସ୍ଥିତି ଓ ଆହ୍ୱାନ ସମ୍ପର୍କରେ ଆଲୋଚନା ହୋଇଛି ।

ଆଜିର ବୈଠକରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ନୂଆ ସରକାରଙ୍କ ସାମ୍ନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି । ଏଥିସହ ଉନ୍ନୟନ କମିଶନର ଅନୁ ଗର୍ଗ,  କୃଷୀ ସଚିବ ଅରବନ୍ଦି ପାଢ଼ୀ, ଅର୍ଥ ସଚିବ ବିଶାଳ ଦେବ, ମତ୍ସ୍ୟ ଓ ପଶୁପାଳ ବିଭାଗ ସଚିବ ସୁରେଶ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ । ମିଳିଥିବା ସୂଚନା ମୁତାବକ, ରାଜ୍ୟର ଅର୍ଥନୀତି, ଜନସଂଖ୍ୟା, ଭୌଗଳିକ ସ୍ଥିତି ସମେତ ରାଜ୍ୟର ବିକାଶ ନେଇ ଆଲୋଚନା ହୋଇଛି । ଆଗକୁ ପୁଣିଥରେ ଏ ସମ୍ପର୍କରେ ଆଲୋଚନା ହେବାସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗକୁ ସାମିଲ କରାଯିବ ବୋଲି ଜଣାପଡିଛି ।

Also Read- ଭାରତୀୟ ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’

Add Zee News as a Preferred Source

Also Read- କୋଲକାତା ଆକ୍ରୋପଲିସ ମଲରେ ଅଗ୍ନିକାଣ୍ଡ

About the Author