Kendujhar News: ବଣ ଜଙ୍ଗଲ ପାହାଡ଼ ଭରା କେନ୍ଦୁଝର ଜିଲ୍ଲା (Kendujhar)। ଏହି ଜଙ୍ଗଲ ପାହାଡ଼ ମଧ୍ୟରେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି । ଏହି ଅପରୂପ ସୋନ୍ଦର୍ଯ୍ୟ ସହ ଜିଲ୍ଲାର କୋଣ ଅନୁକୋଣରେ ପ୍ରାକୃତିକ ଜଳପ୍ରପାତ ମଧ୍ୟ ଅହରହ ବହି ଚାଲିଛି । ଏହି ପ୍ରାକୃତିକ ଝରଣା ଗୁଡିକ ମଧ୍ୟରେ ବଡ଼ଘାଗରା ଜଳପ୍ରପାତ ଅନ୍ୟତମ । କାହିଁ କେଉଁ କାଳରୁ ମାଛକାନ୍ଦଣା ନଦୀରୁ ପାହାଡ଼ ବୁକୁ ଚିରି ଏହି ଜଳପ୍ରପାତ ବହି ଚାଲିଛି । କେନ୍ଦୁଝର ସହରରୁ ମାତ୍ର ୧୦ କିମି ଦୁରରେ ଏହି ଜଳପ୍ରପାତ ଅବସ୍ଥିତ । କେନ୍ଦୁଝର ଜିଲ୍ଲାର ଜଳପ୍ରପାତ ମଧ୍ୟରେ ସାନଘାଗରା ଜଳପ୍ରପାତ(Sanaghagara Waterfall) ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ପାଲିଟି ଥିବା ବେଳେ ସେଠାରୁ ମାତ୍ର ପାଞ୍ଚ କିଲୋମିଟର ଦୁରରେ ଏହି ବଡ଼ ଘାଗରା ଜଳପ୍ରପାତ ଅବସ୍ଥିତ (Badaghagara Waterfall)। ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଏହି ପର୍ଯ୍ୟଟନ ସ୍ଥଳୀ ଏକ ରକମର ଦୃଷ୍ଟି ଆଡୁଆଳରେ ରହିଯାଇଥିଲା । 


COMMERCIAL BREAK
SCROLL TO CONTINUE READING

Also Read: Puri News: ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା, ଜାଣନ୍ତୁ କେବେଠୁ ହେବ ଲାଗୁ?


Also Read: Mahesh Babu’s Daughter Sitara: ଚର୍ଚ୍ଚାରେ ମହେଶ ବାବୁଙ୍କ ଝିଅ ସୀତାରା, ଗୋଟିଏ ଫଟୋ ସୁଟ ପାଇଁ ନେଲେ ଏତିକି କୋଟି


କିନ୍ତୁ ବର୍ତ୍ତମାନ ସରକାରଙ୍କ (odisha Government) ପର୍ଯ୍ୟଟନ ବିକାଶ ପାଇଁ ଏହି ଦୃଷ୍ଟି ଆଡୁଆଳରେ ଥିବା ପର୍ଯ୍ୟଟନ ସ୍ଥଳୀ ଲୋକଲୋଚନକୁ ଆସିବାକୁ ଯାଉଛି । ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ପୁନଃରୁଦ୍ଧାର ପାଇଁ ପ୍ରାୟ ସାଢେ ଚାରି କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ ଜାରି ରହିଛି । ଏହା ସହ ଏହି ପର୍ଯ୍ୟଟନ ସ୍ଥଳୀକୁ ପହଞ୍ଚିବା ପାଇଁ ମୁଖ୍ୟ ରାସ୍ତାର ବିକାଶ କାର୍ଯ୍ୟ ମଧ୍ୟ ସରି ଯାଇଛି । ଏହା ସହ ବଡ଼ ଘାଗରା ଜଳପ୍ରପାତ (Badaghagara Waterfall) ସମ୍ମୁଖରେ ଝରଣା ନିକଟବର୍ତ୍ତୀ ହେବା ପାଇଁ ଜେଟି ନିର୍ମାଣ କରାଯାଇଛି । ଏହା ସହ ଏହି ଜଳପ୍ରପାତକୁ ଯିବା ଆସିବା ପାଇଁ ନୂତନ ଭାବେ କାରୁକାର୍ଯ୍ୟ ଭରା ପାହାଚ ନିର୍ମାଣ କରାଯାଇଛି । ଏହା ସହ ପର୍ଯ୍ୟଟକଙ୍କ ବିଶ୍ରାମ ପାଇଁ ଖୋଲା ବିଶ୍ରାମଗାର ନିର୍ମାଣ କରାଯାଇଛି । ଏହା ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଦୋକାନ ଘର ଓ ଶୌଚାଳୟର ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଛି । 


Also Read: Horoscope Today 15 July 2023: ମାଲେମାଲ ହେବେ ଏହି ସବୁ ରାଶି, ଏହି ରାଶି ଲାଗି ରହିଛି ବିପଦ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?


Also Read: Shani Remedies: ଶନି ଦଶାରୁ ମୁକ୍ତି ଲାଗି ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ, କୃପା କରିବେ ଶନିଦେବ, ବଦଳିଯିବ ଆପଣଙ୍କ ଭାଗ୍ୟ!


ଏହି ବଡ଼ଘାଗରା ଜଳପ୍ରପାତ ସହ ପର୍ଯ୍ୟଟକ ମାନେ ଡ୍ୟାମର ମଜା ନେଇ ପାରିବେ । ଆଗାମୀ ଦିନରେ ଏହି ବଡ଼ଘାଗରା ଜଳପ୍ରପାତ ନିକଟରେ ଅନ୍ୟ ବିଭାଗ ଗୁଡିକ ମଧ୍ୟରୁ ପାର୍କ, ମ୍ୟୁଜିୟମ ଆଦି ନିର୍ମାଣର ଯୋଜନା ଥିବା ପର୍ଯ୍ୟଟନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି । ଏହି ପର୍ଯ୍ୟଟନସ୍ଥଳୀ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଲାଗୁଥିବା ବେଳେ ଏହା ନିର୍ମାଣ କାର୍ଯ୍ୟ ସରିଲେ ଆହୁରି ସୁନ୍ଦର ଲାଗିବ ବୋଲି ସ୍ଥାନୀୟ ପର୍ଯ୍ୟଟକ ପ୍ରକାଶ କରିଛନ୍ତି । ଏହିଭଳି ଜଳପ୍ରପାତ ପୂର୍ବରୁ ଦେଖିନଥିବା ବେଳେ ସପରିବାର ଏହାର ମଜା ନେଇଥିବା କହିଛନ୍ତି ବଙ୍ଗୀୟ ପର୍ଯ୍ୟଟକ ।