Shani Remedies: ଶନି ଦଶାରୁ ମୁକ୍ତି ଲାଗି ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ, କୃପା କରିବେ ଶନିଦେବ, ବଦଳିଯିବ ଆପଣଙ୍କ ଭାଗ୍ୟ!
Advertisement
Article Detail0/zeeodisha/odisha1780289

Shani Remedies: ଶନି ଦଶାରୁ ମୁକ୍ତି ଲାଗି ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ, କୃପା କରିବେ ଶନିଦେବ, ବଦଳିଯିବ ଆପଣଙ୍କ ଭାଗ୍ୟ!

Shani Remedies: ଯଦିଓ ଶନି ଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ଆଉ ଯଦି ଆପଣଙ୍କ ଜାତକରେ ଶନି ଦଶା ରହିଛି ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର (Astro Tips) କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ଲାଭ ହୋଇଥାଏ (Saturday Remedies) ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Shani Remedies: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ (Shani Dev) ଏକ ନିଷ୍ଠୁର ଗ୍ରହ ବୋଲି  କୁହାଯାଏ।  ଶନିଦେବ (Shani Dev) ଲୋକଙ୍କୁ ସେମାନଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି। ଯଦିଓ ଶନି ଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଆଉ ଯଦି ଆପଣଙ୍କ ଜାତକରେ ଶନି ଦଶା ରହିଛି ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର (Astro Tips) କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ଲାଭ ହୋଇଥାଏ (Saturday Remedies) । ଏବଂ ଆପଣଙ୍କ ରାଶିରୁ ଶନିଦଶା କଟିଯାଇଥାଏ । 

ଶନିବାର ଦିନ କରନ୍ତୁ ଏହି ସବୁ କାମ, ସନ୍ତୁଷ୍ଟ ହେବେ ଶନିଦେବ କଟିବ ଶନିଦଶା :

-ଶନିବାର ଦିନ ଶନି ଦେବଙ୍କ କୃପା ଲାଭ କରିବା ଲାଗି ଉପବାସ ପାଳନ କରନ୍ତୁ । ଏହି ଦିନ ବ୍ରହ୍ମା ମୁହୁର୍ତ୍ତରେ ସ୍ନାନ କରି ଶନି ଦେବଙ୍କ ମୂର୍ତ୍ତି ପୂଜା କରନ୍ତୁ । ଶନି ମନ୍ଦିର ଯାଇ ଏହି ଦିନ ଶନି ଦେବଙ୍କୁ ନୀଳ ଲାଜୱନ୍ତୀ ଫୁଲ, କଳା ତେଲ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି । ଦୁଖଃ କଷ୍ଟ ଦୂର ହୋଇଥାଏ ।  

-ଶନି ଦେବଙ୍କ କୃପା ଲାଭ ପାଇଁ ଓସ୍ତ ଗଛ ମୂଳରେ କଳା ତେଲ ଅର୍ପଣ କରନ୍ତୁ। କ୍ରମାଗତ ଭାବରେ ଏହି ପ୍ରତିକାର କରିବା ଦ୍ୱାରା ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥାଏ ସମସ୍ୟା ଦୂର ହୋଇଥାଏ ।  ଆର୍ଥିକ ସ୍ଥିତି ମଜଭୁତ ରହିଥାଏ ।

-ଶନି ଦଶାରୁ ମୁକ୍ତି ପାଇବା ପାଇଁ ଭକ୍ତିର ସହ ଶନି ଦେବଙ୍କ ପୂଜା କରନ୍ତୁ । ଏହା ବ୍ୟତୀତ ଏକ ଚାମଚ ଲାଲ୍ ଚନ୍ଦନକୁ ପାଣିରେ ପକାଇ ପ୍ରତିଦିନ ଗାଧାନ୍ତୁ। ଏହି ଉପାୟ କରିବା ଦୂରା ଶନି ପୀଡ଼ା ଦୂର ହୋଇଥାଏ ।

-ହନୁମାନ ମନ୍ଦିରରେ ସୁନ୍ଦରକନ୍ଦ ପାଠ କରିବାର ଅନେକ ଲାଭ ଅଛି । ଏହା କେବଳ ଆତ୍ମବିଶ୍ୱାସ ବଢାଏ ତାହା ନୁହେଁ, ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସଫଳତାର ସହ କାର୍ଯ୍ୟକାରୀ କରାଇଥାଏ । ଏଥିଲାଗି ଶନିବାର ଦିନ ହନୁମାନ ମନ୍ଦିରରେ ଘିର ଦୀପ ଜାଳି ପ୍ରାର୍ଥନା କରନ୍ତୁ । ଏହା ବ୍ୟତୀତ ହନୁମାନଙ୍କୁ କଦଳୀ ଅର୍ପଣ କରନ୍ତୁ, ପରେ ଗରିବଙ୍କ ମଧ୍ୟରେ ଏହି ପ୍ରସାଦକୁ ବଣ୍ଟନ କଲେ ବିଶେଷ ଲାଭ ମିଳିଥାଏ ।

-ଶନିଙ୍କ ମନ୍ଦ ପ୍ରଭାବରୁ ରକ୍ଷା ପାଇବା ପାଇଁ ଛାୟା ଦାନକୁ ଶୁଭ ବୋଲି ବିବେଚନା କରାଯାଏ । ଏକ ପିତ୍ତଳ ପାତ୍ରରେ ସୋରିଷ ତେଲ ଓ ମୁଦ୍ରା ରଖି ଏଥିରେ ନିଜର ଛାୟିକୁ ଦେଖନ୍ତୁ । ପରେ ଏହି ତେଲକୁ ଗରିବ ଲୋକଙ୍କୁ ଦାନ କରନ୍ତୁ । ଅତି କମରେ ପାଞ୍ଚଟି ଶନିବାର ଏହି ପ୍ରତିକାର କରିବା ଦ୍ବାରା ଶନି ପୀଡ଼ା କମ୍ ହେବା ସହ ଶନି ଦେବଙ୍କ କୃପା ଲାଭ ହୋଇଥାଏ ।

ଶନିବାର ଦିନ କରନ୍ତୁ ନାହିଁ ଏହି କାମ, ନଚେତ୍ ଜୀବନରେ ମାଡି ଆସିବ ବିପଦ!

-ଶନି ଦେବଙ୍କୁ ଖୁସି କରିବା ପାଇଁ ସୋରିଷ ତେଲ ଦାନ କରିବା କିମ୍ବା ଶନିବାର ଦିନ ଏହାର ଦୀପ ଜାଳିବା ଲାଭଦାୟକ ଅଟେ । କିନ୍ତୁ ଏହି ଦିନ ସୋରିଷ ତେଲ କିଣିବା ଏବଂ ଘରକୁ ଆଣିବା ଉଚିତ୍ ନୁହେଁ କିମ୍ବା ଦୋକାନରୁ କିଣିବା ଉଚିତ୍ ନୁହେଁ । କେବଳ ପୂର୍ବରୁ କିଣାଯାଇଥିବା ତେଲ ବ୍ୟବହାର କରାଯିବା ଉଚିତ୍ ।

-ଶନିବାର ଦିନ ଲୋକମାନେ ସୋରିଷ ତେଲ ସହିତ ରାଶି ତେଲ ମଧ୍ୟ ଦାନ କରନ୍ତି, କିନ୍ତୁ ମନେରଖନ୍ତୁ ଯେ, ଶନିବାର ଦିନ କଳା ରଙ୍ଗର ତେଲ କିଣିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହେବା ପରିବର୍ତ୍ତେ କ୍ରୋଧିତ ହୋଇପାରନ୍ତି । ଏବଂ ଆପଣଙ୍କୁ କାଙ୍ଗାଳ ମଧ୍ୟ କରିପାରନ୍ତି। 

- ସେହିପରି ଲୁହା କିମ୍ବା ଲୁହାରେ ତିଆରି ଜିନିଷ ଶନିବାର କିଣିବା ଉଚିତ୍ ନୁହେଁ । ଏହି ଦିନ ଲୁହା ଦାନ କରିବା ଅନୁଚିତ୍। 

-ଶନିବାର ଦିନ ଜୋତା ଏବଂ ଚପଲ ଦାନ କରିବା ଦ୍ବାରା ଶନିଦେବ ଖୁସି ହୋଇଥାନ୍ତି । କିନ୍ତୁ  ମନେରଖନ୍ତୁ ଯେ, ଏହି ଦିନ କୌଣସି ବ୍ୟକ୍ତିଙ୍କ ଠାରୁ ଜୋତା ଏବଂ ଚପଲ ଉପହାର ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ ।

-ଗରିବ,ଦୁର୍ବଳ କିମ୍ବା ବୃଦ୍ଧଙ୍କୁ ଅପମାନିତ କରାଯିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କୁ ହଇରାଣ କରାଯିବା ଉଚିତ୍ ନୁହେଁ। ନିରିହ ଲୋକଙ୍କ ଉପରେ ଏପରି ଦାଉ ସାଧୁଥିବା ଲୋକଙ୍କ ଉପରେ  ଶନିଦେବ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ। 

-ଶନିବାର ଦିନ ଉତ୍ତର ଏବଂ ପୂର୍ବ ଦିଗକୁ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ, ଏହା ଆପଣଙ୍କ ଜୀବନରେ ଅସୁବିଧା ସୃଷ୍ଟି କରିପାରେ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)