Bhadrak communal tension:(ଅଭୟ ମହାନ୍ତି) ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟକୁ ନେଇ ଭଦ୍ରକ ଓ ଧାମନଗର ଅଞ୍ଚଳରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୬୩ ୩ ଦିନ ହେବ ବଳବତ୍ତର ରହିଥିବା ବେଳେ ଇଣ୍ଟରନେଟ ଆହୁରି ୪୮ ଘଣ୍ଟା ପାଇଁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯିବା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ଯଦିଓ ପ୍ରଶାସନ ପକ୍ଷରୁ ଧାରା ୧୬୩ ରେ ସାମାନ୍ୟ କୋହଳ କରାଯାଇଛି। ଦୋକାନ ବଜାର ଶଖାଳ ୬ରୁ ରାତି ୮ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ସାଧାରଣ ଲୋକେ ବିଭିନ୍ନ ଅନଲାଇନ କାର୍ଯ୍ୟ, ଟ୍ରେନ ଟିକେଟ ,ପାଠ ପଢା,କୌଣସି ସାମଗ୍ରୀ କିଣିଲେ ଅନଲାଇନ ପେମେଣ୍ଟ ହେଉ ନଥିବାରୁ ବାଧ୍ୟ ହୋଇ ପଡ଼ୋଶୀ ଯାଜପୁର ଜିଲ୍ଲା କୁ ଯିବାକୁ ପଡୁଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଇଣ୍ଟରନେଟ ବେବହାରରେ ସାମାନ୍ୟ କୋହଳ ପାଇଁ ନିବେଦନ କରିଛନ୍ତି।