ଭୁବନେଶ୍ୱର: ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ଭରତପୁର ଥାନା ଅଧିକାରୀଙ୍କ କାର୍ଯ୍ୟକଳାପର ହେବ ପରୀକ୍ଷା ନିରୀକ୍ଷା। ପିଡ଼ିତା ଯୁବତୀ ଠିକ୍‍ କହୁଛନ୍ତି ନା ତତ୍‍କାଳୀନ ପୁଲିସ ଅଧିକାରୀଙ୍କ କଥା ଠିକ୍‍ ତାହାକୁ ଜାଣିବା ଲାଗି ଏହି ପରୀକ୍ଷା ନିରୀକ୍ଷା କରାଯିବ। ଏଥିଲାଗି ତଦନ୍ତ କରୁଥିବା ଓଡ଼ିଶା ପୁଲିସର କ୍ରାଇମ ବ୍ରାଞ୍ଚ ଆଜି ଗୁଜରାଟର ଗାନ୍ଧିନଗର ଗସ୍ତ କରିବ। ଆସନ୍ତା କାଲି ସେଠାରେ ବ୍ରେନ୍‍ ମ୍ୟାପିଂ ଓ ନାର୍କୋ ପରୀକ୍ଷା କରାଯିବ।
 
ସୂଚନା ଅନୁସାରେ ଆଜି ଓଡ଼ିଶା କ୍ରାଇମ୍‍ ବ୍ରାଞ୍ଚର ଏକ ଦଳ ତତ୍‍କାଳୀନ ଅଭିଯୁକ୍ତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣଙ୍କ ବ୍ରେନ୍‍ ମ୍ୟାପିଂ ଓ ନାର୍କୋ ପରୀକ୍ଷା ପାଇଁ ଗୁଜରାଟ ଗସ୍ତ କରିବ। ଆସନ୍ତା କାଲି ଏହି ପରୀକ୍ଷା ହେବ। ଏଥିଲାଗି କ୍ରାଇମ ବ୍ରାଞ୍ଚ କୋର୍ଟଙ୍କ ଅନୁମତି ପ୍ରାପ୍ତ କରିଛି। ସମ୍ଭବତଃ ଯେଉଁଠାରେ ତତ୍‍କାଳୀନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ପୁଲିସ କର୍ମଚାରୀ ଗୋପାଳ ଦାସଙ୍କ ପରୀକ୍ଷା ନିରୀକ୍ଷା ହୋଇଥିଲା ସେହି ସ୍ଥାନକୁ କ୍ରାଇମ ବ୍ରାଞ୍ଚ ଏହି ୫ ଜଣଙ୍କୁ ନେଇପାରନ୍ତି।


COMMERCIAL BREAK
SCROLL TO CONTINUE READING

ଓଡ଼ିଶାରେ ମିଛ ଧରିବା ବା ପଲିଗ୍ରାଫି ପରୀକ୍ଷଣ ଲାଗି ବ୍ୟବସ୍ଥା ରହିଛି। ହେଲେ ନାର୍କୋ ଏବଂ ବ୍ରେନ ମ୍ୟାପିଂ ପାଇଁ ବ୍ୟବସ୍ଥା ନାହିଁ। ଏଣୁ ପୁଲିସ ତାଙ୍କୁ ଗୁଜରାଟ ନିଆଯିବାର ବ୍ୟବସ୍ଥା କରାଯାଇଛି। ଗତ ୧୪ ତାରିଖ ରାତିରେ ଜଣେ ସେନା କ୍ୟାପ୍ଟେନ  ତାଙ୍କ ବାନ୍ଧବୀ ଫେରୁଥିବା ବେଳେ କିଛି ଯୁବକ ତାଙ୍କ ଆକ୍ରମଣ କରିଥିଲେ।  ଏନେଇ ଲଏତଲା ଦାଖଲ କରିବାକୁ ଆସିଥିବା ଏହି ଦୁଇଜଣ ଥାନା ଭିତରେ ପୁଲିସ ଦ୍ୱାରା ନିର୍ଯାତନାର ସମ୍ମୁଖୀନ ହୋଇଥିଲେ। ଏପରିକି ଥାନା ଅଧିକାରୀ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଏହାକୁ ପ୍ରଥମେ ପ୍ରତ୍ୟାଖ୍ୟାନ କରି ପୀଡ଼ିତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ। ହେଲା ଆହତ ପିଡ଼ିତ ଏ ନେଇ କୋର୍ଟ ଏବଂ  ଗଣମାଧ୍ୟମ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପୁର୍ବତନ ସୈନିକମାନେ ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 


ଘଟଣାର ଗୁରୁତ୍ୱକୁ ଅନୁଭବ କରି ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର କରିଥିଲେ। କ୍ରାଇମ ବ୍ରାଞ୍ଚ ଏନେଇ ଏତଲା ରୁଜୁ କରୁଥିବା ବେଳେ ସରକାର ଏହାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି।