ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା; ବବିଙ୍କ ଭାଇ ଭବ ପ୍ରସାଦ ଦାସ ଅଟକ, ଘରୁ ଉଠାଇ ଆଣିଲା ପୁଲିସ
Bobby das brother: ଅନ୍ୟପଟେ ବିନା ଅନୁମତିରେ ବୁଢ଼ାଘାଟ ନିକଟରେ ରାସ୍ତାରୋକ କରିବା ଘଟଣାରେ ମଧ୍ୟ ମାମଲା ରୁଜୁ ହୋଇଛି। ବ୍ୟବସାୟୀ ମାନେ ଭବଙ୍କ ନାଁରେ ୩ଟି ମାମଲା ରୁଜୁ କରିଥିବା ବେଳେ ପୁଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଛି।
ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ଓ ବିରଜା ହାଟ ଗଣ୍ଡଗୋଳ ଘଟଣାରେ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଭାଇ ଭବ ପ୍ରସାଦ ଦାସଙ୍କୁ ଥାନାରେ ଅଟକ ରଖିଛି କଳିଙ୍ଗ ନଗର ଥାନା ପୁଲିସ। ଯାଜପୁର ଥାନାରେ ଭବ ପ୍ରସାଦ ଦାସ ନାମରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ବିରଜା ହାଟରେ ବ୍ୟବସାୟୀଙ୍କ ପରିବା ଫୋପାଡିବା ଓ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ପୂର୍ବରୁ ଘଟଣାରେ ମୋଟ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଅନ୍ୟପଟେ ବିନା ଅନୁମତିରେ ବୁଢ଼ାଘାଟ ନିକଟରେ ରାସ୍ତାରୋକ କରିବା ଘଟଣାରେ ମଧ୍ୟ ମାମଲା ରୁଜୁ ହୋଇଛି। ବ୍ୟବସାୟୀ ମାନେ ଭବଙ୍କ ନାଁରେ ୩ଟି ମାମଲା ରୁଜୁ କରିଥିବା ବେଳେ ପୁଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଛି।
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଭୟଙ୍କର ଆକ୍ସନ ନିଆଯିବ କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। କିଛି ଲୋକଙ୍କର ଏପର୍ଯ୍ୟନ୍ତ ଦୋଷ ଛାଡ଼ିନି, ଆଜି ବି ସେୟା କରିବାକୁ ଚେଷ୍ଟ କରୁଛନ୍ତି। ସେମାନଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ଆମ ସରକାରକୁ ଜଣାଅଛି। କେବଳ ବିଧାୟକ ନୁହେଁ, ସାଧାରଣ ଲୋକ ଉପରେ ବି ଅତ୍ୟାଚାର କଲେ ଫଳ ଭୋଗିବେ। ଏଭଳି ଘଟଣା ଭବିଷ୍ୟତରେ ଯେଭଳି ନହେବ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ।
ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ମାଡ ମରାଯାଇ ତାଙ୍କ ସୁନାଚେନ୍ ଛଡାଇ ନେଇଥିଲେ ବୋଲି ଅଭିଯୋଗ କରାଯାଇଛି। ବିଧାୟକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଅଙ୍ଗରକ୍ଷୀ (ପିଏସ୍ଓ) ଶକ୍ତିପ୍ରସାଦ ରାଉତ ଅଟକାଇବା ସମୟରେ ବିଜେଡିର ଅନେକ କର୍ମୀ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ଯାଜପୁର ଟାଉନ ଥାନା ଘେରାଉ କରି ଧର୍ମଶାଳା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଥିଲେ। ଅପରପକ୍ଷେ ଭାଜପା ପକ୍ଷରୁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ ତାଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କ ସମେତ ଆକ୍ରମଣ କରିଥିବା ବିଜେଡି କର୍ମୀଙ୍କୁ ଗିରଫ କରିବା ଦାବିରେ ଶତାଧିକ ଭାଜପା କର୍ମୀ ଯାଜପୁର ସଦର ଥାନାକୁ ଘେରାଉ କରିଥିଲେ।