Bhitarakanika close : କୁମ୍ଭୀର ଗଣନା ପାଇଁ ୧୪ରୁ ଭିତର କନିକା ବନ୍ଦ
ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପରିଭ୍ରମଣକୁ ନିଷିଦ୍ଧ କରିଦିଆଯାଇଛି। ବଉଳା କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କର ଓ ରାଜନଗର ଡିଏଫଓ ସୁଦର୍ଶ
Bhitarakanika close: ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପରିଭ୍ରମଣକୁ ନିଷିଦ୍ଧ କରିଦିଆଯାଇଛି। ବଉଳା କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କର ଓ ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କୁମ୍ଭୀର ଗଣନା କରାଯିବ।
ସୂଚନାଯୋଗ୍ୟ ଯେ ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳ ଏବଂ ନଦୀକୁ ସଂଯୋଗ କରୁଥିବା ସ୍ଥାନଗୁଡିକରେ ବଉଳା କୁମ୍ଭୀର ମାନଙ୍କ ଗଣନା କରାଯିବ। ସେହିପରି ଭିତରକନିକା ଜାତୀୟ ଉଦ୍ୟାନ ସୀମାରେ ରହିଥିବା ଆର୍ଦ୍ରଭୂମୀ ଓ ଆଖପାଖ ଅ଼୍ଚଳରେ ହିମାଳୟ ପାଦଦେଶରୁ ଆସିଥିବା ଅସଂଖ୍ୟ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ଏହି ସମୟରେ ପକ୍ଷୀ ଗଣନା ମଧ୍ୟ କରାଯିବ ବୋଲିବନ ବିଭାଗ ସୂଚନା ପ୍ରଦାନ କରିଛି।