Metro project in Bhubaneswar: ଭୁବନେଶ୍ବର ମେଟ୍ରୋ (Bhubaneswar Metro) ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ମାଟି ପରୀକ୍ଷଣ କାର୍ଯ୍ୟ। ଡି଼ପିଆର ପ୍ରସ୍ତୁତ ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ ସଂସ୍ଥା (DMRC) ‘ଜିଓ ଟେକ୍ନିକାଲ ଇନଭେଷ୍ଟିଗେସନ୍’ (Geo-Technical Probe) ଆରମ୍ଭ କରିଛି । ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନଠାରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ ମାଟି ପରୀକ୍ଷଣ ପକ୍ରିୟା ଆରମ୍ଭ ହୋଇଛି । ଏବେ ସୁଦ୍ଧା ୨ରୁ ୩ଟି ସ୍ଥାନରେ ମାଟି ପରୀକ୍ଷଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିବା ବେଳେ ପାଖାପାଖି ୨୬ କିଲୋମିଟର ଯାଏଁ ପ୍ରଥମ ପର୍ଯ୍ୟାୟ ମାଟି ପରୀକ୍ଷା କାର୍ଯ୍ୟ ଆରମ୍ଭ ହେବ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଖୁବଶୀଘ୍ର ଭୁବନେଶ୍ବରରୁ କଟକକୁ ଗଡ଼ିବ ମେଟ୍ରା (Metro) ଟ୍ରେନ୍ । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନଠାରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ ମାଟି ପରୀକ୍ଷଣ ପକ୍ରିୟା ଆରମ୍ଭ ହୋଇଛି। ପାଖାପାଖି ୨୬ କିଲୋମିଟର ଯାଏଁ ପ୍ରଥମ ପର୍ଯ୍ୟାୟରେ ମାଟି ପରୀକ୍ଷ କାମ ଆରମ୍ଭ ହେବ । ଇତି ମଧରେ ୨୪ଟି ସ୍ଥାନରେ ‘ଜିଓ ଟେକ୍ନିକାଲ ଇନଭେଷ୍ଚିଗେସନ୍’ (Geo-Technical Probe) ଆରମ୍ଭ ହୋଇଛି । ତେବେ ପ୍ରତି କିଲୋମିଟର ବ୍ୟବଧାନରେ ମାଟି ନମୂନା ସଂଗ୍ରହ କରାଯାଉଛି । ରାଜସ୍ଥାନରୁ ଆସିଥିବା ଟିମ୍ (Technical team) ଏକ ସ୍ବତନ୍ତ୍ର ମେସିନ ଜରିଆରେ ପ୍ରତି ଦେଢ ମିଟର ଗଭୀରତା ବ୍ୟବଧାନରେ ୩୦ ମିଟର ଗଭୀର ଯାଏଁ ମାଟି ନମୂନା ସଂଗ୍ରହ କରୁଛନ୍ତି । ତିଆରି ହେବାକୁ ଥିବା ମେଟ୍ରୋ (Metro rail project) ପ୍ରକଳ୍ପ ପିଲାରକୁ ମଜଭୁତ ଭାବେ ଧରି ରଖିବା ଲାଗି ଏହି ମାଟି କେତେ ସମର୍ଥ ସେ ନେଇ ପରୀକ୍ଷା କରାଯାଉଛି । ମାଟି ନମୂନା ସଂଗ୍ରହ ପରେ ଏହାକୁ ଟେକ୍ନିକାଲ ଟିମ୍ ଦ୍ବାରା ଯାଞ୍ଚ କରାଯାଇ ରାଜସ୍ଥାନ ଜୟପୁରରେ ଥିବା ଏକ ଲ୍ୟାବକୁ ପଠାଯାଉଛି । ଯୋଜନା ମୁତାବିକ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଯୋଡ଼ି ହେବ ମେଟ୍ରୋ ଲାଇନ (Metro Line) । ପାଖପାଖି ୪୫୦ଟି ପିଲାର ଉପରେ ଛିଡ଼ା ହେବ ଏହି ମେଟ୍ରୋ ଟ୍ରେନ୍ । ବିମାନ ବନ୍ଦରରୁ ତ୍ରିଶୁଳିଆ (trisulia) ମଧ୍ଯରେ ମେଟ୍ରୋ ପ୍ରକଳ୍ପ ପାଇଁ ମାଷ୍ଟର କ୍ୟାଣ୍ଟିନ, ଜୟଦେବ ବିହାର, ଚଦ୍ରଶେଖରପୁର, ପଟିଆ, ନନ୍ଦନକାନନ ଭଳି ସ୍ଥାନରେ ୭ରୁ ୮ଟି ଷ୍ଟେସନ ରହିବ । ମେଟ୍ରୋ ପ୍ରକଳ୍ପ ବାସ୍ତବ ରୂପ ନେଲେ ଭୁବନେଶ୍ବରରୁ କଟକ ମାତ୍ର ୧୫ ମିନିଟ୍ ଓ ପୁରୀକୁ ୩୦ ମିନିଟରେ ପହଞ୍ଚି ହେବ । ଭୁବନେଶ୍ବର ମେଟ୍ରୋ ଲାଗି ଡିପିଆର (DPR) ପ୍ରସ୍ତୁତ ହେବା ପରେ ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଯାଜନା ରଖିଛନ୍ତି ସରକାର ।


Also Read- JE Civil Exam: JE ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା OSSC, ଏହି ତାରିଖରେ ପୁର୍ନବାର ହେବ ପରୀକ୍ଷା


Also Read- Balasore News: ସାର୍ଟିଫିକେଟ୍ ବନ୍ଧା ରଖି ଚାଲିଥିଲା ଡ଼ିଲ୍, ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କଲା ପୋଲିସ


ପ୍ରକାଶ ଥାଉ କି, ଟ୍ବିନ୍ ସିଟିରେ (TWIN CITY) ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧୀନ ଲାଗି ମେଟ୍ରୋ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏହି ପ୍ରକଳ୍ପ ନିର୍ମାଣ କରିବେ । ଟ୍ବିନ୍ ସିଟିରେ (TWIN CITY) ମେଟ୍ରୋ ଚଳାଚଳ ନେଇ ଏନେଇ ଉତ୍କଳ ଦିବସ (Utkal divas)  ଅବସରରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଘୋଷଣା କରିଥିଲେ ।


Also Read- Puri Jagannath Temple: ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର, ପରିରୟ ପତ୍ର ଦେଖାଇ ପ୍ରବେଶ କରିବେ ପୁରୀବାସୀ