JE Civil Exam: JE ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା OSSC, ଏହି ତାରିଖରେ ପୁର୍ନବାର ହେବ ପରୀକ୍ଷା
Advertisement
Article Detail0/zeeodisha/odisha1792910

JE Civil Exam: JE ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା OSSC, ଏହି ତାରିଖରେ ପୁର୍ନବାର ହେବ ପରୀକ୍ଷା

JE Civil Exam:  ଗତ ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାକୁ ବାତିଲ କରିବା ନେଇ ଓଏସଏସସି ଅଧ୍ଯକ୍ଷ ଅଭୟ ପ୍ରଥମ ଟ୍ବିଟ୍ କରି ସୂଚନା ଦେଇଥିଲେ । ଏହାପରେ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନୂତନ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପୁଣିଥରେ ଜେଇ (JE Civil exam) ମୁଖ୍ୟ ଲିଖିତ ପରୀକ୍ଷା ହେବା ନେଇ ନିଷ୍ପତ୍ତି ନିଆଯାଇଛି । 

ସୌ(ସୋସିଆଲ ମିଡିଆ)

JE Civil Exam: ପ୍ରଶ୍ନପତ୍ର ଲିକ୍ ହେବା ପରେ ଜେଇ ସିଭିଲ (JE Civil exam) ମୁଖ୍ୟ ଲିଖିତ ପରୀକ୍ଷା ବାତିଲ କରିଥିଲା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC  ) । ଗତ ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାକୁ ବାତିଲ କରିବା ନେଇ ଓଏସଏସସି ଅଧ୍ଯକ୍ଷ ଅଭୟ ପ୍ରଥମ ଟ୍ବିଟ୍ କରି ସୂଚନା ଦେଇଥିଲେ । ଏହାପରେ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନୂତନ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପୁଣିଥରେ ଜେଇ (JE Civil exam) ମୁଖ୍ୟ ଲିଖିତ ପରୀକ୍ଷା ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ,  ବାଲେଶ୍ବର ଏସପିଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସରେ ଜେଇ ସିଭିଲ ପଦବୀ ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରାଯାଇଥିଲା ।

ସୂଚନା ଯୋଗ୍ୟ,ବାଲେଶ୍ବର ଏସପି ସାଗରିକା ନାଥ (Balasore SP Sagarika nath) ରବିବାର ଦିନ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପଶ୍ଚିମବଙ୍ଗ ଦୀଘାର ଏକ ହୋଟଲରୁ ଗିରଫ ୯ ଜଣ ଯୁବକଙ୍କୁ ରିମାଣ୍ତରେ ଆଣାଯାଇଥିଲା । ସେମାନଙ୍କୁ ପଚରାଉଚରା ପରେ ସେମାନେ ଜେଇ ସିଭିଲ ମୁଖ୍ୟ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ଥିବା ସ୍ବୀକାର କରିଥିଲେ । ଗୋଟିଏ ପ୍ରଶ୍ନପତ୍ର ପିଛା ସେମାନେ ଛାତ୍ରଛାତ୍ରୀଙ୍କଠାରୁ ୮ରୁ ୧୦ ଲକ୍ଷ ଟଙ୍କା ନେଉଥିବା ପୋଲିସ ଆଗରେ ମାନିଥିଲେ । ସେମାନେ ଓଡ଼ିଶା ସମେତ ବିହାର, ମଧ୍ଯପ୍ରଦେଶ, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ସୋମାନେ ଏହି ରାକେଟ୍ ଚଳାଇଥିଲେ । ଏହି ରାକେଟର ମାଷ୍ଚରମାଣ୍ତକୁ ବି ଚିହ୍ନଟ କରାଯାଇଛି । ବର୍ତ୍ତମାନ ସେ ରାଜ୍ୟ ବାହାରେ ରହିଥିବା ବେଳେ ତାକୁ ଧରିବା ଲାଗି ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା ନେଇ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଧରା ପଡିଥିବା ରାକେଟ୍ ସଦସ୍ୟଙ୍କ ନାଁରେ ବିହାର, ଦିଲ୍ଲୀ ଓ ମଧ୍ଯପ୍ରଦେଶରେ ମଧ୍ଯ ମାମଲା ରହିଛି । ଏନେଇ ତଦନ୍ତ କରାଯିବା ପରେ ଓସଏସସି (OSSC) କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା ।

Also Read- Puri Jagannath Temple: ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର, ପରିରୟ ପତ୍ର ଦେଖାଇ ପ୍ରବେଶ କରିବେ ପୁରୀବାସୀ

Also Read-Horoscope Today 24 July 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର

ପ୍ରକାଶ ଥାଉ କି, ଗତ ଜୁଲାଇ ୧୬ ତାରିଖରେ କମ୍ବାଇନଡ଼ ଗ୍ରାଜୁଏଟ୍ ଲେବଲ ପରୀକ୍ଷା ଥିବା ବେଳେ ଏହି ଗ୍ୟାଙ୍ଗ ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ କହି ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଶନିବାର ବିଳମ୍ବିତ ରାତିରେ ଏକ ଘରୋଇ ବସ ଓ ୨ଟି ଟୁରିଷ୍ଟ ଗାଡ଼ି ଯୋଗେ ଭୁବନେଶ୍ବରରୁ ବାଲେଶ୍ବର ଜିଲ୍ଲା ତାଳସାରୀ ଥାନା ଅଞ୍ଚଳକୁ ଆଣିଥିଲେ । ସେଠାରେ ଥିବା ଏକ ହୋଟେଲରେ ସମସ୍ତଙ୍କୁ ରଖି ଯୋଜନା ମୁତାବିକ ପ୍ରଶ୍ନପତ୍ର ପାଇଁ ଡ଼ିଲ ଆରମ୍ଭ କରିଥିଲେ । ତେବେ ଏ ସଂପର୍କରେ ଖବର ପାଇବା ପରେ ଏସପି ସାଗରିକା ନାଥ ଏକ ୨୦ ଜଣିଆ ଟିମ୍ ଗଠନ କରିଥିଲେ । ଏହି ଟିମ୍ ଚଢଉ କରି ଗୋଟିଏ ବସ, ୬ଟି ଚାରିଚକିଆ ଗାଡ଼ି, ୧୫ଟି ମୋବାଇଲ, ୩ଟି ବ୍ଲାଙ୍କ୍‌ ଚେକ୍ ସହ କିଛି ନିଯୁକ୍ତି ଆଶାୟୀଙ୍କ ସାର୍ଟିଫିକେଟ୍‌ ଜବତ କରାଯାଇଥିଲା।