Puri Jagannath Temple: ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର, ପରିରୟ ପତ୍ର ଦେଖାଇ ପ୍ରବେଶ କରିବେ ପୁରୀବାସୀ
Advertisement
Article Detail0/zeeodisha/odisha1792818

Puri Jagannath Temple: ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର, ପରିରୟ ପତ୍ର ଦେଖାଇ ପ୍ରବେଶ କରିବେ ପୁରୀବାସୀ

Puri Jagannath Temple:  ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବାକୁ ନିଷ୍ପତି ନେଇଛି ପ୍ରଶାସନ । ଏହାର ନିକଟରେ ଥିବା ସେଲଟର ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବପତ୍ର ରଖି ପୁରୀବାସୀ ନିଜର ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ବୋଲି  ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

Puri Jagannath Temple: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି ଜୋର ଧରିଥିବା ବେଳେ ଇତି ମଧ୍ଯରେ ଭକ୍ତ ପାଇଁ ଆସିଛି ଏକ ଖୁସି ଖବର । ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବାକୁ ନିଷ୍ପତି ନେଇଛି ପ୍ରଶାସନ । ଏନେଇ ପୁରୀ ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପ୍ରାୟ ଦେଢ ବର୍ଷ ପରେ ଶ୍ରଦ୍ଧାଳୁଙ୍କୁ ଏହି ସୁଯୋଗ ମିଳିବ । ତେବେ କେବଳ ପୁରୀବାସୀଙ୍କ ଲାଗି ପଶ୍ଚିମ ଦ୍ବାର ଖୋଲାଯିବା ନେଇ ନିଷ୍ପତି ନିଆଯାଇଛି । ଏନେଇ ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ଼ ବ୍ୟବସ୍ଥା ମଧ୍ଯ କରାଯାଇଛି । ଏହାର ନିକଟରେ ଥିବା ସେଲଟର ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବପତ୍ର ରଖି ପୁରୀବାସୀ ନିଜର ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ବୋଲି  ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି ଜୋର ଧରିଥିବା ବେଳେ ରବିବାର ଦିନ ସନ୍ଧ୍ୟାରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାସ, ଏସପି ଡଃ କନୱର ବିଶାଳ ସିଂ, ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକ ପରେ ଜିଲ୍ଲାପାଳ ଓ ଏସପିଙ୍କ ସହ ସେବାୟତ ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିଦର୍ଶନ କରିବା ସହ ସମସ୍ତ ବ୍ୟବସ୍ଥାକୁ ତନ ତନ କରି ଅନୁଧ୍ୟାନ କରିଥିଲେ । ଏହାପରେ ସୋମବାର ଦିନଠାରୁ ପଶ୍ଚିମ ଦ୍ବାର ଖୋଲିବାକୁ ନିଷ୍ପତି ନିଆଯାଇଥିଲା । ମହାମାରୀ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନଥିଲା କି, ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ଲାଗି ହନ୍ତସନ୍ତ ହେବାକୁ ପଡୁନଥିଲା । କୋଭିଡ଼ ପୂର୍ବରୁ ଭକ୍ତ ଚାରିଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ । ହେଲେ କୋଭିଡ଼ ପରେ କେବଳ ସିଂହଦ୍ବାରା ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିଛି । ଫଳରେ ଖରାତରାରେ ଲମ୍ବା ଲାଇନ ଦେଇ ଭକ୍ତ ଜଗା ଦର୍ଶନ କରୁଛନ୍ତି । ତେବେ ଏନେଇ ଅନେଇ ସମସ୍ୟା ଉପୁଜିବା ପରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି ହୋଇଆସୁଛି । ଏନେଇ ଦିନ ଗଡ଼ିବା ସହ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଭକ୍ତଙ୍କ ସ୍ବାର୍ଥ ତଥା ଭକ୍ତି ଭାବକୁ ଅଣଦେଖା କରି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁଭଳି ମନମୁଖୀ ଶାସନ ଚାଲିଛି ଏନେଇ ଅସନ୍ତୋଷ ପ୍ରକାଶ କରି ଖୋଲା ବିରୋଧ ଆରମ୍ଭ କରିଛନ୍ତି ସେବାୟତ, ଆଇନଜୀବୀ, ନେତା ଓ ବିଭିନ୍ନ ସଂଗଠନ । ଏଭଳି ସ୍ଥିତିରେ ସେବକଙ୍କ ମୁଣ୍ତରେ ଅଠା ବୋଳି, ଆଗାମୀ ଦିନରେ ଚାରିଦ୍ବାର ଖୋଲିବା ଉପରେ ଯାହା କିଛି ନିଷ୍ପତି ହେବ ତାହା ସେବାୟତଙ୍କ ମତ କହି ଖସିଯିବାକୁ ଉଦ୍ୟମ କରାଯାଉଛି ।

ସେପଟେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ବିଭିନ୍ନ ମହଲରୁ ଚାପ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଗତ ଗୁରୁବାର ଦିନ ଛତିଶା ନିଯୋଗ ବୈଠକ ଡ଼କାଯାଇଥିଲା । ତେବେ ଏହି ବୈଠକରେ ଏନେଇ କୌଣସି ନିଷ୍କର୍ଷ ବାହାରିପାରି ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ପ୍ରତିନିଧି ଓ ୨ ଜଣ ବରିଷ୍ଠ ସେବାୟତଙ୍କୁ ନେଇ ଏକ ୮ ଜଣିଆ କମିଟି ଗଠନ କରି ଦାୟିତ୍ବ ସାରି ଦେଇଛି ମନ୍ଦିର ପ୍ରଶାସନ । କମିଟି ରିପୋର୍ଟ ଆଧାରରେ, ପରବତ୍ରିର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ରଂଜନ କୁମାର ଦାସ କହିଛନ୍ତି । ସେପଟେ ଏନେଇ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଚାରିଦ୍ବାରା ଖୋଲିବା ପ୍ରସଙ୍ଗରେ ସରକାର ଓ ପ୍ରଶାସନ ଅଯଥା ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ନିଯୋଗ ବୈଠକ ଡ଼କାଯାଇ ଏକ କମିଟି ଗଠନ କରାଗଲା । କିନ୍ତୁ ଛତିଶା ନିଯୋଗ କେବଳ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ନେଇ ନିଷ୍ପତ୍ତି ନେଇପାରିବ । ତେବେ କାହିଁକି ଏହି ବୈଠକ ଡକାଯାଇଥିଲା?  ପୂର୍ବରୁ କ’ଣ ଛତିଶା ନିଯୋଗ ବୈଠକ ଡ଼ାକି ଦ୍ବାର ବନ୍ଦ କରାଯାଇଥିଲା କି? ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରଶ୍ନ କରିଥିଲେ । ସେ ଆଉ ମଧ୍ଯ ଅଭିଯୋଗ କରିଥିଲେ ଯେ, ଏବେ ସେବାୟତଙ୍କ ମୁଣ୍ତରେ ଅଠା ବୋଳି ପ୍ରଶାସନ ଦୋଷ ଖସାଇବାକୁ ବସିଛି । ଏଯାଏଁ କେହି ଜାଣିପାରିଲେ ନାହିଁ ଯେ, କାହିଁକି ଚାରିଦ୍ବାର ବନ୍ଦ ରହିଛି । ଯେଉଁ କମିଟି ଗଠନ ହୋଇଛି ଏହାକୁ ତୁରନ୍ତ ବରଖାସ୍ତ କରାଯାଉ । ଏଥିରେ କେବଳ ପ୍ରଶାସନ ଓ ସେବକ ପ୍ରତିନିଧିଙ୍କୁ ରଖାଯାଇଥିବା ବେଳେ ଏଠାରେ ଭକ୍ତଙ୍କ ଚିହ୍ନ ବର୍ଣ୍ଣ ନାହିଁ ।  ତେବେ ଏପରି ସ୍ଥିତିରେ ଭକ୍ତଙ୍କ ଦୁଃଖ କିଏ କହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ନାଟକ କରାଯାଇ କେବଳ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରାଯାଉଛି ।

ଏହା ବି ପଢନ୍ତୁ-Horoscope Today 24 July 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର

ପ୍ରକାଶ ଥାଉ କି, ଏନେଇ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ରବିବାର ଦିନଠାରୁ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଛି ଦସ୍ତଖତ ସଂଗ୍ରହ ଅଭିଯାନ । ଦସ୍ତଖତ ସଂଗ୍ରହ ପରେ ଆସନ୍ତା ୧ ତାରିଖରେ ୧ ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ । ସିଂହଦ୍ବାରରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନରେ ଭକ୍ତ, ସେବାୟତଙ୍କ ସହ ବୁଦ୍ଧିଜୀବୀ ଓ ନିଯୋଗ ସାମିଲ ହୋଇଛନ୍ତି ।