Koraput News, Nirodh Sathpahy: ଥମୁନି କୋଟିଆ ବିବାଦ (kotia Controversy )। କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଅହରହ ପ୍ରୟାସ ଜାରି ରଖିଛି ଆନ୍ଧ୍ର (Andhra Pradesh )। ତେବେ ଏନେଇ ପ୍ରତିଥର କିଛି ନା କିଛି ବିବାଦର ସୂତ୍ରପାତ ହେବାରେ ଲାଗିଛି।କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମରେ (Sembi village) ଆନ୍ଧ୍ର ପକ୍ଷରୁ ଜିଓ ମୋବାଇଲ ଟାୱାର ନିର୍ମାଣ କରାଯାଇଥିବାବେଳେ, ଏବେ ବିଜୁ ପକ୍କା ଘରେ (Biju Pakka Ghar)  ଡାକ ଘର ନିର୍ମାଣ କରିଛି ଆନ୍ଧ୍ର ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଉପର ସେମ୍ବି ଗ୍ରାମର ଗେମେଲ ରୂପାଙ୍କୁ ଓଡ଼ିଶା ସରକାରଙ୍କ (Odisha Government) ପକ୍ଷରୁ ବିଜୁ ପକ୍କା ଘର ଯୋଗାଇ ଦିଆଯାଇଥିଲା । ତେବେ ଏହି ଘରେ ଆନ୍ଧ୍ର ପକ୍ଷରୁ ଡାକ ଘର (Post Office) ଚାଲୁଥିଲା ଜଣାପଡ଼ିଥିଲା । ଘରର ରଙ୍ଗ ବଦଳାଇ ଆନ୍ଧ୍ର ଏହି ଡାକ ଘର ଚଳାଇଥିଲା । ଏପରିକି ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆର ପିନ କୋଡ (kotia pin code) ୭୬୪୦୩୯ ରହିଥିବା ବେଳେ ଏବଂ କୋଟିଆ ଓଡ଼ିଶାର ହୋଇଥିବା ନେଇ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା। ହେଲେ ଆନ୍ଧ୍ର ଏହାକୁ ଦୃଷ୍ଟିରେ ରଖି ଡାକ ଘର ଖୋଲିବା ଓ ଆନ୍ଧ୍ର ପକ୍ଷରୁ କୋଟିଆର ପିନ କୋଡ ୫୩୫୫୯୩ ଉଲ୍ଲେଖ କରାଯାଇଥିଲା । ଆନ୍ଧ୍ର ଡାକ ଘର ସମ୍ପର୍କରେ ଖବର ପାଇ ପଟାଙ୍ଗି ତହସିଲଦାର ଉପର ସେମ୍ବି ଗ୍ରାମକୁ ଯାଇ ଆନ୍ଧ୍ର ଡାକ ଘର ବନ୍ଦ କରିବା ସହିତ ବିଜୁ ପକ୍କା ଘରେ ଲଗା ଯାଇଥିବା ରଙ୍ଗ ପରିବର୍ତ୍ତନ କରି ଏହାକୁ ସିଲ୍ କରିଛନ୍ତି।


Also Read-Train Cancelled: ରବିବାର ଓ ବୁଧବାର ଚାଲିବନି ଏହି ସବୁ ଟ୍ରେନ୍, ନଜର ପକାନ୍ତୁ କେଉଁ ସବୁ ରୁଟରେ ମିଳିବନି ସେବା


ଉପର ସେମ୍ବି ଗ୍ରାମରେ କିଛି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଛି । ସେଥି ମଧ୍ୟରୁ କିଛି ବ୍ୟବହୃତ ହେଉଛି ତ କିଛି ଗୃହ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି। କିଛି ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ଅନ୍ୟ କାମରେ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି। ଯାହାର ଫାଇଦା ଉଠାଉଛି ଆନ୍ଧ୍ର। ଏଥି ପ୍ରତି ମଧ୍ୟ ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।