Achyuta Samanta (ଭୁବନେଶ୍ୱର): ଓଡ଼ିଶାର ଇଞ୍ଜିନିୟରିଂ ଶିକ୍ଷା ଜଗତରେ ବେଶ୍‍ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଚ୍ୟୁତ ସାମନ୍ତ। ବିଭିନ୍ନ ଦେଶ ବିଦେଶ ବୁଲି ସେ ପ୍ରଶଂସା ସାଉଁଟିଛନ୍ତି। ଆଜି କିନ୍ତୁ ସାମାଜିକ ଗଣମାଧ୍ୟମରେ ବେଶ୍‍ ଚର୍ଚ୍ଚା ତାଙ୍କର ନୂଆ ଅବତାର, ନୂଆ ଲୁକ୍‍ ତଥା ନୂଆ ଷ୍ଟାଇଲ୍‍କୁ ନେଇ। ଖୋଦ୍‍ ଅଚ୍ୟୁତ ଏହାକୁ ସମସ୍ତଙ୍କ ପାଇଁ ସେୟାର କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

 



ବିଗତ କିଛିଦିନ ହେଲା ଅଚ୍ୟୁତ ନିଜ ନିର୍ବାଚନ ମଣ୍ଡଳୀ କାର୍ଯ୍ୟରେ ବ୍ୟସ୍ତ ଥିଲେ। ସେ କନ୍ଧମାଳରୁ ସାଂସଦ ଭାବେ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି। ଏହା ତାଙ୍କ ସମ୍ମାନର ପ୍ରଶ୍ନ। ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ସେ ଜିତିବେ ବୋଲି ବି ଆଶା ଜନ୍ମାଇଛନ୍ତି। ତାଙ୍କରି ନିର୍ବାଚନ ମଣ୍ଡଳୀରେ ୨୦ ତାରିଖରେ ଭୋଟିଂ ହୋଇଥିଲା। ପୁଣଇ ଆଜି ବି ସାନି ଭୋଟିଂ ଚାଲିଛି। ବୁଥ ଜବରଦଖଲ ଅଭିଯୋଗ ଆସିଥିବାରୁ ନିର୍ବାଚନ କମିଶନଙ୍କ ଆଦେଶ ଅନୁସାରେ ଏହି ନିର୍ଦ୍ଦେଶ ଦିଆଯାଇଥିଲା।


ହେଲେ ଅଚ୍ୟୁତ ଏଥିରେ ମୋଟେ ବିବ୍ରତ ଥିଲା ଭଳି ଜଣା ପଡ଼ୁ ନାହାନ୍ତି। ଯେମିତି ନିର୍ବାଚନ ଟେନ୍‍ସନ୍‍ ତାଙ୍କ ମୁଣ୍ଡ ଉପରୁ ଉଠିଯାଇଛି ଠିକ୍‍ ସେମିତି ସେ ଏହି ଫଟୋରୁ ଜଣାପଡ଼ୁଛନ୍ତି। ୬୦ ବର୍ଷରେ ଉପନୀତ ହୋଇଥିବା ଅଚ୍ୟୁତ ଏହି ଫଟୋରେ ଏକ ପୋନି ଟେଲ୍‍ ବା ଚୁଟି ପକାଇଛନ୍ତି। ଆଉ ତାଙ୍କ ଅଫିସିଆଲ୍‍ ‘ଏକ୍ସ’ ହ୍ୟାଣ୍ଡଲରେ ଏହି ଫଟୋ ଦେଇ କହିଛନ୍ତି , ମୁଁ ମୋ ଚୁଟିକୁ ଆଜି ବାନ୍ଧି ଦେଇଛିା ମୁଁ କେବେ ମୋ ଚୁଟି କାଟେ ନାହିଁ। ଯେତେବେଳେ ଲମ୍ବା ହୋଇଯାଏ ତିରୁପତି ମନ୍ଦିରରେ  ମୁଣ୍ଡନ କରେ ବା ସମ୍ପୂର୍ଣ୍ଣ ଲଣ୍ଡା ହୋଇଯାଏ। ତାହା ପୁଣି ତିରୁପତିରେ। ଏହା ଭଗବାନଙ୍କ ଆଶୀର୍ବାଦ’ ବୋଲି ସେ କହିଛନ୍ତି।  ଅଚ୍ୟୁତ ସାମନ୍ତ ନିଜର ଏହି ନୂଆ ଲୁକ୍‍ କୁ ସାମାଜକ ଗଣମାଧ୍ୟମରେ ଅନେକ ପ୍ରଶଂସା କରିଛନ୍ତି। ବର୍ତ୍ତମାନର ୟଙ୍ଗ ଜେନେରେସନ୍‍ ଭଳି ଷ୍ଟାଲ୍‍ ହୋଇଛି ବୋଲି ଲେଖିଛନ୍ତି।