Shivraj Singh Chouhan Odisha Visit: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ୨୦୨୪ ଲଢେଇ ପାଇଁ ସମର ସଜ୍ଜାରେ ଲାଗିପଡ଼ିଛି ରାଜ୍ୟ ବିଜେପି । ଏନେଇ ଜାତୀୟ ସ୍ତରୀୟ ବରିଷ୍ଠ ନେତାମାନେ ଓଡ଼ିଶା ଗସ୍ତରେ ଆସି କର୍ମକର୍ତ୍ତା ସମ୍ମିଳନୀ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମଧ୍ଯପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଓଡିଆ ଆସି ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ। ମଧ୍ଯାହ୍ନ ୧୨ଟାରେ ଭୁବନେଶ୍ବରରେ ପହଁଞ୍ଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିବେ । ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆର୍ଶୀବାଦ ନେବେ । ସନ୍ଧ୍ୟାରେ କଟକ ସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମଳିନୀରେ ଯୋଗଦେବେ। ଏବଂ କଟକର ଅଧିଷ୍ଟାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଥାଉ କି, ଶିବରାଜ ସିଂଙ୍କ ଗସ୍ତ ପରେ ଆସନ୍ତା ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ୨୨ ତାରିଖରେ ରାଜନାଥ ସିଂଙ୍କ ଓଡିଶା ଗସ୍ତ ନେଇ କାର୍ଯ୍ୟକ୍ରମ ରହିଛି।


ଏହା ବି  ପଢନ୍ତୁ- PM Modi to Visit Qatar: ବୁଧବାର ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ, ଦ୍ବିପାକ୍ଷିକ ଆଲୋଚନା ନେଇ ସୂଚନା