Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି ।  ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ କଡେଇ ଛକ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । 


COMMERCIAL BREAK
SCROLL TO CONTINUE READING

ALSO READ: Road Accident: କାର୍ କୁ ସାମ୍ନାପଟୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ


ସୂଚନା ଅନୁସାରେ, ଆଜି ସକାଳେ ଏକ ଯାତ୍ରୀବାହୀ ବସଟି କିଛି ଯାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ ବାରିପଦା ଆସୁଥିବା ବେଳେ ଯାଜପୁର କଡେଇ ଛକ ନିକଟରେ ଠିଆ ହୋଇଥିବା ଏକ ଚିପ୍ସ ବୋଝେଇ ଟ୍ରକକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍ ମଧ୍ୟରୁ ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ବେଳେ ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ମେଡିକାଲକୁ ପଠାଯାଇଛି। ସେପଟେ, ଟ୍ରକ୍ ଡ୍ରାଇଭରଙ୍କୁ ପୋଲିସ୍ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି। ତେବେ, ଏହି ବସ୍ ରେ ପାଖାପାଖି ୫୦ ଜଣ ଯାତ୍ରୀ ଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।