Weather update : ବିଶ୍ବ ପାଣିପାଗ ପାଇଁ ଆସିଛି ଖୁସି ଖବର। ଜୁଲାଇ ଦ୍ବିତୀୟ ସପ୍ତାହରେ ଆକ୍ଟିଭ ହେବ ଲାନିନା। ବଦଳିଯିବ ପାଣିପାଗର ମିଜାଜ। ସବୁ କ୍ଷେତ୍ରରେ ଅନୁକୂଳ ହେବ ବାତାବରଣ। ଓଡିଶା ଉପରେ ପଡିବ ସାକାରାତ୍ମକ ପ୍ରଭାବ। ଆଉ ଆଗଭଳି ସନ୍ତୁଳନ ହରାଇବନି ପାଗ। ମୌସୁମୀ ବର୍ଷା ସହ ଶୀତ ଏବଂ ଖରାର ପ୍ରଭାବ ମଧ୍ୟ ସ୍ବାଭାବିକ ହେବ। ଯାହାଦ୍ଵାରା ପାଗକୁ ନେଇ ହନ୍ତସନ୍ତ ହେବେନି ଲୋକ।ଏନେଇ ଆକଳନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ।ତେବେ ଗତ ବର୍ଷ ରହିଥିଲା ଏଲନିନୋର ପ୍ରଭାବ। ବିଗିଡି ଯାଇଥିଲା ପାଣିପାଗର ମିଜାଜ୍। ପ୍ରଭାବିତ ହୋଇଥିଲା ଖରା, ବର୍ଷା ଓ ଶୀତର ପ୍ରଭାବ।


COMMERCIAL BREAK
SCROLL TO CONTINUE READING

 ଅନ୍ୟପଟେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଫଳରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ବିଜୁଳି ଘଡ଼ଘଡ଼ି ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବାର ଅନୁମାନ କରାଯାଉଛି। ଏଥିସହ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ।ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।


୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୨୬ରେ ମୟୂରଭଞ୍ଜ, କେନ୍ଦୁଝର, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୭ରେ ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।