Manmath routray: ଭୁବନେଶ୍ୱର: କଂଗ୍ରେସରେ କନ୍ଦଳ ପୁଣି ଥରେ ପଦାରେ ପଡ଼ିଛି। ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଂଗ୍ରେସ। ମନ୍ମଥଙ୍କୁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ। କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବାକୁ ମନା କରିବାରୁ ମନ୍ମଥଙ୍କୁ କାରଣ ଦର୍ଶାନ ନୋଟିସ ଜାରି କରିଥିଲା କଂଗ୍ରେସ। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ରଖିବାକୁ ଦଳ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜଣାପଡ଼ିଛି। ନିଲମ୍ବନ ନେଇ କଂଗ୍ରେସର ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଦର୍ଶାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନା ଯୋଗ୍ୟ ଦୁଇ ଦିନ ତଳେ କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି ମନ୍ମଥ କହିଥିଲେ। କିନ୍ତୁ କେଉଁ ଦଳରୁ ଲଢିବେ ବୋଲି ସେ ଆଗାମୀ ଦିନରେ ଜଣାଇବେ ବୋଲି ସୂଚନା ପ୍ରଦାନ କରିଥିଲେ। ତେବେ ଜଟଣୀବାସୀ ଓ ତାଙ୍କ କର୍ମୀଙ୍କ ମତାମତକୁ ନେଇ ସେ ଏହି ନିଷ୍ପତ୍ତି ନେଇଥିବା ମନ୍ମଥ ସୂଚନା ପ୍ରଦାନ କରିଥିଲେ। ଏନେଇ ବାପା ସୁରେଶ ରାଉତରାୟଙ୍କ ସହିତ ଆଲୋଚନା କରିଥିଲେ ବୋଲି ସେ କହିଥିଲେ। 


 


ଦେଖନ୍ତୁ ଭିଡିଓ:



ସେପଟେ ଆଜି ନିଲମ୍ବନ ପରେ ସୁର ରାଉତରାୟ ମୁଁହ ଖୋଲିଛନ୍ତି। ସୁର କହିଛନ୍ତି କି ତାଙ୍କ ପରିବାର ଏକ ଶୃଙ୍ଖଳିତ ପରିବାର। ତାଙ୍କର ଦୁଇ ପୁଅ ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି। ଉଭୟ ଭଲ କମ୍ପାନୀରେ କାମ ମଧ୍ୟ କରୁଛନ୍ତି। ସାନ ପୁଅ ମନ୍ମଥର ଇସ୍ତଫା ପତ୍ରକୁ କମ୍ପାନୀର ଅଧିକାରୀ ଗ୍ରହଣ କରିନାହାନ୍ତି। ଆଜି ବି ସେ ବିମାନ ନେଇ ବିଦେଶ ଯାଇଛି। ତେବେ ସେ କେଉଁ ଦଳରୁ ଲଢିବା ତାହା ଉପରେ ଆଲୋଚନା କରାଯିବ। କିନ୍ତୁ ଦଳଗତ ଦୃଷ୍ଟିରୁ ଦଳ ନେଇଥିବା ନିଷ୍ପତ୍ତିକୁ ମୁଁ ଗ୍ରହଣ କରୁଛି। ପୁଅ ଜଟଣୀରୁ ନିର୍ବାଚନ ଲଢିବ ଓ ସେ ଜଟଣୀବାସୀଙ୍କ ସେବା କରିବ ବୋଲି ସୁର ରାଉତରାୟ କହିଛନ୍ତି। 


 


Also Read: Dhoni with Trump: ଟ୍ରମ୍ପଙ୍କ ସହିତ ଗୋଲ୍ଫ ଖେଳିଲେ ଧୋନି, ଦେଖନ୍ତୁ ଭିଡ଼ିଓ


Also Read: G20 Summit: ଗୋଟିଏ ସମ୍ମିଳନୀ ପାଇଁ ୪ହଜାର ୧୦୦ କୋଟି, ଜାଣନ୍ତୁ କେଉଁଥିରେ ହୋଇଛି ଅଧିକ ଖର୍ଚ୍ଚ


Also Read: Road Accident: ଅଧାରହିଗଲା ମାନସିକ, ଦିଅଁଙ୍କୁ ଦେଖିବା ପୂର୍ବରୁ ଡକାଡକି ହୋଇ ଚାଲିଗଲେ ୪ଜଣ