G20 Summit: ଗୋଟିଏ ସମ୍ମିଳନୀ ପାଇଁ ୪ହଜାର ୧୦୦ କୋଟି, ଜାଣନ୍ତୁ କେଉଁଥିରେ ହୋଇଛି ଅଧିକ ଖର୍ଚ୍ଚ
Advertisement
Article Detail0/zeeodisha/odisha1861299

G20 Summit: ଗୋଟିଏ ସମ୍ମିଳନୀ ପାଇଁ ୪ହଜାର ୧୦୦ କୋଟି, ଜାଣନ୍ତୁ କେଉଁଥିରେ ହୋଇଛି ଅଧିକ ଖର୍ଚ୍ଚ

G20 Summit Expense: ଆରମ୍ଭ ହେବାକୁ ଯାଉଛି ଜି-20 ସମ୍ମିଳନୀ । ଏହାକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ୪ ହଜାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ସମ୍ମିଳନୀରେ କେଉଁ କାଟାଗୋରୀରେ କେତେ ଖର୍ଚ୍ଚ କରାଯାଇଛି। 

 

G20 Summit: ଗୋଟିଏ ସମ୍ମିଳନୀ ପାଇଁ ୪ହଜାର ୧୦୦ କୋଟି, ଜାଣନ୍ତୁ କେଉଁଥିରେ ହୋଇଛି ଅଧିକ ଖର୍ଚ୍ଚ

G20 Summit: G -20 ଶିଖର ସମ୍ମିଳନୀକୁ ନେଇ ବିଶ୍ୱର ନଜର ପୂରା ଆମ ଦେଶ ଉପରେ। ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ବସୁଛି ଜି-20 ସମ୍ମିଳନୀ । ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଗୋଟି ଗୋଟି କରି ଅତିଥି ମାନେ ପହଞ୍ଚୁଛନ୍ତି ଦିଲ୍ଲୀରେ । ଏହି ସମ୍ମିଳନୀରେ ଆଲୋଚନା ହେବ ବିଶ୍ୱର ସମସ୍ୟା ସହ ସମାଧାନ ଉପରେ। ଦିଲ୍ଲୀର ପ୍ରଗତି ମୈଦାନ ରେ ଆୟୋଜିତ ଏହି ସମ୍ମିଳନୀ ଦେଶ ବିଦେଶରୁ ଅତିଥି ମାନେ ଆସି ପହଞ୍ଚିବାରେ ଲାଗିଛନ୍ତି। ଭାରତ ମଣ୍ଡପର କନଭେସନ ସେଣ୍ଟରରେ ଆୟୋଜିତ ହେବାକୁ ଯାଉଥିବା ଏହି ବୈଠକକୁ ନେଇ ସାରା ଦେଶର ଲୋକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି। 

ବିହାରର ଲିଟି ଚୋଖା ଠାରୁ ଗୁଜୁରାଟର ଖାଦ୍ୟ ପର୍ଯ୍ୟନ୍ତ ଅତିଥିମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। କେବଳ ଏତିକି ନୁହେଁ, ସଭ୍ୟତା, ସଂସ୍କୃତି ଏବଂ ଖାଦ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଭାରତର ଚାନ୍ଦି ବାସନରେ ଅତିଥିମାନଙ୍କୁ ଖାଦ୍ୟ ପରଷା ଯିବ । ଜି -20 ସମ୍ମିଳନୀକୁ ଆସୁଥିବା ବିଶ୍ୱର ନେତାଙ୍କ ପାଇଁ ପ୍ରସ୍ତୁତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Pm Narendra Modi) କୌଣସି ସୁଯୋଗ ଛାଡି଼ନାହାଁନ୍ତି। ଜି -20 ଶିଖର ସମ୍ମିଳନୀରେ ଯୋଗଦେଉଥିବା ବିଶ୍ୱ ନେତାମାନଙ୍କୁ ଚାନ୍ଦନୀ ଚୌକ୍ ର ରୋଷେଇ ସହିତ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯିବ। ମିଲେଟ ସାମଗ୍ରୀ ମଧ୍ୟ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ବର୍ଷକୁ ଆନ୍ତର୍ଜାତୀୟ ମିଲେଟସ୍ ବର୍ଷ ଭାବରେ ପାଳନ କରାଯାଏ, ତେଣୁ ଅତିଥିମାନଙ୍କୁ ଦିଆଯାଉଥିବା ଅନେକ ଖାଦ୍ୟ କେବଳ ମିଲେଟରୁ ପ୍ରସ୍ତୁତ କରାଯିବ। କୁହାଯାଉଛି ଯେ ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଅତିଥିମାନଙ୍କ ପାଇଁ ୫୦୦ ରୁ ଅଧିକ ଖାଦ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଷ୍ଟ୍ରିଟ୍ ଫୁଡ୍ (Street Food In G20 Summit) ବିଷୟରେ କହିବାକୁ ଗଲେ ଏଥିରେ ଗୁପଚୁପ୍, ଦହି-ପୁରୀ, ମିର୍ଚି ବରା, ବିକାନେରୀ ଡାଲ୍ ପରଠା, ଟିକ୍କି, ଯୋଧପୁରୀ କାବୁଲି ପୁଲାଓ ଏବଂ ଲିଲୱା କାଚୋରୀ ଅନ୍ତର୍ଭୁକ୍ତ ରହିଛି। ତେବେ କୁହାଯାଉଛି ଏହି ସମ୍ମିଳନୀରେ ପାଖାପାଖି ୪ ହଜାର ୧୦୦ କୋଟି ଟଙ୍କା ଉପରେ ଖର୍ଚ୍ଚ ହୋଇଛି। ଏହି ଦୁଇ ଦିନିଆ ଇଭେଣ୍ଟ ପାଇଁ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ ପାଖାପାଖି ୪ ହଜାର କୋଟି ଖର୍ଚ୍ଚ ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ରେକର୍ଡ କହୁଛି। ତେବେ ଏଠି ସାଧାରଣ ରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଏତେ ଖର୍ଚ୍ଚ କେଉଁଥିରେ ଓ କେମିତି ଖର୍ଚ୍ଚ ହୋଇଛି। ଜି-20 ସମ୍ମିଳନୀ ରେ  ୧୨ଟି କାଟାଗୋରୀରେ ଖର୍ଚ୍ଚ କରାଯାଇଛି।  

ଜି-20 ସମ୍ମିଳନୀ (G20 Summit) ରେ ଖାସ୍ କରି ରାସ୍ତା, ଫୁଟପାଥ, ହୋର୍ଡିଂ, ଲାଇଟ୍, ସିକ୍ୟୁରିଟି, ଏଲଇଡି,ଡେକୋରେସନ ରେ ଅତ୍ୟଧିକ ଖର୍ଚ୍ଚ କରାଯାଇଛି। ଏହାସହ ଅତିଥିଙ୍କ ରହିବା ଖାଇବା ଓ ଏୟାରପୋର୍ଟରୁ ନେବା ଆଣିବା ପାଇଁ କରାଯାଇଥିବା ଲଗଜରିଆସ କାର୍ ପିଛା ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଜି-20 ବ୍ରାଣ୍ଡିଂ ପାଇଁ  ହର୍ଟି କଲଚର ବ୍ୟବସ୍ଥାରେ ପାଖାପାଖି ୩ ହଜାର କୋଟିରୁ ଅଧିକ ଖର୍ଚ୍ଚ କରାଯାଇଛି। ତା ସହ ରାସ୍ତାକଡ ରେ ରଙ୍ଗ ସହ ପରିସ୍କାର ପରିଚ୍ଛନ ଓ ଷ୍ଟାର ହୋଟେଲର ଖାଦ୍ୟ ମେନ୍ୟୁ ରେ ବି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।  

Also Read: Bharat vs India: ଦେଶର ନାମ ପରିବର୍ତ୍ତନ ହେଲେ କ’ଣ ହେବ ‘ଇଣ୍ଡିଆ’ ଲାଗିଥିବା ରାଜନୈତିକ ଦଳର ଅବସ୍ଥା