Vigilance: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବ୍ଲକ  ଶିକ୍ଷାଧିକାରୀ (Daringbadi B.E.O) ରସାନନ୍ଦ କର । ନ୍ୟାସନାଲ ପେନସନ ସ୍କିମର ୨୦ ଲକ୍ଷ ଟଙ୍କା ହେରଫେର ମାମଲାରେ ରସାନନ୍ଦଙ୍କୁ ଉଠାଇ ନେଲା ଫୁଲବାଣୀ ଭିଜିଲାନ୍ସ । ପେନସନ ଟଙ୍କାକୁ ହଡ଼ପ କରି ସେ ସେୟାର ମାର୍କେଟରେ ଲଗାଇଥିବା ସୂଚନା ମିଳିଛି । ସରକାରୀ ଅର୍ଥ ହେରଫେର ମାମଲାରେ ବ୍ରହ୍ମପୁର ଓ ଫୁଲାବାଣୀ ଭିଜିଲାନ୍ସ ପକ୍ଷରୁ ରସାନନ୍ଦଙ୍କୁ ଅଧିକ ପଚରାଉଚରା କରାଯାଉଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଶିକ୍ଷକମାନେ ନ୍ୟାସନାଲ ସ୍କିମ୍ ପେନସନ୍ ଜରିଆରେ ଲୋକ ଉଠାଇଥାଆନ୍ତି । ଏହି ଲୋନ୍ ଟଙ୍କା ଉଠାଇବା ପାଇଁ ଶିକ୍ଷକଙ୍କ ବଦଳରେ ନିଜର ଇମେଲ ଓ ଫୋନ ନମ୍ବର ଦେଇଥାନ୍ତି ବିଇଓ । ଶିକ୍ଷକମାନେ ଏହି ଲୋନ ଉଠାଇବା ବେଳେ ବିଇଓଙ୍କ ପାଖକୁ ଓଟିପି ଆସିଥାଏ । ଏହି ସୁଯୋଗରେ ବିଇଓ ଶିକ୍ଷକଙ୍କ ନାଁରେ ଲୋନ ଟଙ୍କା ହଡ଼ପ କରିଥାନ୍ତି । ଏହାସହ ଲୋନ୍ ଟଙ୍କା ଉଠାଇବା ପାଇଁ  ବିଇଓ ମଧ୍ୟ ଶିକ୍ଷକମାନଙ୍କୁ ଲାଞ୍ଚ ମାଗିଥାନ୍ତି। ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଭିଜିଲାନ୍ସ  ବୁଧବାର ଦିନ ବିଇଓଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି।


Also Read- Srimandir: ମହାପ୍ରଭୁଙ୍କ ସମ୍ମୁଖରୁ ସୁନାଚେନ୍ ଲୁଟି ଧରାପଡିଲେ ବିହାରୀ ଲୁଟେରା