Srimandir: ମହାପ୍ରଭୁଙ୍କ ସମ୍ମୁଖରୁ ସୁନାଚେନ୍ ଲୁଟି ଧରାପଡିଲେ ବିହାରୀ ଲୁଟେରା
Advertisement
Article Detail0/zeeodisha/odisha2167220

Srimandir: ମହାପ୍ରଭୁଙ୍କ ସମ୍ମୁଖରୁ ସୁନାଚେନ୍ ଲୁଟି ଧରାପଡିଲେ ବିହାରୀ ଲୁଟେରା

Srimandir: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରୁ ସୁନାଚେନ୍ ଲୁଟି ଧରାପଡିଲେ ବିହାରୀ ଲୁଟେରା। ଆଜି ସକାଳ ପ୍ରାୟ ୯ଟା ୩୦ମିନିଟରେ ମଙ୍ଗଳାଳତୀ ସରିବା ପରେ ଅନ୍ଯାନ୍ଯ ନିତି ଚାଲିଥିଲା। ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଉଥିଲେ। ମହାପ୍ରଭୁଙ୍କ ଚାଚେରୀ ବେଶ ଥିବାରୁ ପ୍ରବଳ ଗହଳି ଥିଲା। 

Srimandir: ମହାପ୍ରଭୁଙ୍କ ସମ୍ମୁଖରୁ ସୁନାଚେନ୍ ଲୁଟି ଧରାପଡିଲେ ବିହାରୀ ଲୁଟେରା

Srimandir: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରୁ ସୁନାଚେନ୍ ଲୁଟି ଧରାପଡିଲେ ବିହାରୀ ଲୁଟେରା। ଆଜି ସକାଳ ପ୍ରାୟ ୯ଟା ୩୦ମିନିଟରେ ମଙ୍ଗଳାଳତୀ ସରିବା ପରେ ଅନ୍ଯାନ୍ଯ ନିତି ଚାଲିଥିଲା। ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଉଥିଲେ। ମହାପ୍ରଭୁଙ୍କ ଚାଚେରୀ ବେଶ ଥିବାରୁ ପ୍ରବଳ ଗହଳି ଥିଲା। ତେବେ ଦର୍ଶନ ଚାଲିଥିବା ସମୟରେ ଗହଳିର ସୁଯୋଗ ନେଇ ଜଣେ ଭକ୍ତଙ୍କ ବେକରୁ ସୂନାଚେନ୍ ଝିଙ୍କି ନେଇଥିଲେ ଲୁଟେରା। ଏହି ସମୟରେ ଭକ୍ତ ଜଣଙ୍କ ଚିତ୍କାର କରି ଉଠିଥିଲେ।

ତେବେ ସେଠାରେ ଥିବା ସିଂହଦ୍ଵାର ଥାନା ପୁଲିସ ଓ ସାଧାପୋଷାକରେ ଥିବା ସ୍ୱତନ୍ତ୍ର ସ୍କ୍ୱଡ ମିଳିତ ଭାବେ ଛାନବିନ କରି ତିନିଜଣ ବିହାରୀ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ସେମାନଙ୍କୁ ସର୍ଚ୍ଚ କରିବା ସମୟରେ ତାଙ୍କ ପକେଟରୁ ଦୁଇଟି ଛିଡା ସୁନାଚେନ୍ ମିଳିଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସୂନାଚେନ୍ ଲୁଟ କରିଥିବା ପୁଲିସ ନିକଟରେ ମାନିଥିଲେ। ତେବେ ଲୁଟର ଶିକାର ହୋଇଥିବା ମହାରାଷ୍ଟ୍ର ରାମନଗର ଅଞ୍ଚଳର ଜଣେ ଭକ୍ତ ଶୈଳେଶ ଭିମରାଓ ହଂଚଟ ଏନେଇ ସିଂହଦ୍ଵାର ଥାନାରେ ଏତଲା ଦେବା ପରେ କେଶ୍ ନମ୍ବର ୩୧ ଦଫା ୩୯୪ ରେ ଏକ ମାମଲା ରୁଜୁ ହୋଇଛି। ଲୁଟ୍ ମାମଲାରେ ବିହାର ଚମ୍ପାରନ ଅଞ୍ଚଳର ତିନିଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଗିରଫ ତିନିଜଣ ବିହାରୀ ଲୁଟେରା ହେଉଛନ୍ତି ପିଣ୍ଟୁ ରାଉଥ,ରମେଶ ରାଉଥ ଓ ସନ୍ତୋଷ ରାଉଥ। ସେମାନଙ୍କ ମଧ୍ୟରେ ସନ୍ତୋଷ ରାଉଥ ଭକ୍ତଙ୍କ ବେକରୁ ସୂନାଚେନ୍ ଲୁଟ୍ କରିଥିବା ବେଳେ ଅନ୍ଯ ଦୁଇଜଣ ତାକୁ ସହଯୋଗ କରିଥିଲେ।

ଗିରଫ ତିନିଜଣ ଲୁଟେରା ଖାସକରି ଶ୍ରୀମନ୍ଦିରରେ ଗହଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଠାରୁ ସୂନାରୂପା ଓ ଟଙ୍କା ଲୁଟ କରିବା ପାଇଁ ଯୋଜନା କରି ପୁରୀ ଆସିଥିଲେ। ସେପଟେ ଶ୍ରୀମନ୍ଦିରରେ ଦିନକୁଦିନ ଲୁଟପାଟ ବଢୁଥିବାରୁ ବ୍ଯାପକ ପୁଲିସ ମୁତୟନ କରାଯିବା ସହ ସାଧାପୋଷାକଧାରୀ ପୁଲିସ ମଧ୍ୟ ନିୟୋଜିତ କରାଯାଇଛି। ପର୍ଯ୍ଯାପ୍ତ ପରିମାଣରେ ସିସିଟିଭି ସଂଯୋଗ କରାଯିବା ସହ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମରେ ଟିକନିକ ଅନୁଧ୍ୟାନ କରାଯାଇ ଲୁଟେରାଙ୍କ ଗତିବିଧି ଉପରେ ତିକ୍ଷ୍ଣ ନଜର ରଖାମାଉଛି ବୋଲି କହିଛନ୍ତି ସିଂହଦ୍ଵାର ଥାନାଧିକାରୀ ବୋଲି କହିଛନ୍ତି ସିଂହଦ୍ଵାର ଥାନା ଆଇଆଇସି ଶ୍ୱେତପଦ୍ମା ଦାସ।