Anubhav Mohanty: ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଝଟକା। ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିବା ଯାଚିକାକୁ ଆଜି ଫ୍ୟାମିଲ କୋର୍ଟ ଖାରଜ କରିଦେଇଛନ୍ତି। ସେପଟେ ସ୍ୱାମୀ-ସ୍ତ୍ରୀ ଭାବେ ରହିବାକୁ ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ। ଫଳରେ ଉଭୟଙ୍କୁ ଆଜି ଅଦାଲତି ଝଟକା ଦେଇଛନ୍ତି। ସେପଟେ ବର୍ଷା ଓ ଅନୁଭବ ମହାନ୍ତି ଗୋଟିଏ ଜାଗାରେ ରହିପାରିବେନି କି ଛାଡ଼ପତ୍ର ମଧ୍ୟ ଦେଇ ପାରିବେନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ୨୦୨୦ ମସିହାରୁ ଅନୁଭବ ଏବଂ ବର୍ଷାଙ୍କ ଭିତରେ ବିବାଦ ଲାଗି ରହିଥିଲା ଏବଂ ଏହି ମାମଲା ପରିବାର କୋର୍ଟରେ ବିଚାରାଧୀନ ଥିଲା। ହାଇକୋର୍ଟଙ୍କ ଆଦେଶ କ୍ରମେ  ଏବେ ପରିବାର କୋର୍ଟ ତାଙ୍କ ଆବେଦନ ଶୁଣାଣି କରିଥିଲେ। ଏହାପରେ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହାସହ ବର୍ଷାଙ୍କ ଆବେଦନକୁ ମଧ୍ୟ ଖାରଜ ରାଯାଇଛି। ’କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ଉଭୟ ଏକାଠି ରହିବାର ସମ୍ଭାବନା ରହୁନାହିଁ। ଆମେ କୋର୍ଟଙ୍କ ଏହି ଆଦେଶକୁ ପୁଙ୍ଖାନୁପୁଙ୍ଖ ପଢ଼ିଲାପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର। 


ଅପରପକ୍ଷେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଏହି ଆଦେଶକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ମାନିବୁ। ନ୍ୟାୟ ସବୁବେଳେ ଜିତିବା ଆବଶ୍ୟକ। ଏହାଠୁ ବଡ଼ ଆଉ କେହି ନୁହନ୍ତି ବୋଲି ସେ କହିଛନ୍ତି। ସବୁକିଛି ଶେଷ ହୋଇଯିବା ପୂର୍ବରୁ ମୋ ବାପା ମାଆଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ବର୍ଷାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଅନୁଭବ ପୋଷ୍ଟ କରିଥିଲେ । ଖାଲି ସେତିକି ନୁହେଁ, ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଅନେକ ଦିନ ହେଲା ବିବାଦ ଲାଗି ରହିଛି ।


Zee Odisha News ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌କୁ ଆପଣଙ୍କୁ ସ୍ବାଗତ। ଆମେ ଆପଣଙ୍କୁ ଦେବୁ ଦେଶ ଦୁନିଆର ଲାଟେଷ୍ଟ ଖବର ଓ ଅପଡେଟ୍‌ସ। ମାତ୍ର ଗୋଟିଏ କ୍ଲିକରେ ପାଆନ୍ତୁ ଅପଡେଟ ଖବର। ମନୋରଞ୍ଜନ, କ୍ରୀଡ଼ା, ରାଜନୀତି, ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ରେକିଂ ନ୍ୟୁଜ୍‌ ଦେଖିବା ପାଇଁ ଜୀ ଓଡ଼ିଶା ନ୍ୟୁଜ ଚ୍ୟାନେଲକୁ ହ୍ୱାଟସଆପରେ ଫଲୋ କରନ୍ତୁ ଆଉ ଅପଡେଟ ରୁହନ୍ତୁ। 
ଆମକୁ ଫଲୋ କରିବାକୁ ହ୍ବାଟସ୍‌ ଆପ୍‌ରେ ସର୍ଚ୍ଚ କରନ୍ତୁ "Zee Odisha News" ଓ Join ବଟନରେ କ୍ଲିକ୍‌ କରନ୍ତୁ। ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...


https://whatsapp.com/channel/0029Va9cvVb6LwHbzDOvns3b