Odisha Crime: ଜନ୍ମକଲା ଝିଅ ଭୁଲିଗଲା ରକ୍ତର ସମ୍ପର୍କ। ରାଗ ଭାଙ୍ଗିଲା ସମସ୍ତ ବନ୍ଧବାଡ଼। ରାଗରେ ଉତକ୍ଷିପ୍ତ ହୋଇ ବାପାମାଆଙ୍କୁ ପନିକିରେ ଆକ୍ରମଣ କରିଛି ନିଜ ଜନ୍ମକଲା ଝିଅ। ଏଭଳି ଛାତି ଥରା ଘଟଣା ଘଟିଛି ସୋର(Sora) ଥାନା ସରସଙ୍ଖ ପଞ୍ଚାୟତ ଅନ୍ତର୍ଗତ ହାତିଗଡ଼ିଆ ଗ୍ରାମରେ। ଝିଅର ଆକ୍ରମଣରେ ଗୁରୁତର ହୋଇ ବାପାମାଆ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଉଭୟ ବାପାମାଆ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଆହତ ବାପା ରଞ୍ଜିତ ସିଂଙ୍କ ଝିଅ କୁନି ସିଂ ବିବାହ ପରେ କୌଣସି କାରଣରୁ ୨ ବର୍ଷ ହେଲା ବାପଘରେ ରହିଆସୁଥିଲେ ।ଝିଅ ମୋବାଇଲରେ ଲଗାତାର କଥା ହେଉଥିବାରୁ ବିରକ୍ତି ପ୍ରକାଶ କରିଥିଲେ ମାଆ।  ଏଥିରେ ରାଗିଯାଇ ପ୍ରଥମେ ମାଆଙ୍କୁ ପନିକିରେ ଆକ୍ରମଣ କରିଥିଲେ ଝିଅ କୁନି ।  ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ରଞ୍ଜିତ ମଧ୍ୟ ଝିଅ ଆକ୍ରୋଶର ଶିକାର ହୋଇଥିଲେ । ଝିଅର ଆକ୍ରମଣରେ ରଞ୍ଜିତଙ୍କ ପେଟ ଓ ହାତରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବାଲେଶ୍ବର(Balasore) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଝିଅକୁ ଅଟକ ରଖି ପୁଲିସ(Police) ତଦନ୍ତ କରୁଛି ।