ବରିଷ୍ଠ ସ୍ତମ୍ଭକାର ଡକ୍ଟର ପାବକ କାନୁନ୍ଗୋଙ୍କ ପରଲୋକ
Death of senior columnist : ବାପୁଜୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ପ୍ରକୃତରେ ଏକ ଅନବଦ୍ୟ ଇତିହାସ କାରଣ ଜାତୀୟ ସଂଗ୍ରାମର ଏହା ଥିଲା ଏକ ଅବିଛେଦ୍ୟ ଅଙ୍ଗ। ଆନନ୍ଦର କଥା ଯେ, ଏହି କାହାଣୀ ଓ ଇତିହାସକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ସଜାଡ଼ି ପାରିଛନ୍ତି ଡକ୍ଟର ପାବକ କାନୁନଗୋ ଆଲୋଚ୍ୟ ପୁସ୍ତକରେ। ଗାନ୍ଧିଜୀଙ୍କ ସହ ଓଡ଼ିଶାର ଲୋକଙ୍କର ଯେଉଁ ଭାବାତ୍ମକ ସମ୍ପର୍କ ଥିଲା।
ଭୁବନେଶ୍ଵର: ବିଶିଷ୍ଟ ସାହିତ୍ୟିକ ତଥା ଗାନ୍ଧୀବାଦୀ ଡକ୍ଟର ପାବକ କାନୁନଗୋଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା। କଟକର ମର୍କତନଗର (ସି.ଡି.ଏ.)ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ସେ ଖ୍ରୀଷ୍ଟ କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ପଦରୁ ଅବସର ନେଇଥିଲେ।
ଡକ୍ଟର ପାବକ କାନୁନଗୋଙ୍କ ରଚିତ ପୁସ୍ତକ ‘ଓଡ଼ିଶା ଓ ଗାନ୍ଧି’ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲା। ଓଡ଼ିଶା ସହ ମହାତ୍ମା ଗାନ୍ଧୀଙ୍କ ସଂପର୍କ କଣ ଥିଲା, ସେହି କଥାକୁ ସେ ବିସ୍ତୃତ ଭାବେ ଏହି ପୁସ୍ତକରେ ଆଲୋଚା କରିଛନ୍ତି। ଏହି ପୁସ୍ତକରେ ଉପ୍ଲେଖ ଅଛି ଯେ, ୧୯୨୧ରୁ ୧୯୪୭ ମସିହା ମଧ୍ୟରେ ମହାତ୍ମା ଗାନ୍ଧୀ ଅନେକଥର ଓଡ଼ିଶା ଆସିଛନ୍ତି। ଏଠାକାର ସମସ୍ୟାରେ ଗାନ୍ଧୀ ନିଜକୁ ଅବଗତ କରାଇଥିବା ସହ ସମାଧାନର ସୂତ୍ର ମଧ୍ୟ ବାହାର କରିବା ପାଇଁ ଉଦ୍ୟମ କରିଥିବା କଥା ଏହି ପୁସ୍ତକରେ ଉଲ୍ଲେଖ ରହିଛି।
ବାପୁଜୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ପ୍ରକୃତରେ ଏକ ଅନବଦ୍ୟ ଇତିହାସ କାରଣ ଜାତୀୟ ସଂଗ୍ରାମର ଏହା ଥିଲା ଏକ ଅବିଛେଦ୍ୟ ଅଙ୍ଗ। ଆନନ୍ଦର କଥା ଯେ, ଏହି କାହାଣୀ ଓ ଇତିହାସକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ସଜାଡ଼ି ପାରିଛନ୍ତି ଡକ୍ଟର ପାବକ କାନୁନଗୋ ଆଲୋଚ୍ୟ ପୁସ୍ତକରେ। ଗାନ୍ଧିଜୀଙ୍କ ସହ ଓଡ଼ିଶାର ଲୋକଙ୍କର ଯେଉଁ ଭାବାତ୍ମକ ସମ୍ପର୍କ ଥିଲା।