Gold Rate Today: ଦୀପାବଳିରେ ଗ୍ରାହକଙ୍କୁ ମହଙ୍ଗା ମାଡ଼, ଭୁବନେଶ୍ବରରେ ଭରି ପିଛା ଏତେ ଶହ ଟଙ୍କା ବଢିଲା ସୁନା ରେଟ୍
Advertisement
Article Detail0/zeeodisha/odisha2495672

Gold Rate Today: ଦୀପାବଳିରେ ଗ୍ରାହକଙ୍କୁ ମହଙ୍ଗା ମାଡ଼, ଭୁବନେଶ୍ବରରେ ଭରି ପିଛା ଏତେ ଶହ ଟଙ୍କା ବଢିଲା ସୁନା ରେଟ୍

Gold Rate Today: ଆଜି ଆଲୋକର ପର୍ବ ଦୀପାବଳି। ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି।  ଗତ ଚାରି ଦିନ ହେବ ଲଗାତର ସୁନା ଦର ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଆଜି ମଧ୍ୟ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୪,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୧,୩୩୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୧୫୦ ଓ  ୧୭୦ ଟଙ୍କା  ବୃଦ୍ଧି ପାଇଛି। ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ୍ ରେଟ୍ ୭୪,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୧,୪୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୫୦ ଓ ୧୭୦ ଟଙ୍କା ବୃଦ୍ଧି ପାଇଛି।  

ALSO READ: Shani Margi Horoscope: ଶନିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆ ପାଇବେ ଖୁସି ଖବର ସହ...

ALSO READ: Viral Video: ଦୀପାବଳିରେ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଦମଦାର୍ ଭିଡିଓ, ଲୋକେ କହିଲେ ବାଃ...ବାଃ....

ଅନ୍ୟପଟେ ମାୟା-ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୪, ୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୧,୩୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୫୦ ଓ ୧୭୦ ଟଙ୍କା ବଢିଛି। ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୪,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେଟ୍ ୮୧,୧୩୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୫୦ ଓ ୧୭୦ ଟଙ୍କା ବଢିଛି। ଅନ୍ୟପଟେ, ଓଡିଶାର ରାଜଧାନୀ ଭୁବନେଶ୍ବର ରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୪,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୧,୩୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୫୦ ଓ ୧୭୦ ଟଙ୍କା ବୃଦ୍ଧି ପାଇଛି।