Srimandir: ବଡ଼ଦାଣ୍ଡ ମରିଚକୋଟ ଛକରେ ଜୋତାଷ୍ଟାଣ୍ଡ୍ । ସେପଟେ ଦୋଳବେଦି କୋଣ ଏସି ସେଡ଼ ଠାରୁ ୨୦୦ ମିଟର ଦୂର ଖୋଲା ଆକାଶ ତଳେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳକୁ ପାଦ ତାତି ଯାଉଛି। ସେପଟେ ଶ୍ରୀ ମନ୍ଦିର ଭିତରେ ଶ୍ରୀଜିଉଙ୍କ ଦର୍ଶନ ଓ କୁରୁମବେଢ଼ାରେ ବୁଲି ପାର୍ଶ୍ଵ ଦେବାଦେବୀ ଦର୍ଶନ କରି ପୁଣି ଜୋତାଷ୍ଟାଣ୍ଡ ନିକଟକୁ ଫେରିବା ବେଳକୁ ପାଦର ଅବସ୍ଥା ପୂରା ଖରାପ ହୋଇଯାଉଛି । ଖାଲି ପାଦରେ ବଡ଼ଦାଣ୍ଡରୁ ଚାଲିଚାଲି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବା ଓ ସେଠାରେ ଠାକୁର ଦର୍ଶନ କରି ପରିକ୍ରମା ମାର୍ଗର ପଥର ଓ ପିଚୁ ଉପରେ ପ୍ରାୟ ଏକ କିଲୋମିଟର ଖାଲି ପାଦରେ ଚାଲି ବଡ଼ଦାଣ୍ଡରେ ପହଞ୍ଚିବା ବେଳକୁ ପାଦ ଫୋଟକା ହୋଇଯାଉଛି। ତେବେ ଭକ୍ତଙ୍କ ଯନ୍ତ୍ରଣା ଦେଖି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନିରାକରଣ କରୁନଥିବା ଅଭିଯୋଗ ହୋଇଛି।


COMMERCIAL BREAK
SCROLL TO CONTINUE READING

ପାଦ ଯେପରି ଫୋଟକା ନହେବ ସେଥି ନିମନ୍ତେ ଛାଇ ଓ ପାନୀୟଜଳ ବ୍ୟବସ୍ଥା କରିବା ଆବଶ୍ୟକ। ଗ୍ରୀଷ୍ମ ପ୍ରବହ ଜନିତ ପ୍ରବଳ ତାତି ଯୋଗୁଁ ତତଲା ତାଉଆ ପାଲଟିଛି ଶ୍ରୀମନ୍ଦିର କୁରମ ବେଢ଼ା ଓ ପରିକ୍ରମା ମାର୍ଗଚୌହଦି। ତାତି ସହିନପାରି ଭକ୍ତମାନେ ଦୌଡାଦୌଡି ହେଉଛନ୍ତି। ମରଚିକୋଟ ଛକ ନିକଟରେ ଚପଲ ଷ୍ଟାଣ୍ଡରେ ରଖିଦେବା ପରେ ଯନ୍ତ୍ରଣା ଆରମ୍ଭ ହୋଇଯାଉଛି। ଏସି ଟର୍ନେଲ ବି ତାଙ୍କୁ ଏହି ଯନ୍ତ୍ରଣାରୁ ଉପଶମ କରିପାରୁନାହିଁ। ଏସି ହ୍ଯାଙ୍ଗର ଅତିକ୍ରମ କରିବା ପରେ ଛୋଟଛୋଟ ପିଲାଙ୍କୁ ଧରି ତତଲା ବଡଦାଣ୍ଡରେ ଡହଳ ବିକଳ ହେଉଛନ୍ତି। ଖାଲି ବଡଦାଣ୍ଡ ନୁହେଁ ଶ୍ରୀମନ୍ଦିର ଭିତରେ କୁରୁମ ବେଢାରେ ବି ଅବିକଳ ସମସ୍ୟାରେ ଛଟପଟ ହେଉଛନ୍ତି ଭକ୍ତ ଓ ଦର୍ଶନାର୍ଥୀ। ଦର୍ଶନ ସାରି ଉତ୍ତର ଦ୍ୱାରରେ ବାହାରିବା ପରେ ପ୍ରାୟ ଏକ କିଲୋମିଟର ମରଚିକୋଟ ଛକ ପର୍ଯ୍ୟନ୍ତ ଖଲିପାଦରେ ଚାଲୁଛନ୍ତି ଭକ୍ତ। ଦମକଳ ପାଣି ସିଞ୍ଚନ କରୁଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ। ଆପଣ ଦେଖନ୍ତୁ ବଡଦାଣ୍ଡରେ କିଭଳି ରହିଛି ଭକ୍ତ ମାନଙ୍କ ଯନ୍ତ୍ରଣା। ତତଲା ବଡଦାଣ୍ଡରେ ପାଦଥୋଇବା ଅସମ୍ଭବ। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅନେକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ନପାରି ଫେରିଯାଉଥିବା ଦେଖିବାକୁ ମିଳୁଛି। ବିନା ସେଡ୍ ଓ ବିନା କାର୍ପେଟରେ ବସୁରାସ୍ତା ଚାଲିବାକୁ ପଡୁଛି। ପିଇବା ପାଣି ମଧ୍ୟ ସବୁ ସ୍ଥାନରେ ମିଳୁନାହିଁ। ତେବେ ଅସୁବିଧା ସାମ୍ନା କରୁଥିବା ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏଭଳି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।


ସ୍ଥିତି ଏପରି ହୋଇଛି ଯେ, ଦିନ ୯ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପରିକ୍ରମା ମାର୍ଗ ପଦକ୍ଷିଣ କରିବାକୁ ଶ୍ରଦ୍ଧାଳୁ ଆଗଭର ହେଉନାହାନ୍ତି। ଆବଶ୍ୟକ ଛାଇ ସୁବିଧା ନଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିବାରେ ଲାଗିଛି। ସେପଟେ ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରଶାସନ ଏସି ସେଡ୍ କରିଛି। ମାତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ୨୦୦ ମିଟର ଛାଇ ବ୍ୟବସ୍ଥା ନାହିଁ । ଶ୍ରୀମନ୍ଦିର ଭିତରେ କୁରୁମ ବେଢ଼ା ଓ ପରିକ୍ରମା ରାସ୍ତା ଏପର୍ଯ୍ୟନ୍ତ ଥର୍ମକୁଲ ପ୍ଳାଷ୍ଟର କରାଗଲାନାହିଁ । ଫଳରେ ଗୋଟାଏ ପଟେ ଶ୍ରଦ୍ଧାଳୁଙ୍କୁ ବେଢ଼ା ପରିକ୍ରମାରେ ଅସୁବିଧ ହେଉଛି। ସେପଟେ ବାରମ୍ବାର ବେଢ଼ାରେ ପାଣି ପକାଇବା ଯୋଗୁଁ ଏଠାରେ ଖସଡ଼ା ହେଉଛି ଓ ପ୍ରଚୁର ପାଣି ନଷ୍ଟ ହେଉଛି ବିଭିନ୍ନ ସ୍ଥାନରେ ଜଳସଙ୍କଟ ଲାଗି ରହିଥିବା ବେଳେ ପୁରୀର ସୀମିତ ସୁରକ୍ଷିତ ଭୂତଳ ଜଳକୁ ଜଳ ସିଞ୍ଚନ କାମରେ ନଷ୍ଟ କରାଯିବା ପରିବେଶବିତ୍‌ଙ୍କ ଉଦ୍‌ବେଗର କାରଣ ହୋଇଛି। ଶ୍ରୀମନ୍ଦିର ବାଇଶି ପାହାଚ, କୁରୁମ ବେଢ଼ା ଓ ପରିକ୍ରମା ମାର୍ଗକୁ ଥଣ୍ଡା ରଖିବା ନିମନ୍ତେ ପ୍ରତିଦିନ ପ୍ରାୟ ୧୨ ହଜାର ଲିଟରରୁ ଅଧିକ ପାଣି ସିଞ୍ଚନ ବାବଦରେ ନଷ୍ଟ କରାଯାଉଛି ।


ବଡ଼ଦାଣ୍ଡ ର ତାତି ସାଙ୍ଗକୁ ପରିକ୍ରମା ମାର୍ଗ ଓ ବଡ଼ଦେଉଳ ଭିତର ପଥର ତାତିରୁ ଶ୍ରଦ୍ଧାଳୁଙ୍କ ପାଦକୁ ସୁରକ୍ଷା ଦେବା ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଓ ପ୍ରସ୍ଥାନ କରୁଥିବା ଚପଲ ଷ୍ଟାଣ୍ଡ ପର୍ଯ୍ୟନ୍ତ କୌଣସି ଛାମୁଣ୍ଡିଆ କିମ୍ବା ଗାଲିଚା ପଡ଼ିନି । ତେଣୁ ଶ୍ରଦ୍ଧାଳୁ ପ୍ରଚଣ୍ଡ ଖରାରେ କଷ୍ଟ ଭୋଗିବାକୁ ପଡ଼ୁଛି । ଖାଲି ପାଦରେ ଚାଲିଚାଲି ଚପଲ ଷ୍ଟାଣ୍ଡରେ ପହଞ୍ଚିବା ବେଳକୁ ଶ୍ରଦ୍ଧାଳୁଙ୍କ ପାଦ ଫୋଟକା ହୋଇଯାଉଛି । ବରିଷ୍ଠ ନାଗରିକ, ଶିଶୁ, ମହିଳା ଏଥିଯୋଗୁ ବିଶେଷ କଷ୍ଟ ପାଉଛନ୍ତି । ଶ୍ରଦ୍ଧାଳୁଙ୍କ ମତାମତ ନେଇ ଆବଶ୍ୟକୁ ଭିତ୍ତିଭୂମି ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ଏଠାରେ ବ୍ୟବସ୍ଥା କରିବାକୁ କହିଛନ୍ତି ଜିଲ୍ଲାପାଳ ।