Odia News: ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ନବବର୍ଷ ଜୀବନ ଚକ୍ରର ଏକ ପବିତ୍ର ପର୍ବ, ସମୟ ଚକ୍ର ବଦଳିଛି, ଯେଉଁ ସମାଜ, ସଭ୍ୟତା ନିଜ ଅସ୍ମିତାକୁ ନେଇ ଗର୍ବ କରେ ନାହିଁ, ସେ ସଭ୍ୟତାକୁ ଲୋକେ ମନେ ରଖନ୍ତି ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସେ ଆଉ ମଧ୍ଯ କହିଛନ୍ତି, ଜୀବନଚକ୍ରର ଏକ ପବିତ୍ର ପର୍ବ ହେଉଛି ‘ହିନ୍ଦୁ ନବ ବର୍ଷ’ । ସେବା ମନୋବୃତ୍ତି ନେଇ ଆମେ ପ୍ରତିବର୍ଷ ରାଷ୍ଟ୍ରୀୟ ନବ ବର୍ଷ ପାଳନ କରିବା । ଆମ ସଂସ୍କୃତି, ସଭ୍ୟତା ଓ ପରମ୍ପରା ଅନୁଯାୟୀ ଆମେ ନବବର୍ଷ ପାଳନ କରିବା । ସମ୍ବଲପୁରଠାରେ ଆୟୋଜିତ ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମରେ ଏପରି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଆଉ ମଧ୍ଯ କହିଛନ୍ତି, ‘ଦୀର୍ଘ ଦିନ ଧରି ଭାରତ ବିଦେଶୀ ଶକ୍ତିଙ୍କ କବଳରେ ରହିଥିଲା । ଇଂରେଜମାନେ ଆମକୁ ଶାସନ କରୁଥିଲେ । ସେମାନଙ୍କ ପ୍ରଥମ ଲକ୍ଷ୍ୟ ଥିଲା ଆମ ସଂସ୍କୃତି, ସଭ୍ୟତାକୁ ନଷ୍ଟ କରି ଶିକ୍ଷା ପଦ୍ଧତିକୁ ବଦଳାଇବା । ଇଂରେଜ ଶାସନରେ ରହି ଆମେ କିଛି ଦିନ ପାଇଁ ସନାତନ ସଭ୍ୟତାକୁ ଭୁଲି ଯାଇଥିଲୁ । କିନ୍ତୁ ସମୟ ଚକ୍ର ବଦଳିଛି । ୫୦୦ ବର୍ଷ ସଂଘର୍ଷ ପରେ ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ସ୍ଥାପନା ହୋଇଛି । ପୁଣି ଥରେ ଆମ ପରମ୍ପରା, ଆମ ସଭ୍ୟତାକୁ ଆମେ ଗର୍ବ କରିବାର ସମୟ ଆସିଛି’ । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି, ‘ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅତୀତ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରୁଛନ୍ତି । ଏହାକୁ ସାରା ବିଶ୍ୱ ଗ୍ରହଣ କରୁଛି ଏବଂ ସମର୍ଥନ ମଧ୍ୟ ଜଣାଉଛି । ଯେଉଁ ସମାଜ, ସଭ୍ୟତା ନିଜ ଅସ୍ମିତାକୁ ନେଇ ଗର୍ବ କରେ ନାହିଁ, ସେ ସଭ୍ୟତାକୁ ଲୋକେ ମନେ ରଖନ୍ତି ନାହିଁ’।


Also Read- Odisha News: ବବି ଦାସଙ୍କୁ ନାଉରି ନାୟକଙ୍କ କଡ଼ା ଜବାବ, କହିଲେ...


ଏହି ଅବସରରେ ସମ୍ବଲପୁରର ପ୍ରତିଷ୍ଠିତ ଗାୟକ ବିଭୂତି ପଟ୍ଟନାୟକ, ଦିଲ୍ଲୀପ ବାଗ, ସଙ୍ଗୀତ ନିର୍ଦ୍ଦେଶକ ତ୍ରିଲୋଚନ ତ୍ରିପାଠୀ, ଗାୟିକା ଦେବୀ ରାଣୀ, ପ୍ରସିଦ୍ଧ ଗାୟକ ଉମାକାନ୍ତ ବାରିକ, ରାଜକୁମାର ଜାଲ ଓ ପ୍ରୀତିନନ୍ଦା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।