Odisha Election 2024: ରାଜ୍ୟରେ ଏବେ ନିର୍ବାଚନୀ ମୋହୋଲ ସରଗରମ ଥିବା ବେଳେ ଭୋଟ୍ ହାତେଇବା ପାଇଁ ଚାଲିଛି କାଦୁଆ ଫିଙ୍ଗାଫିଙ୍ଗି ରାଜନୀତି। ବିଭିନ୍ନ ଦଳ ନିଜର ଲୋକପ୍ରିୟତା ବଢ଼ାଇ ଭୋଟରଙ୍କୁ ନିଜ ସପକ୍ଷରେ କରିବା ପାଇଁ ବିପକ୍ଷ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ବିଶେଷ କରି ବିଜେପି-ବିଜେଡି ମଧ୍ୟରେ ଚାଲିଛି ଜୋରସୋର ଲଢ଼େଇ।



COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।ସେ କହିଛନ୍ତି ଯେଉଁ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି ଓ ଯେଉଁ ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ସେଠାରୁ ତ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ଦୀର୍ଘ ୨୪ ବର୍ଷ ଶାସନରେ କଣ ଉପଲବ୍ଧି ଓ ଉନ୍ନତି ହୋଇଛି ଓଡିଶାରେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡିଶାର ସମ୍ବଲପୁର(Sambalpur) କୁହନ୍ତୁ କିମ୍ବା ବୌଦ୍ଧ(Boudh) କଣ ଉପଲବ୍ଧି ହୋଇଛି ଓଡିଶାର ବୋଲି ପୁଣି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।