Odisha News: ବିଦ୍ୟୁତ ସଟସର୍କିଟରୁ ଜଳିଗଲା ଲକ୍ଷାଧିକ ଟଙ୍କାର ପାନ ବରଜ, ଭୋଗରାଇ ବ୍ଳକ ସନ୍ତୋଷ ବାରିକଙ୍କ ପାନ ବରଜରେ ଘଟିଛି ଏଭଳି ଦୁଃଖଦ ଘଟଣା। ଖବର ପାଇଁ ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ଜଳି ପୋଡ଼ି ସବୁ ଛାର ଖାର ହୋଇଯାଇଥିଲା।



COMMERCIAL BREAK
SCROLL TO CONTINUE READING

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଆରୁଆପାଳ ଗ୍ରାମର ସନ୍ତୋଷ ବାରିକଙ୍କ ଏହି ପାନ ବରଜ। ତେବେ ଗୁରୁବାର ଦିନ ପାଖାପାଖି ୨ ଟା ସମୟରେ ବିଦ୍ୟୁତ ତାରୁ ସଟସର୍କିଟ ହୋଇ ପାନ ବରଜ ଉପରେ ନିଆଁ ଖସି ଥିଲା। ଆଉ ଅଧିକ ଗରମ ଓ ତାତି ଥିବାରୁ କେହି କିଛି କରିବା ପୂର୍ବରୁ ସମ୍ପୂର୍ଣ ବରଜରେ ନିଆଁ ମାଡି ଯାଇଥିଲା। ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ସବୁକିଛି ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା। ତେବେ ବରଜ ମାଲିକଙ୍କ କହିବା ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ତାଙ୍କର ପ୍ରାୟତଃ ୨ ଲକ୍ଷ ଟଙ୍କା କ୍ଷତି ହୋଇଛି।  ତୁରନ୍ତ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଅଞ୍ଚଳବାସୀ।