Flight Service: ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର। ଆକାଶ ପଥ ସହ ଯୋଡି଼ ହେବ ଆଦିବାସୀ ଅଞ୍ଚଳ (Flight Service in Malkangiri)। ଖୁବଶିଘ୍ର ମାଲକାନଗିରିରେ ବିମାନ ସେବା ଆରମ୍ଭ ହେବାକୁ ଯାଇଛି ବୋଲି ସୂଚନା ଦେଇଛନ୍ତି ଏୟାର ଓ୍ବାନ୍ ବିମାନ ଅଧିକାରୀ । ସେ କହିଛନ୍ତି ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡି଼ବ ବିମାନ। ଏନେଇ ଗତକାଲି ପୁଣି ଥରେ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ୍ ରନ୍ କରାଯାଇଥିଲା। ଏୟାରପୋର୍ଟ ଅଥରିଟି ଅଫ ଇଣ୍ତିଆର ଆଭିଏସନ୍ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା, କ୍ୟାପଟେନ୍ ସବାରିଷ ଏସ କୁମାର, ଏୟାରପୋର୍ଟ ସୁରକ୍ଷା ମ୍ୟାନେଜର ସମ୍ବିତ୍ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନଓ୍ବେ  ଓ ଟର୍ମିନାଲ୍  ତଦାରଖ  କରିଥିଲେ।  ଜିଲ୍ଲା ପ୍ରଶାସନର  ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଖୁବଶିଘ୍ର ଏଠାରୁ ଯାତ୍ରୀବାହୀ ବିମାନ ଚଳାଚ କରିବା ନେଇ ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ALSO READ: Weather Update: ବଦଳିବ ରାଜ୍ୟର ପାଣିପାଗ, ପଶ୍ଚିମାଝଡ଼ ପ୍ରଭାବରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା


ସୂଚନା ଯୋଗ୍ୟ ଯେ, ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ମାଲକାନଗିରି ବିମାନ ବନ୍ଦରର ଉଦଘାଟନ କରିଥିଲେ।  ବିମାନ ବନ୍ଦରର ରନଓ୍ବେ  ୧୬ ଶହ ୨୦ ମିଟର  ଏବଂ ଓସାର ୩୦ ମିଟର ରଖାଯାଇଛି।  ଏଠାରେ ୨୦ ଆସନ ବିଶିଷ୍ଟ ବିମାନ ଚଳାଚଳ କରୁଛି।  ଏହା ପରେ ବଡ଼ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଛି। ଏହି ବିମାନ ବନ୍ଦରକୁ  କ୍ୟୋଟାଗୋରୀ -୨ ବର୍ଗର ଏୟାରପୋର୍ଟ କରାଯାଇଛି।  ମାଲକାନଗିରି ବିମାନ ବନ୍ଦରର ରନଓ୍ବେ ବିମାନ ସମ୍ପ୍ରସାରଣ ସହ ଟର୍ମିନାଲ୍ ବିଲ୍ଡିଂ ଏବଂ ଫାୟାର ଷ୍ଟେସନ୍ ନିର୍ମାଣ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନନ ସିଡ୍ୟୁଲ୍ ବିମାନ ଚଳାଚଳ ପାଇଁ ଯୋଜନା ଥିବାରୁ ଏବେ ଡିସିଏର ( Dept of Civil Aviation)ର ଲାଇସେନ୍ସ ଆବଶ୍ୟକ ପଡି଼ବ ନାହିଁ। 


ନିକଟରେ, ରାଉରକେଲାରୁ କୋଲକତାକୁ ସିଧାସଳଖ ଆରମ୍ଭ ହୋଇଛି ବିମାନ ସେବା । ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ । ସପ୍ତାହକୁ କେବଳ ୩ ଦିନ ଅର୍ଥାତ୍ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ (Flight) ଚଳାଚଳ କରିବ ବୋଲି ସୂଚନା ମିଳିଛି । ବିମାନଟି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ କୋଲକତାରୁ (Kolkata) ପ୍ରଥମ ବିମାନଟି ବାହାରି ରାଉରକେଲାରେ ଅପରାହ୍ନ ସାଢେ ୧୨ଟାରେ ପହଁଞ୍ଚିବ । ସେହିଭଳି ରାଉରକେଲାରୁ ଅପରାହ୍ନ ୫ଟା ୨୦ରେ ପହଁଞ୍ଚିବ । ଏହି ବିମାନ ସେବା ପାଇଁ ଟିକେଟ୍ ଦାମ ୧,୯୯୯ ଥିବା ଜଣାପଡ଼ିଛି ।