Odisha News: ବନ କର୍ମଚାରୀଙ୍କୁ ଗୁଳିମାଡ଼, ହାତୀ ଦାନ୍ତ ଜବତ
Odisha News: ତାଙ୍କୁ ନେଇ ଦୁଇଟି ଗାଡ଼ି ପାତ୍ରପଡ଼ାର ସମ୍ପୃକ୍ତ ସ୍ଥାନରେ ପହଞ୍ଚି ହାତୀ ଦାନ୍ତ ସହ ଆଉ ତିନିଜଣଙ୍କୁ ଗିରଫ କରିଥିଲେ। ଏମାନଙ୍କୁ ନେଇ ଫେରୁଥିବା ସମୟରେ ସନ୍ଧ୍ୟାର ଅନ୍ଧାରରେ କିଛି ଲୋକ ରାସ୍ତା ରୋକ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ଅଧିକ ବିପଦ ଆଶଙ୍କା କରି ଗୋଟିଏ ଗାଡ଼ି ପ୍ରଥମେ ପାର ହୋଇ ଆଗକୁ ଆସିଯାଇଥିଲା।
Odisha News: ବେଆଇନ ହାତୀ ଦାନ୍ତ ଚାଲାଣ ଅଭିଯୋଗର ଚଢ଼ଉ ସମୟରେ ବନ ବିଭାଗର ସ୍ୱତନ୍ତ୍ର ଟାସ୍କ ଫୋର୍ସକୁ ଗୁଳିମାଡ଼ କରିଛନ୍ତି କିଛି ଦୁର୍ବୁର୍ତ୍ତ। ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାଠାରେ ଏପରି ଅଘଟଣା ହୋଇଛି। ବନ ବିଭାଗର କୌଣସି ଅଧିକାରୀ ଏଥିରେ ଆହତ ହୋଇ ନଥିଲେ ମଧ୍ୟ ଗାଡ଼ି ଉପରେ ୪ ରାଉଣ୍ଡ ଗୁଳି ବାଜିଛି। ଡ୍ରାଇଭରଙ୍କ ସତର୍କତା ହେତୁ ବନ କର୍ମଚାରୀ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଏ ବାବଦରେ ମୁନିଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।
ରବିବାରଦିନ ହାତୀ ଦାନ୍ତ ରଖିଥିବାର ଅଭିଯୋଗ ଆସିବା ପରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଦୁଇଜଣଙ୍କୁ ଗିରଫ କରିଥିଲେ। ଏହାପରେ ତାଙ୍କଠାରୁ ହାତୀ ଦାନ୍ତ କୋଉଁଠି ରହିଛି ତାହାର ସନ୍ଧାନ ପାଇଥିଲେ। ତାଙ୍କୁ ନେଇ ଦୁଇଟି ଗାଡ଼ି ପାତ୍ରପଡ଼ାର ସମ୍ପୃକ୍ତ ସ୍ଥାନରେ ପହଞ୍ଚି ହାତୀ ଦାନ୍ତ ସହ ଆଉ ତିନିଜଣଙ୍କୁ ଗିରଫ କରିଥିଲେ। ଏମାନଙ୍କୁ ନେଇ ଫେରୁଥିବା ସମୟରେ ସନ୍ଧ୍ୟାର ଅନ୍ଧାରରେ କିଛି ଲୋକ ରାସ୍ତା ରୋକ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ଅଧିକ ବିପଦ ଆଶଙ୍କା କରି ଗୋଟିଏ ଗାଡ଼ି ପ୍ରଥମେ ପାର ହୋଇ ଆଗକୁ ଆସିଯାଇଥିଲା।
ଏହାପରେ ଦ୍ୱିତୀୟ ଗାଡ଼ି ଉପରକୁ ଗୁଳି ଚାଳନା ହୋଇଥିଲା। ହେଲେ ଡ୍ରାଇଭର ତାହାକୁ ମଧ୍ୟ ପାର କରି ନେଇ ଆସିଥିବା ଜଣାପଡ଼ିଛି। ଏବେ ବନ ବିଭାଗ ୫ ଜଣଙ୍କୁ ଅଟକ ରଖିଛି। ମାମଲାର ତଦନ୍ତ ପାଇଁ ମୁନିଗଡ଼ା ପୁଲିସକୁ ଅଭିଯୋଗ କରିଥିବା ସୂଚନା ମିଳିଛି।