କୋରାପୁଟ: ସୁନାବେଡାରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଛାତ୍ରୀ ଜଣଙ୍କ ଗଣିତ ବିଭାଗରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀଙ୍କ ଘର କେନ୍ଦ୍ରାପଡା ବୋଲି ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ଖବର ମୁତାବକ, ଆଜି ଛାତ୍ରୀଙ୍କ ସହପାଠୀମାନେ ତାଙ୍କୁ ଡାକିବାକୁ ହଷ୍ଟେଲର କବାଟ ଠକ୍ ଠକ୍ କରିବା ପରେ ମଧ୍ୟ ଛାତ୍ରୀ ଜଣକ କୌଣସି ଉତ୍ତର ଦେଇନଥିଲେ । ସହପାଠୀଙ୍କ ସନ୍ଦେହ ହେବାରୁ ସେମାନେ ଏ ସମ୍ପର୍କରେ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ପରେ କବାଟ ଭାଙ୍ଗିବା ପରେ ଛାତ୍ରୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଥାନାକୁ ସୂଚନା ଦିଆଯାଇଥିଲା । ତେବେ ଛାତ୍ରୀ ଜଣଙ୍କ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ କିମ୍ୱା ମୃତ୍ୟୁ ପଛରେ ଅନ୍ୟ କେଉଁ କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି ।


Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର


Also Read- Odisha Politics: କଂଗ୍ରେସରେ ମିଶିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର