ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କୁ ଦିଆଯିବ ମାଗଣା ମହାପ୍ରସାଦ କୁଡ଼ୁଆ । ଏହି ଯୋଜନା ଖୁବ୍‌ ଶୀଘ୍ର ଆରମ୍ଭ କରିବେ ରାଜ୍ୟ ସରକାର। ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ କୁଡ଼ୁଆ ବଣ୍ଟାଯିବ । ଏଥିପାଇଁ ପ୍ରସ୍ତୁତି ଏବଂ ଆଲୋଚନା ଆରମ୍ଭ କରାଯାଇଥିବା କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।


COMMERCIAL BREAK
SCROLL TO CONTINUE READING

ଆଇନ୍‌ ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ମହାପ୍ରସାଦ ଦେବା ପାଇଁ ବର୍ଷକୁ ପ୍ରାୟ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଆର୍ଥିକ ବୋଝ ଯେପରି ରାଜ୍ୟ ସରକାରଙ୍କ ଉପରେ ନପଡ଼େ ସେନେଇ କିଛି ବଦାନ୍ୟ ଭକ୍ତଙ୍କୁ ଅନୁରୋଧ କରାଯାଉଛି। କାର୍ତ୍ତିକ ମାସ ସରିବା ପରେ ଏନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ । ଏହାଛଡ଼ା ଶୃଙ୍ଖଳିତ ଦର୍ଶନ ପାଇଁ କରାଯାଉଥିବା ବିଧି ବ୍ୟବସ୍ଥାର ପରୀକ୍ଷାମୂଳକ ପ୍ରୟୋଗ କରାଯିବ। ଯଦି ଉକ୍ତ ବ୍ୟବସ୍ଥା ସଫଳ ହୁଏ ତେବେ ପରବର୍ତ୍ତୀ ସମୟରେ ଏହାକୁ ନିୟମିତ ଭାବେ କାର୍ଯ୍ୟକାରୀ କରାଯିବ।


Also Read- Today Horoscope: ଆଜି ମେଷ -ମିଥୁନ ସହ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର


Also Read- BSNL: ବଢିବ ଘରୋଇ ଟେଲିକମ କମ୍ପାନୀଙ୍କ ଚିନ୍ତା, ୬ ମାସ ଭିତରେ ବିଏସଏନଏଲ ଆଣୁଛି ଏହି ସୁବିଧା