Odisha Governor House: ଭୁବନେଶ୍ୱର: ଜାନୁୟାରୀ ୬ ତାରିଖରୁ ରାଜଭବନର ପାର୍କ ସର୍ବ ସାଧାରଣଙ୍କ ଲାଗି ଉନ୍ମୋଚିତ ହେବ। ସର୍ବସାଧାରଣ ଜନତା ଆସନ୍ତା ଜାନୁଆରୀ ୬ ତାରିଖରୁ ୨୦ ତାରିଖ ମଧ୍ୟରେ ରାଜଭବନ ବଗିଚା ପରିଦର୍ଶନ କରିପାରିବେ। ପରିଦର୍ଶନ ପାଇଁ ଚାହୁଁଥିବା ବ୍ୟକ୍ତି ବିଶେଷ ଅନ୍‍ଲାଇନ୍‍ ଟିକଟ କରିବାକୁ ଅନୁରୋଧ କରାଯାଇଛି। ଅପରାହ୍ଣ ସାଢେ ଦୁଇଟାରୁ ଆରମ୍ଭ କରି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜଭବନ ପରିଭ୍ରମଣ କରିବାକୁ ନେଇ ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ତେବେ ମୋବାଇଲ ଆପ ଯୋଗେ ରେଜିଷ୍ଟ୍ରେସନ ଜରିଆରେ ଆପଣ ଏହି ବଗିଚା ପରିଦର୍ଶନରେ ଆସିପାରିବେ ବୋଲି ରାଜଭବନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ବଗିଚା ପରିଦର୍ଶନ ପୂର୍ବରୁ ଆପଣ ରାଜଭବନ କାର୍ଯ୍ୟାଳୟର ଆଧିକାରିକ ୱେବସାଇଟରୁ ଏ ସମ୍ପର୍କିତ ଟିକିନିଖି ସୂଚନା ପାଇପାରିବେ। 


ଏଠାରେ କହି ରଖୁ କି ରାଜ୍ୟପାଳଙ୍କ ବଗିଚା ପ୍ରତିବର୍ଷ ସର୍ବସାଧାରଣଙ୍କ ଲାଗି ଖୋଳାଯାଇଥାଏ। ଏଠାରେ ଲାଗିଥିବା ଭଳି କି ଭଳି ରଙ୍ଗର ଫୁଲକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ବିଶେଷ କରି ବିଭିନ୍ନ କିସମର ଗୋଲାପ ଫୁଲ, ସାଲଭିଆ, ଡାଲିଆ, ସେବତି, ଅର୍କିଡ଼ ହାଉସ ଓ କାକଟସ ହାଉସ ସହିତ ମ୍ୟୁଜିକ ଫାଉଣ୍ଟେନ ଆକର୍ଷଣର କେନ୍ଦ୍ର ବିନ୍ଦ ପାଲଟିଥାଏ। ଏହି ପୁଷ୍ପସବୁକୁ ଦେଖିବା ପାଇଁ ସ୍କୁଲ, କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ଲୋକମାନେ ପରିବାର ସହିତ ଆସିଥାନ୍ତି। ଫୁଲ ସହିତ ବିଭିନ୍ନ ପ୍ରକାର ଔଷଧୀୟ ଗଛ ସମ୍ପର୍କରେ ତଥ୍ୟ ପାଇବାର ସୁଯୋଗ ମଧ୍ୟ ମିଳିଥାଏ। 


ତେବେ ଚଳିତ ବର୍ଷ କେବଳ ମୋବାଇଲ ଆପ ପଞ୍ଜିକରଣ ମାଧ୍ୟମରେ ପ୍ରବେଶ ଅନୁମତି ମିଳିବ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥପାଇଁ ପର୍ଯ୍ୟଟକଙ୍କୁ ମୋବାଇଲ ପ୍ଲେ ଷ୍ଟୋର କିମ୍ବା ଆପ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ ରାଜଭବନ, ଓଡ଼ିଶା ମୋବାଇଲ ଆପ ଡାଉନଲୋଡ କରିବାକୁ ହେବ। ଓଡ଼ିଶା ରାଜଭବନ ୱେବସାଇଟରେ ଉପଲବ୍ଧ ଥିବା କ୍ୟୁଆର କୋଡ଼ ମାଧ୍ୟମରେ ମୋବାଇଲ ଆପ ମଧ୍ୟ ଡାଉନଲୋଡ଼ କରିପାରିବେ।