ପୁରୀ: ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ସମୟରେ ଅଘଟଣକୁ ନେଇ ଆଜି ପରିଚାଳନା କମିଟି ବିସ୍ତୃତ ଆଲୋଚନା କରିଛି। ନିର୍ଦ୍ଧାରିତ ତିନି ଜଣିଆ କମିଟି ଦେଇଥିବା ରିପୋର୍ଟକୁ ଆଲୋଚନା କରିବା ସହ କେଉଁ ସେବାୟତମାନେ ଏଥିପାଇଁ ଦାୟୀ ସେଥିଲାଗି ଆଉଥରେ ଭିଡଇଓ ଦେଖିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଅନଧିକୃତ ଭାବେ ଅଧିକ ସେବାୟତ ରହୁଥିବାରୁ ଏପରି ଅଘଟଣ ଘଟିଥିବା ପରିଚାଳନା କମିଟିର ହୃଦବୋଧ ହୋଇଛି । ଏହାକୁ ଧ୍ୟାନରେ ରଖାଯାଇ ପ୍ରଶାସନ ଆଗକୁ  ବିଭିନ୍ନ ସ୍ତରରେ ଆଲୋଚନା କରି ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ପ୍ରକାଶ କରିଛନ୍ତି। ଅପରପକ୍ଷେ ତିନିଜଣିଆ ତଦନ୍ତ କମିଟି ଦେଇଥିବା ରିପୋର୍ଟର ୯ ବିନ୍ଦୁ ଭିତରୁ ୮ ବିନ୍ଦୁକୁ ଗ୍ରହଣ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

କମିଟି ଟାହିଆର ଆକାରକୁ ପୁନଃ ନିର୍ଦ୍ଧାରଣ କରିବା ତଥା ରଥର ଦ୍ୱାର ଅନୁସାରେ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଇଥିବା ବେଳେ ଏହା ପରମ୍ପରା ବିରୋଧୀ ବୋଲି ପୂଜା ପଣ୍ଡା ସେବାୟତ ଆପତ୍ତି ଉଠାଇଥିଲେ। ଏଣୁ ପ୍ରଶାସନ ପକ୍ଷରୁ ଏହି ବିନ୍ଦୁକୁ ଗ୍ରହଣ କରାଯାଇ ନଥିଲା। 
ଅପରପକ୍ଷେ ଯେଉଁ ୮ ପରାମର୍ଶକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସମ୍ମତିକ୍ରମେ ଗ୍ରହଣ କରିଛି ସେଗୁଡ଼ିକ ହେଲା: 


1. ଆବଶ୍ୟକୀୟ ସଂଖ୍ୟାକ ଅଧିକୃତ ସେବକଙ୍କୁ ପହଣ୍ଡିରେ ଭାଗ ନେବେ। ପ୍ରତ୍ୟେକ ବିଗ୍ରହଙ୍କ ବାଡ଼ଗ୍ରାହୀ ସେବକ ଏହାକୁ ସୁନିଶ୍ଚିତ କରିବାର ଦାୟିତ୍ୱ ନେବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପହଣ୍ଡି ସଂଯୋଜନା ଦଳ ଗଠନ କରାଯିବ। ଜଣେ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ସହ ଏଠାରେ ବରିଷ୍ଠ ସେବାୟତ ଓ ବାଡ଼ଗ୍ରାହୀ ସଦସ୍ୟ ରହିବେ। 


2. ସମ୍ପୃକ୍ତ ବାଡ଼ଗ୍ରାହୀଓ ସେବାୟତ ନିଯୋଗ ରଥ ଉପରେ ସେବକଙ୍କ ଉପସ୍ଥିତିକୁ ନିରୀକ୍ଷଣ କରିବେ। କେତେଜଣ ରଥ ଉପରେ ରହିବେ ତାହା ସ୍ଥିର କରିବେ ସେବାୟତ, ଏସ୍‍ପି ଓ ଜିଲ୍ଲାପାଳ। ଏହା ବିଶେଷ ଆଲୋଚନା ପରେ ସ୍ଥିର ହେବ। 


3. ଶ୍ରୀବିଗ୍ରହଙ୍କୁ ଲାଗି ହେବେକୁଥିବା ସେନାପଟାରେ ଛାଟେଣୀ ଠିକଣା ଭବେ ଲାଗିବାକୁ ଧ୍ୟାନ ଦିଆଯିବ।


4. ଚାରମାଳ ଏପରି ବନ୍ଧା ଯିବ ଯେମିତି ରଥ ଉପର ଓ ଚାରମାଳ ଭିତରେ କୌଣସି ଉଚ୍ଚନୀଚ୍ଚ ରହିବ ନାହିଁ। ଚାରମାଳର ଢାଲୁ କମାଯିବ। 
 
5. ପହଣ୍ଡି ସମୟରେ ଚାରମାଳର ଚଉଭୟପଟୁ ରହିବେ ସେବାୟତ। ଯେପରି ଶ୍ରୀ ବିଗ୍ରହ ଢଳିବେ ନାହିଁ ତାହାକୁ ଦେଖିବେ।  


6. ଚାରମାଳ ପ୍ରସ୍ଥ ବଢ଼ାଇବା ପାଇଁ ପ୍ରସ୍ତାବକୁ ବିଚାର କରାଯିବ। 


7. ରଥ ଉପରେ କୌଣସି ସେବାୟତ ମୋବାଇଲ ବ୍ୟବହାର କରିବେ ନାହିଁ। ମୋବାଇଲେ ଦେଖିଲେ ତାହାକୁ ଜବତ କରାଯିବ। 


8. ପହଣ୍ଡି ସମୟରେ ସ୍ୱତନ୍ତ୍ର ନିରୀକ୍ଷଣ ପାଇଁ ଗଠନ ହେବ ଶୋଧ ଦଳ। ଏଥିରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜନ କରାଯିବ। ଶ୍ରୀମନ୍ଦିର ପୁଲିସ ଏହି ବରିଷ୍ଠ ଅଧିକାରୀଙ୍କୁ ସହାୟକ ହେବେ।


Also Read- ଢେଙ୍କାନାଳରେ ବାରହା ଭୟ, ୨ ଜଣଙ୍କୁ କଲାଣି ଲହୁଲୁହାଣ


Also Read- ଶ୍ରୀମନ୍ଦିର ନାଟ ମଣ୍ଡପ ହେବ ଶୀତତାପ ନିୟନ୍ତ୍ରିତ, ଜାଣନ୍ତୁ ଶ୍ରୀମନ୍ଦିର ବଜେଟରେ କ’ଣ ରହିଛି