ଶ୍ରୀମନ୍ଦିର ନାଟ ମଣ୍ଡପ ହେବ ଶୀତତାପ ନିୟନ୍ତ୍ରିତ, ଜାଣନ୍ତୁ ଶ୍ରୀମନ୍ଦିର ବଜେଟରେ କ’ଣ ରହିଛି
Advertisement
Article Detail0/zeeodisha/odisha2407280

ଶ୍ରୀମନ୍ଦିର ନାଟ ମଣ୍ଡପ ହେବ ଶୀତତାପ ନିୟନ୍ତ୍ରିତ, ଜାଣନ୍ତୁ ଶ୍ରୀମନ୍ଦିର ବଜେଟରେ କ’ଣ ରହିଛି

ଦୀର୍ଘ ଚାରି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବୈଠକରେ ବଜେଟ୍‍ ଆଲୋଚନା କରାଯିବା ସହ  413 କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି। 103 କୋଟି ଟଙ୍କାର ଅଧିକ ବଜେଟ୍ ଚଳିତ ଥର ପାରିତ ହୋଇଅଛି। 

ଶ୍ରୀମନ୍ଦିର ନାଟ ମଣ୍ଡପ ହେବ ଶୀତତାପ ନିୟନ୍ତ୍ରିତ, ଜାଣନ୍ତୁ ଶ୍ରୀମନ୍ଦିର ବଜେଟରେ କ’ଣ ରହିଛି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ଆଜି ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ବଜେଟ୍‍ ଅନୁମୋଦନ କରିଛି। ଦୀର୍ଘ ଚାରି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବୈଠକରେ ବଜେଟ୍‍ ଆଲୋଚନା କରାଯିବା ସହ  413 କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି। 103 କୋଟି ଟଙ୍କାର ଅଧିକ ବଜେଟ୍ ଚଳିତ ଥର ପାରିତ ହୋଇଅଛି। ରାଜ୍ୟ ସରକାରଙ୍କ ପକ୍ଷରୁ 500 କୋଟି ଟଙ୍କାର କର୍ପସ ଫଣ୍ଡକୁ ବୈଠକରେ ସ୍ୱାଗତ କରାଯାଇଛି। ଆସନ୍ତୁ ନଜର ପକାଇବା କିଛି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ: 

1. ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ  ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏନେଇ  ଜିଲ୍ଲାପାଳ, ଏସପି, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ସେବା ସମ୍ପୃକ୍ତ ନିଯୋଗ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି। 

2. ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ସମସ୍ତ ଆଲମିରା କଢାଯିବା ସହ ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ। ବିଶେଷକରି ମହିଳା,ଛୋଟ ଶିଶୁ,ବୃଦ୍ଧ ବୃଦ୍ଧା ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଢି ବ୍ୟବସ୍ଥା କରାଯିବ । 

3. ଶ୍ରୀମନ୍ଦିର ନୀତି ଶୃଙ୍ଖଳିତ ହେବା ଉପରେ ଆଲୋଚନା ହୋଇଥିବା ବେଳେ ନିୟମିତ  ନୀତି ସବକମିଟି ବୈଠକ ପ୍ରତ୍ୟକ ମାସରେ ଅନୁଷ୍ଠିତ ହେବା କୁ ନିଷ୍ପତି ନିଆଯାଇଛି।

4. ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। 

5. ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଏଫ୍ ଏମ୍ ଚ୍ୟାନେଲ କରାଯିବ। ପୂର୍ବରୁ କମ୍ୟୁନିଟି ରେଡିଓ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା।

6. ସେବାୟତ କଲ୍ୟାଣ ଉପରେ ଆଲୋଚନା ହୋଇଥିବା ବେଳେ ସେବକଙ୍କ ପରିବାର ପିଲାଙ୍କ ପାଇଁ ବୃତ୍ତି, ଖେଳକୁଦ ପ୍ରୋତ୍ସାହନ ନେଇ ବ୍ୟବସ୍ଥା କରାଯିବ। 

7. ଜମିଜମା ସମସ୍ୟା ର ସମାଧାନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। 

8. ପହଣ୍ଡି ସୁପରିଚାଳନା ନେଇ ନଅ ଗୋଟି ବିନ୍ଦୁ ଉପରେ ଆଲୋଚନା ହୋଇଥିବା ବେଳେ ବାଡଗ୍ରାହୀ ମାନେ ରଥ ଉପରେ କେତେଜଣ ସେବକ ରହିବେ ତାହା ନିର୍ଧାରଣ କରିବେ ବୋଲି ନିଷ୍ପତି ହୋଇଅଛି। 

9. ସେହିପରି ବୈଠକରେ ଆଡ଼ପ ମଣ୍ଡପ ପହଣ୍ଡି ଅଘଟଣ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ବେଳେ ଘଟଣାକୁ ନେଇ ପରିଚାଳନା କମିଟି ଦୁଖଃ ପ୍ରକାଶ କରିଥିଲେ। ତିନିଜଣିଆ କମିଟିର ରିପୋର୍ଟ ଉପରେ ଆଲୋଚନା ହୋଇଥିବା ବେଳେ  ପୁଣିଥରେ ପହଣ୍ଡି ବିଭ୍ରାଟର ଭିଡିଓ ଦେଖାଯିବାକୁ ନିଷ୍ପତି ହୋଇଥିଲା। ତଦନ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ଥିବା ପରିଚାଳନା କମିଟି ଅନୁଭବ କରିଥିବା ବେଳେ ପୁର୍ନବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କେଉଁ ମାନେ ଦାୟୀ ତାହା ପ୍ରକାଶ କରାଯିବ। 

10. ଜିଲ୍ଲାପାଳ ଓ ଏସପିଙ୍କୁ ନେଇ କମିଟି ଗଠନ ହୋଇଥିବା ବେଳେ ଘଟଣାର ପୁନରାବୃତ୍ତି କିଭଳି ନହେବ ସେନେଇ ଆଲୋଚନା ହୋଇଥିବା ବେଳେ  ଛାଟେଣୀ ଭଲକରି ବାନ୍ଧିବାକୁ ନିଷ୍ପତି ନିଆଯାଇଅଛି।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।

Also Read- Top 10 News Today: ସର୍ବସାଧାରଣ ସ୍ଥାନରେ ହେବ ସ୍ତନ୍ୟପାନ କକ୍ଷ, ବର୍ତ୍ତମାନର ୧୦ ବଡ଼ ଖବର

Also Read- Shukra Gochar 2024: ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ଟି ରାଶି ରୁହନ୍ତୁ ସାବଧାନ, ନଚେତ...